www.samajalive.in
Saturday, December 6, 2025
26.1 C
Bhubaneswar

ଘରକୁ ଘର ଯାଇ ଟିକାକରଣ; ବିକାନେର ଦେଶରେ ପ୍ରଥମ

ବିକାନେର: ବୟସ୍କ, ଭିନ୍ନକ୍ଷମ ଏବଂ ଅସୁସ୍ଥ ଥିବା ଲୋକ ତଥା ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଜନସାଧରଣଙ୍କ ସୁବିଧା ନିମନ୍ତେ ଘରକୁ ଘର ଯାଇ କୋଭିଡ ଟିକାକରଣ କରିବାକୁ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ମହଲରୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ତାହା ଏଯାଏ ସମ୍ଭବ ହୋଇପାରିନଥିବାବେଳେ ବିକାନର କିନ୍ତୁ ଏ କ୍ଷେତ୍ରରେ ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛି। ରାଜସ୍ଥାନର ବିକାନେର ଦେଶର ପ୍ରଥମ ସହର ହୋବାକୁ ଯାଉଛି, ଯେଉଁଠାରେ ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଘରକୁ ଘର ଯାଇ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ପ୍ରାପ୍ତ ସୂଚନା ଅନୁଯାୟୀ ସୋମବାରଠାରୁ ସହରରେ ଏହିଭଳି ଏକ ଅନନ୍ୟ ପ୍ରକ୍ରିୟା ଆରମ୍ଭ କରାଯିବ। ଏଥିରେ ୪୫ ବର୍ଷ ବୟସରୁ ଅଧିକ ସମସ୍ତ ନାଗରିକଙ୍କୁ କୋଭିଡ ଟିକା ଦିଆଯିବ।
ଟିକା ନେବାକୁ ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କ ନାମ ଓ ଠିକଣା ଏକ ହ୍ୱାଟସଆପ୍‍ ହେଲ୍ପଲାଇନ ନମ୍ବର ଜରିଆରେ ପଞ୍ଜିକୃତ କରିବାକୁ ହେବ। ଜିଲା ପ୍ରଶାସନ ପକ୍ଷରୁ ଏହି ନମ୍ବର ଜାରି କରାଯାଇଛି। ଏଭଳି ଟିକାକରଣ ଅଭିଯାନ ପାଇଁ ଦୁଇଟି ଆମ୍ବୁଲାନ୍ସ ଏବଂ ତିନିଟି ଭ୍ରାମ୍ୟମାଣ ଦଳକୁ ପ୍ରସ୍ତୁତ ରଖାଯାଇଛି। ଟିକାକରଣ ଭ୍ୟାନଗୁଡିକ ପ୍ରତି ଘରକୁ ଯାଇ ଲୋକଙ୍କର ଟିକାକରଣ କରିବ। ଅତି କମ୍‍ରେ ଏକ ଅଞ୍ଚଳର ୧୦ଜଣ ଲୋକ ନିଜ ନାମ ପଞ୍ଜିକରଣ କଲେ ଭ୍ୟାନ ସେଠାକୁ ଯାଇ ପହଞ୍ଚିବ। ଏହାଦ୍ୱାରା ଟିକା ଅଯଥାରେ ନଷ୍ଟ ହେବାରୁ ରୋକାଯାଇପାରିବ। ପ୍ରଶାସନ ୪୫ ବର୍ଷରୁ ଅଧିକ ବୟସର ୭୫% ଲୋକଙ୍କୁ ଏଭଳି ବ୍ୟବସ୍ଥାରେ ଟିକାକରଣ କରିବା ଲକ୍ଷ୍ୟ ରଖିଛନ୍ତି। ସୂଚନାଯୋଗ୍ୟ ଯେ କିଛି ସପ୍ତାହ ତଳେ ବମ୍ବେ ହାଇକୋର୍ଟ ମଧ୍ୟ ଘରକୁ ଘର ଯାଇ ଟିକାକରଣ କରିବା ସମ୍ଭବ କି ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories