www.samajalive.in
Friday, December 12, 2025
14.1 C
Bhubaneswar

ଶବ ଖାଇଲା କୁକୁର,ଡାକ୍ତରଖାନାରେ ଉତ୍ତେଜନା

ରାଉରକେଲା : ରାଉରକେଲା ସରକାରୀ ଡାକ୍ତରଖାନା(ଆରଜିଏଚ୍‌)ରେ ରବିବାରଏକ ଅଭାବନୀୟ ଘଟଣା ଘଟିଯାଇଛି । ଶବଗୃହ (ମର୍ଗ ହାଉସ)ରେ ରଖାଯାଇଥିବା ଜଣେ ବ୍ୟକ୍ତିଙ୍କ ଶବକୁ କୁକୁର କାମୁଡ଼ି ଶରୀରର ମୁହଁ ଅଂଶକୁ ବିକୃତ କରିଦେଇଛି। ସମ୍ପର୍କୀୟ ଓ ଶୁଭେଚ୍ଛୁ ଏ ନେଇ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଅଭିଯୋଗ ଆଣିବା ପରେ ଡାକ୍ତରଖାନା ପରିସରରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁଲିସ ସହିତ ମାଜିଷ୍ଟ୍ରେଟ ଆରଜିଏଚରେ ଉପସ୍ଥିତି ରହି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ତେବେ, ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ବହୁ ପୂର୍ବରୁ ଘର ଛାଡ଼ିଥିବାରୁ ସେମାନଙ୍କ ପାଞ୍ଚ ସନ୍ତାନ ଅନାଥ ହୋଇଯିବା ଘଟଣା ବେଶ ଚିନ୍ତାଜନକ ହୋଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଏକ ପିକଅପ୍‌ ଭ୍ୟାନ ଧକ୍କାରେ ଗତ ଗୁରୁବାର ଦିନ ଗୋପବନ୍ଧୁପାଲୀରେ ରହୁଥିବା ରାଜେଶ ଯାଦବ(୪୦)ଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ରାଜେଶଙ୍କ ଶବକୁ ପୁଲିସ ଜବତ୍‌ କରି ଆରଜିଏଚ ମର୍ଗହାଉସରେ ରଖାଇଥିଲା। ଆଜି ସକାଳେ ସମ୍ପର୍କୀୟ, ଶୁଭେଚ୍ଛୁ ଓ ବସ୍ତିଲୋକେ ରାଜେଶଙ୍କ ଶବ ସଂସ୍କାର ପାଇଁ ନେବା ଉଦ୍ଦେଶ୍ୟରେ ଆସିଥିଲେ। ତେବେ, ଶବର କିଛି ଅଂଶକୁ କୁକୁର ଖାଇ ବିକୃତ କରିଦେଇଥିବା ସେମାନେ ଦେଖିଥିବା ଅଭିଯୋଗ ଆଣିଥିଲେ। ଏଥିସହିତ ଘଟଣା ପାଇଁ ପ୍ରବଳ ଉତ୍ତେଜନା ସୃଷ୍ଟି କରିଥିଲେ। ସମ୍ପର୍କୀୟଙ୍କ ଅଭିଯୋଗ ଅନୁଯାୟୀ ସେମାନେ ଶବକୁ ନେବା ପାଇଁ ଆସିଥିବା ବେଳେ କୁକୁର ଖାଉଥିବା ଦେଖିଥିଲେ। ଶବର କିଛି ଅଂଶ କୁକୁର ଖାଇଦେଇଥିବାରୁ ଏହାକୁ ସେମାନେ ପ୍ରଥମେ ଚିହ୍ନି ପାରି ନ ଥିଲେ। ଏହାପରେ ପରିବାର ଓ ଅଞ୍ଚଳବାସୀ ଆରଜିଏଚ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନ କାର୍ଯ୍ୟଲାଗି କାର୍ଯ୍ୟାନୁଷ୍ଠାନ ଦାବିରେ ଅଟଳ ରହିଥିଲେ। ଦାୟୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ଉତ୍ତେଜନା ବଢ଼ିଥିଲା। ଯୁବନେତା ପ୍ରକାଶ ପାଶ୍ୱାନ, ସୋନୁ ଯାଦବ, ପ୍ରିନ୍ସ କୁମାର, ଗୁଟି ଦେବୀଙ୍କ ସମେତ ଅଞ୍ଚଳର ବହୁ ଲୋକ ଏହି ଅବସରରେ ଉପସ୍ଥିତ ଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲା। ମାଜିଷ୍ଟ୍ରେଟ ଭାବେ ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ନିର୍ଦେଶକଙ୍କୁ ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ମାଧ୍ୟମରେ ଅନୁଧ୍ୟାନ ଓ ସବିଶେଷ ବିବରଣୀ ପ୍ରଦାନ କରିବାକୁ ସେ ନିର୍ଦେଶ ଦେଇଥିବା ତହସିଲଦାର ଶ୍ରୀ ସାହୁ କହିଛନ୍ତି। କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଓ ମାଜିଷ୍ଟ୍ରେଟଙ୍କଠାରୁ ଆଶ୍ୱାସନା ପାଇବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହାପରେ ଶବ ସେଠାରୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ ଉପସ୍ଥିତିରେ ପାନପୋଷରେ ଏହାର ବ୍ୟବଚ୍ଛେଦ କରାଯିବା ପରେ ସଂସ୍କାର ପାଇଁ ସମ୍ପର୍କୀୟମାନେ ବେଦବ୍ୟାସ ନେଇଥିଲେ। ଜିଲାସ୍ତରୀୟ ମାନ୍ୟତା ନ ଥିଲେ ବି ଜିଲାସ୍ତରୀୟ ଡାକ୍ତରଖାନା ଭଳି କାର୍ଯ୍ୟ କରୁଥିବା ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ଶବକୁ କୁକୁର ଖାଇ ବିକୃତ କରିବା ଭଳି ଘଟଣା ପ୍ରଚାରିତ ହେବା ପରେ ସହରର ଏହା ଚର୍ଚ୍ଚାର ବିଷୟ ହୋଇଛି। କର୍ତ୍ତୃପକ୍ଷଙ୍କ ପରିଚାଳନା ଓ ବ୍ୟବସ୍ଥା ଉପରେ ସାଧାରଣରେ ପ୍ରଶ୍ନ କରାଯାଇଛି। ଏ ନେଇ ଆରଜିଏଚ ନିର୍ଦେଶକ ସନ୍ତୋଷ ସ୍ୱାଇଁଙ୍କ କହିବା କଥା ହେଲା, ‘ମର୍ଗ ହାଉସରେ ଅନେକ ଫ୍ରିଜର କାର୍ଯ୍ୟ କରୁନାହିଁ। ତଥାପି ବିଭିନ୍ନ ସମୟରେ ଶବ ବହୁଦିନ ରଖାଯାଉଛି। ତେବେ ରାଜେଶଙ୍କ ଶବକୁ ବାହାରେ ଘୋଡ଼ାଇ ରଖାଯାଇଥିଲା। ଗ୍ରୀଲ୍‌ରେ ଏକ ଛୋଟ କୁକୁର ପଶି ଏଭଳି କାର୍ଯ୍ୟ କରିଛି। ଫ୍ରିଜର୍‌ ଠିକ୍‌ କରିବାକୁ ଦିଆଯାଇଛି। ତେବେ ‘‘ମର୍ଗ ହାଉସରେ ଏତେ ଦିନ ଶବ ରଖିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏ ନେଇ ଦାୟିିତ୍ୱରେ ଥିବା କର୍ମଚାରୀଙ୍କୁ ତାଗିଦ କରାଯିବ ଓ ଏହାର ଯେପରି ପୁନରାବୃତ୍ତି ନ ହେବ, ସେଥିପ୍ରତି ଦୃଷ୍ଟି ଦିଆଯିବ’’ ବୋଲି ସେ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦିନ ମାଲଗୋଦାମ ନିକଟରେ ଦୁର୍ଘଟଣାରେ ରାଜେଶଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ ଏ ପର୍ଯ୍ୟନ୍ତ ଧରା ପଡ଼ି ନାହିଁ। ରାଜେଶଙ୍କ ସ୍ତ୍ରୀ ପୂର୍ବରୁ ଘର ଛାଡ଼ି କେଉଁଆଡ଼େ ଚାଲିଯାଇଥିବା ବେଳେ ୫ଟି ପିଲାଙ୍କର ଲାଳନପାଳନ ଦାୟିତ୍ୱ ତାଙ୍କ ଉପରେ ରହିଥିଲା। ଶ୍ରମିକ ଭାବେ କାର୍ଯ୍ୟ କରି ପିଲାଙ୍କୁ ଲାଳନପାଳନ କରୁଥିବା ରାଜେଶଙ୍କ ଏହି ଦୁଃଖଦ ମୃତ୍ୟୁ ଏବେ ୫ଟିଯାକ ପିଲାଙ୍କୁ ଅନାଥ କରି ଦେଇଛି। ପ୍ରଶାସନ ପକ୍ଷରୁ ଏହି ଅସହାୟ ପିଲାଙ୍କ ଭବିଷ୍ୟତ ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories