www.samajalive.in
Monday, December 8, 2025
24.1 C
Bhubaneswar

ଦୀପାବଳୀ ଅଫର : କାର ଉପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଆତି

ନୂଆଦିଲ୍ଲୀ : ଆଲୋକର ପର୍ବ ଦୀପାବଳୀକୁ ନେଇ ବିଭିନ୍ନ ଅଟୋମୋବାଇଲ କମ୍ପାନୀ ନିଜର ବମ୍ପର ଅଫର ବଜାର ପ୍ରବେଶ କରାଇଛନ୍ତି। ଚଳିତ ବର୍ଷର ଦୀପାବଳୀ ଗ୍ରାହକ ମାନଙ୍କ ପାଇଁ ସମସ୍ତ କମ୍ପାନୀ ଭଲ ରିଆତି ଦେଉଥିବା ଦେଖିବାକୁ ମିଳିଛି। ବିଏମଡବ୍ଲ୍ୟୁ, ଜାଗୁଆର, ଅଡି, ଭଲଭୋ ଭଳି ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଦୀପାବଳୀ ଅବସରରେ ନିଜର କାର ଉପରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଆତି ମିଳିଛି।
ଅଡି : ଅଡି ଇଣ୍ଡିଆ ଦୀପାବଳୀ ଅବସରରେ ନିଜର କ୍ୟୁ ରେଞ୍ଚର ସମସ୍ତ (କ୍ୟୁ୩, କ୍ୟୁ୫ ଓ କ୍ୟୁ୭) ଏସୟୁଭି କାରରେ ରିଆତି ମିଳୁଛି। କମ୍ପାନୀ ଅଡି କ୍ୟୁ୩ରେ ଇଏମଆଇ କମାଇ ୨୧,୯୯୯ ଟଙ୍କା, କ୍ୟୁ ୫ରେ ୩୬,୯୯୯ଟଙ୍କା ଓ କ୍ୟୁ ୭ରେ ୪୯,୯୯୯ଟଙ୍କା କରିଛନ୍ତି। ଏହାବ୍ୟତୀତ କମ୍ପାନୀ ଗ୍ରାହକ ମାନଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ କମ୍ପଲିମେଣ୍ଟରି ସର୍ଭିସ୍‍ ଓ ବର୍ଷେ ପର୍ଯ୍ୟନ୍ତ ଇନସ୍ୟୁରାନ୍ସ ବ୍ୟବସ୍ଥା ରହିଛି।
ବିଏମଡବ୍ଲ୍ୟୁ : ସେହିପରି ବିଏମଡବ୍ଲ୍ୟୁ କାର ମଧ୍ୟ ନିଜର ଗ୍ରାହକ ମାନଙ୍କୁ ଭଲ ଅଫର ଦେଇଛି। ବିଏମଡବ୍ଲ୍ୟୁ ନିଜର ୩ସିରିଜରେ ଲୋକପ୍ରିୟ ବୋରିଏଣ୍ଟ କାର ଉପରେ ୭.୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଆତି ଦେଉଛି। ବିଏମଡବ୍ଲ୍ୟୁ ୩ସିରିଜ ଲଗ୍‍ଜ୍ୟୁରି କାର ଉପରେ ୮.୩୦ ଲକ୍ଷ ଟଙ୍କା ରିଆତି ଦିଆଯାଇଛି। ବିନା ରିଆତିରେ ଏହି କାରର ମୂଲ୍ୟ ୪୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।
ବଲଭୋ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ବଲଭୋ ମଧ୍ୟ ନିଜର ଗ୍ରାହକ ମାନଙ୍କୁ ଭଲ ରିଆତି ଦେଉଥିବା ଦେଖିବାକୁ ମିଳିଛି। କମ୍ପାନୀ ୯୦ ସିରିଜର ଭଲଭୋ ଏସ୍‍୯୦ ଓ ବଲଭୋ ଏକ୍ସସି୯୦ କାର ଉପରେ ଭଲ ରିଆତି ଦେଉଥିବା ଦେଖିବାକୁ ମିଳିଛି। ଭଲଭୋ ଏକ୍ସସି୯୦ର ସମସ୍ତ କାର ଉପରେ ୮ଲକ୍ଷ ଟଙ୍କା ରିଆତି ନେଇ କମ୍ପାନୀ ସୂଚନା ଦେଇଛି।
ଜାଗୁଆର : ନିଜର ଭଲ ଡିଜାଇଲ କାର ପାଇଁ କମ୍ପାନୀ ସମଗ୍ର ବିଶ୍ୱରେ ନିଜର ଲୋକପ୍ରିୟତା ହାସଲ କରିଛନ୍ତି। ଜାଗୁଆର ଏକ୍ସଇ ଉପରେ ୫.୨୫ ଲକ୍ଷ ଟଙ୍କା ରିଆତି ମିଳିବ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories