www.samajalive.in
Saturday, December 6, 2025
26.1 C
Bhubaneswar

ଜିଲା ଜୁନିୟର ରେଡକ୍ରସ କାର୍ଯ୍ୟନିର୍ବାହୀ କମିଟି ବୈଠକ

ବଲାଙ୍ଗିର(ଶିଶିର): ବଲାଙ୍ଗିର ଜିଲା ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲା ଜୁନିୟର ରେଡକ୍ରସର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ଶିକ୍ଷାଧିକାରୀ ତଥା ଜୁନିୟର ରେଡକ୍ରସ ଚେୟାରମ୍ୟାନ କାର୍ତ୍ତିକେଶ୍ୱର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଜିଲା ଜୁନିୟର ରେଡକ୍ରସ ଉପ-ସଭାପତି ତଥା ପୁଇଁନ୍ତଲା ବ୍ଲକ ଶିକ୍ଷାଧିକାରୀ ନେପାଳ ଚନ୍ଦ୍ର ବାଗ ଓ ମୁଖ୍ୟ ଉପଦେଷ୍ଟା ସନାତନ ଠାକୁର ଯୋଗଦେଇଥିଲେ।

ବୈଠକରେ ୧୪ଟି ବ୍ଲକର ସଂଯୋଜକ ତଥା କାର୍ଯ୍ୟକାରୀ କମିଟିର ସଭ୍ୟ ଉପସ୍ଥିତ ରହି ଆୟବ୍ୟୟ ଅଟକଳ ତଥା ବର୍ଷର କ୍ୟାଲେଣ୍ଡର ପ୍ରସ୍ତୁତ କରିଥିଲେ। ଜିଲା ଶିକ୍ଷାଧିଶ ଶ୍ରୀ ଲେଙ୍କା ଜୁନିୟର ରେଡକ୍ରସ ବିଭାଗ ପ୍ରତି ବିଦ୍ୟାଳୟରେ ଖୋଲିବା ସହ ଉତ୍ତମ ଜୁନିୟର ଗଢିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ପାଦକ ଜ୍ୟୋତି ପରିଡା ସୂଚନା ଦେଇଥିଲେ ଯେ, ୨୦୧୮-୧୯ ବଲାଙ୍ଗିର ଜିଲା ଜୁନିୟର ରେଡକ୍ରସ ବିଭାଗ ଓଡିଶାର ମାନ୍ୟବର ରାଜ୍ୟପାଳଠାରୁ ସମ୍ବର୍ଦ୍ଧିତ ହୋଇଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories