www.samajalive.in
Friday, December 12, 2025
17.1 C
Bhubaneswar

କରୋନା ସମୟରେ କୁକୁର କଲା ସପିଂ !

କେବଳ ଭାରତ ନୁହେଁ, ବରଂ ବିଶ୍ବର ପ୍ରମୁଖ ରାଷ୍ଟ୍ରରେ ଏବେ ଲକ୍‌-ଡାଉନ୍ ହୋଇ ଲୋକେ ଘରେ ରହିଛନ୍ତି। ଏପରି ସ୍ଥଳେ ମେକ୍ସିକୋର ଜଣେ ବ୍ୟକ୍ତିଙ୍କ ପ୍ରୟାସକୁ ନେଇ ଚର୍ଚ୍ଚା ଚାଲିଛି। ସେଠା ସରକାର ମଧ୍ୟ ଲକ୍‌-ଡାଉନ୍ ଘୋଷଣା କରିଥିବାବେଳେ ଲୋକେ ଘର ବାହାରକୁ ଯିବାକୁ ଆଦୌ ନିରାପଦ ମଣୁନାହାନ୍ତି। ଏଣ୍ଟୋନିୟୋ ମୁନିଜ୍ ନାମକ ମେକ୍ସିକୋ ବାସିନ୍ଦା ଗତ ୩ଦିନ ହେଲା ଘରୁ ବାହାରିପାରୁନଥିଲେ। ଅନ୍ୟପାଖେ ଅତ୍ୟାବଶ୍ୟକ ସାମଗ୍ରୀ ଶେଷ ହେବାରେ ଲାଗିଥିଲା। ଦୈନନ୍ଦିନ ଜୀବନ ଅତିବାହିତ କରିବେ ବା କିପରି? ଶେଷରେ ମୁନିଜ୍ ଏକ ଉପାୟ ପାଞ୍ଚିଲେ। ନିଜ ପୋଷା କୁକୁର ଚିହୁ ଆହୁଆକୁ ବାହାରକୁ ପଠାଇବାକୁ ଯୋଜନା କଲେ। ସାମଗ୍ରୀର ତାଲିିକା କରି କୁକୁର ବେକରେ ଲାଗିଥିବା ବେଲ୍ଟରେ ଖଞ୍ଜିବା ସହ ୪୦ ଡଲାର ମଧ୍ୟ ସେଥିରେ ଲଗାଇଦେଲେ। ଘର ପାଖରେ ଦୋକାନାଟି ଥିବାରୁ ମୁନିଜ୍୍‌ଙ୍କ କୁକୁର ମଧ୍ୟ ମାଲିକର ନିର୍ଦେଶ ଜାଣିପାରିଲା। କୁକୁର ଚିହୁ ଦୋକାନରେ ପହଞ୍ଚିବା ପରେ ଦୋକାନୀ ମଧ୍ୟ ସମସ୍ତ ସାମଗ୍ରୀ ‘ନିଜ ଡେଲିଭରୀ ବୟ ସହ ମୁନିଜ୍‌ଙ୍କ ଘରକୁ ଯଥା ସମୟରେ ପଠାଇଦେଇଥିଲା। କରୋନା ସମୟରେ ପ୍ରଥମଥର ଏକ କୁୁକୁର ସପିଂ କରିବା ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories