www.samajalive.in
Tuesday, December 9, 2025
15.1 C
Bhubaneswar

ଶ୍ରୀ ସିଦ୍ଧିବିନାୟକ ମନ୍ଦିରର ରତ୍ନମୁଦ ସମ୍ପନ୍ନ

ସମ୍ବଲପୁର: ସମ୍ବଲପୁର ପ୍ରେସ୍ କ୍ଲବ୍ଠାରେ ନବ ନିର୍ମିତ ଶ୍ରୀ ସିଦ୍ଧିବିନାୟକ ମନ୍ଦିରର ରତ୍ନମୁଦ ଉତ୍ସବ ଭକ୍ତିଭାବର ସହ ଅନୁଷ୍ଠିତ ହୋଇଛି। ରବିବାର ପୂର୍ବାହ୍ନରୁ ଏଥି ପାଇଁ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା। ପୂଜା, ହୋମ, ଯଜ୍ଞ ସଂପନ୍ନ ହେବା ପରେ ଅପରାହ୍ଣ ୩ଟାରେ ରତ୍ନମୁଦ କରା ଯାଇଥିଲା। ଶ୍ରଦ୍ଧାଳୁମାନେ ଚଢ଼ାଇଥିବା ସ୍ବର୍ଣ୍ଣ, ରୌପ୍ୟ, ଅଷ୍ଟଧାତୁ, ଧାତବ ମୁଦ୍ରା, ଧାନ, ମୁଗ ବିହନ ଆଦି ପଞ୍ଚଶସ୍ୟରେ ମନ୍ଦିର ଚୂଡ଼ାକୁ ମୁଦ ମରା ଯାଇଥିଲା। ନାମ, ସଂକୀର୍ତ୍ତନ, ହରିବୋଲ, ହୁଳହୁଳିରେ ପୂଜାସ୍ଥଳ କମ୍ପିଥିଲା। ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ରଶର୍ମା, ପଣ୍ଡିତ ଶତାର୍ଷି ମିଶ୍ର, ପଣ୍ଡିତ ସିଦ୍ଧାର୍ଥ ଦାସ, ସ୍ବାମୀ ସତ୍ୟଧର୍ମାନନ୍ଦ ସରସ୍ବତୀ ପୂଜାକାର୍ଯ୍ୟ ତୁଲାଇଥିଲେ।

ପ୍ରେସ୍ କ୍ଲବ୍ ସଭାପତି ତ୍ରିବିକ୍ରମ ପ୍ରଧାନଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ସଭାପତି ହେମନ୍ତ ମହାପାତ୍ର ଏବଂ ଅର୍ଜୁନ ରଂଜନ ପଣ୍ଡାଙ୍କ ସମେତ କ୍ଲବ୍ର ସଦସ୍ୟସଦସ୍ୟା, ସେମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ। ଜ୍ଞାନରଂଜନ ମିଶ୍ର ଏବଂ ଭାବନା ତ୍ରିପାଠୀ କର୍ତ୍ତା ଦାୟିତ୍ବ ତୁଲାଇଥିଲେ। ସୀତାରାମ ଅଗ୍ରୱାଲ, ଆଡ୍ଭୋକେଟ୍ ଦୀନଦୟାଲ ଅଗ୍ରୱାଲ, ଇଂ ସୁଶାନ୍ତ କୁମାର ଗୁରୁ, ପ୍ର. ସେବକ ତ୍ରିପାଠୀ, ଡ. ଶ୍ୟାମସୁନ୍ଦର ଧର, ରାଧାମାଧବ ବହିଦାର, ରାମଶଂକର ସାହୁ, ସୁବ୍ରତ ସାହୁଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସ୍ଥାନୀୟ ଅଇଁଠାପାଲି ଅଞ୍ଚଳର ବହୁ ଶ୍ରଦ୍ଧାଳୁ ସପରିବାର ଉପସ୍ଥିତ ଥିଲେ। ଶ୍ରୀ ସିଦ୍ଧିବିନାୟକଙ୍କ ସପ୍ତାହବ୍ୟାପି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆଜି ରତ୍ନମୁଦ ସହ ଆରମ୍ଭ ହୋଇଛି। ଆସନ୍ତାକାଲି ସୋମବାର ସଂଧ୍ୟାରେ ଅଙ୍କୁରାରୋପଣ କରାଯିବ। ମଙ୍ଗଳବାର ଅଧିବାସ ପରେ ୨ ତାରିଖ ବୁଧବାର କଳସ ଶୋଭାଯାତ୍ରା ସହ ମୁଖ୍ୟ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇ ୪ ତାରିଖ ଯାଏ ଚାଲିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories