www.samajalive.in
Friday, December 5, 2025
27.1 C
Bhubaneswar

ପ୍ରବାସୀ ନୀତିକୁ ବିରୋଧ, ଟ୍ରମ୍ପଙ୍କ ପଦକ୍ଷେପକୁ ଗଭର୍ଣ୍ଣରଙ୍କ କଡା ନିନ୍ଦା

ସମାଜ ଡିଜିଟାଲ ଡେସ୍କ: ଆମେରିକାର ଲସ୍‍ ଆଞ୍ଜେଲସରେ ତୀବ୍ର ହେଉଛି ପ୍ରତିବାଦ । ଏପରିକି ଟ୍ରମ୍ପ ପ୍ରଶାସନ ବିରୋଧରେ ମାମଲା ମଧ୍ୟ ଦାୟର ହୋଇଛି । ପ୍ରବାସୀ ନୀତି ବିରୋଧରେ ଲସ୍‍ ଆଞ୍ଜେଲସରେ ପ୍ରତିବାଦ ଚାଲିଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ ସହିତ ରବର ଗୁଳିମାଡ କରୁଛି । ଆମେରିକା ସରକାରଙ୍କ ପ୍ରବାସୀ ନୀତିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ୟକ ଲୋକେ । ଟ୍ରମ୍ପ ବିକ୍ଷୋଭ ସ୍ଥାନରେ ନ୍ୟାସନାଲ ଗାର୍ଡଙ୍କୁ ପ୍ରଥମେ ଅସ୍ଥାୟୀ ଭାବେ ନିୟୋଜିତ କରିବା ପରେ ଆକ୍ରୋଶ ଆହୁରି ବଢିଥିଲା । ହେଲେ ଏବେ ୭୦୦ ଆମେରିକୀୟ ସେନାଙ୍କୁ ବିକ୍ଷୋଭସ୍ଥଳରେ ନିୟୋଜିତ କରିବା ପରେ ପ୍ରତିବାଦ ତୀବ୍ର ହୋଇଛି ।

ଟ୍ରମ୍ପଙ୍କ ପଦକ୍ଷେପକୁ କାଲିଫର୍ଣ୍ଣିଆ ଗଭର୍ଣ୍ଣର କଡା ନିନ୍ଦା କରିଛନ୍ତି । ରାଷ୍ଟ୍ରପତିଙ୍କ ପଦକ୍ଷେପ କେବଳ ଉତ୍ତେଜନା ବୃଦ୍ଧି କରିବ ବୋଲି ଗଭର୍ଣ୍ଣର କହିଛନ୍ତି । ଟ୍ରମ୍ପ କାଲିଫର୍ଣ୍ଣିଅ ଗଭର୍ଣ୍ଣର ଗୌବିନ୍‍ ନ୍ୟୁଜମ୍‍ ଙ୍କୁ ଗିରଫ କରିବାକୁ ମଧ୍ୟ ଧଉଳ ଦେଇଛନ୍ତି । ଲସ୍‍ ଆଞ୍ଜେଲସ୍‍ ଉତ୍ତେଜନାକୁ ନେଇ ସେଠାରେ ରାଜନୀତି ଜୋର ଧରିଛି । ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ କରୁଥିବା ବେଳେ ଜଣେ ସାମ୍ବାଦିକ ପୁଲିସ ଗୁଳିମାଡର ଶିକାର ହୋଇଛନ୍ତି । ହେଲେ ଅଳ୍ପକେ ବର୍ତ୍ତ ଯାଇଛନ୍ତି ମହିଳା ସାମ୍ବାଦିକ ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories