ଜିଲାସ୍ତରୀୟ ମେଳା:  ଉଦ୍‌‌ଯାପନୀ ଦିବସରେ ୯୭ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ

କେନ୍ଦୁଝରଗଡ଼଼: ମାଇନିଂରୋଡସ୍ଥିତ ଓଡିଶା ଖଣି ଓ ଯାନ୍ତ୍ରୀକ ବିଦ୍ୟାଳୟ କେନ୍ଦୁଝରର ଖେଳ ପଡ଼ିଆରେ ଗୁରୁବାର ଜିଲାସ୍ତରୀୟ ନିଯୁକ୍ତି ମେଳା ଉଦ୍‌‌ଯାପିତ ହୋଇଯାଇଛି। ଏହି ଅବସରରେ ଆନନ୍ଦପୁର, ହାଟଡିହି, ଘସିପୁରା, ଘଟଗାଁ ଓ ହରିଚନ୍ଦନପୁର ବ୍ଲକର ୮୭୯ଜଣ ଯୁବକ ଯୁବତୀ ସେମାନଙ୍କ ନାମ ପଞ୍ଜିକୃତ କରିଥିଲେ। ସେଥିମଧ୍ୟରୁ ୯୭ଜଣଙ୍କୁ ଜିଲାରେ କାର୍ଯ୍ୟକ୍ଷମ ଜେଏସ୍‌‌ଡବ୍ଲ୍ୟୁ, ଆର୍ଯ୍ୟା ଆଇରନ ଆଣ୍ଡ ଷ୍ଟିଲ, ରୁଙ୍ଗଟା ସ୍ପଞ୍ଜ ଆଇରନ ଲିଃ, ଏମ୍‌‌ଏସ୍‌‌ପି ସ୍ପଞ୍ଜ, ଓଡିଶା ସ୍ପଞ୍ଜ, ବିଆରପିଏଲ, ଆର୍ଡେଣ୍ଟ ଷ୍ଟିଲ, ଶ୍ରୀମେଟାଲିକ୍ସ, ଦି ୱାଲ୍ଡ ଭଳି ବହୁ କମ୍ପାନୀ ପକ୍ଷରୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି ବୋଲି ଜିଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଗଣେଶ୍ୱର ନାୟକ କହିଛନ୍ତି। ଜିଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟର ୟଙ୍ଗ ପ୍ରଫେସନାଲ ବିଶାଲ ଜୟସ୍ୱାଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଦୁଇଦିନିଆ ନିଯୁକ୍ତି ମେଳାକୁ କନିଷ୍ଠ ନିୟୋଜନ ଅଧିକାରୀ ବିଜୟଲକ୍ଷ୍ମୀ ନାୟକ, ବରିଷ୍ଠ ସହାୟକ ଅରୁଣ କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।

Comments are closed.