www.samajalive.in
Monday, December 8, 2025
13.1 C
Bhubaneswar

୬୫ ବର୍ଷରେ ପଦାର୍ପଣ କଲା ଦୂରଦର୍ଶନ

ନୂଆଦିଲ୍ଲୀ : ଦେଶର ସର୍ବ ବୃହତ ଲୋକସେବା ପ୍ରସାରଣକାରୀ ଦୂରଦର୍ଶନ ୬୪ ବର୍ଷ ପୂରଣ କରି ୬୫ ବର୍ଷରେ ପଦାର୍ପଣ କରିଛି । ୧୯୫୯ ମସିହା ଆଜିର ଦିନରେ ଦୂରଦର୍ଶନ ପ୍ରଥମଥର ଲାଗି ତା’ର ପ୍ରସାରଣ ଆରମ୍ଭ କରିଥିଲା । ଦୂରଦର୍ଶନ ଲୋକମାନଙ୍କୁ ସଠିକ୍‌‌ ତଥ୍ୟ ଓ ସୂଚନା ଏବଂ ବିଶ୍ୱସନୀୟ ସମ୍ବାଦ ପରିବେଷଣ କରି ଆସୁଛି। ଏହା ବ୍ୟତୀତ ମନୋରଂଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇଛି । ତେବେ ୬୪ବର୍ଷ ତଳେ ତାହା କେବଳ ଦିଲ୍ଲୀ ମହାନଗରୀ ମଧ୍ୟରେ ସୀମିତ ଥିବାବେଳେ ଆଜି ଦୂରଦର୍ଶନ ପ୍ରସାରଣ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରକୁ ପରିବ୍ୟାପ୍ତ ହୋଇଛି।  ଅନ୍ୟମାନଙ୍କ କୋଳାହଳ ମଧ୍ୟରେ ଶାଳୀନତା ବଜାୟ ରଖି ଦୂରଦର୍ଶନ କାର୍ଯ୍ୟକ୍ରମ ପ୍ରସାରଣ କରୁଛି । ୭୦ ଏବଂ ୮୦ ଦଶକରେ ଦୂରଦର୍ଶନ ସଙ୍ଗରେ ହିଁ ଲୋକମାନଙ୍କ ଜୀବନ ଗତି କରୁଥିଲା। ସମାଚାର ହେଉ କି ରାମାୟଣ, ମହାଭାରତ ହେଉ କିମ୍ବା ନୂଆ ନୂଆ ଗୀତର କାର୍ଯ୍ୟକ୍ରମ ଚିତ୍ରହାର ଓ ରଙ୍ଗୋଲୀ। ସମସ୍ତେ ଅପେକ୍ଷା କରି ବସୁଥିଲେ ପ୍ରସାରଣକୁ ।
ଆଜି ୬୪ ବର୍ଷର ଯାତ୍ରା ସାରି ୬୫ ବର୍ଷରେ ପ୍ରବେଶ କରିଛି ଦୂରଦର୍ଶନ ।  ଅନେକ ପରିବର୍ତ୍ତିତ ପରିସ୍ଥିତିକୁ ସାମ୍ନା କରି ଦୂରଦର୍ଶନ,  ଘରୋଇ ଟିଭି ଚାନେଲ ମଧ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories