www.samajalive.in
Thursday, December 11, 2025
15.1 C
Bhubaneswar

ବିଶ୍ୱନାଥପୁର ଆଞ୍ଚଳିକ ଉନ୍ନୟନ ସମିତି ପକ୍ଷରୁ ଦୁର୍ଗମ ଗାଁ ପଟାଙ୍ଗପଦରରେ ଶୁଖିଲା ଖାଦ୍ୟ ବଣ୍ଟନ

ଲାଞ୍ଜିଗଡ଼: ମହାମାରୀ କରୋନାର ପ୍ରାଦୁର୍ଭାବ ଯୋଗୁଁ ଲୋକଙ୍କ ଜୀବନଜୀବିକା ବାଧାପ୍ରାପ୍ତ ହୋଇଥିବାବେଳେ ଆଦିବାସୀ ବହୁଳ ଓ ଦୁର୍ଗମାଞ୍ଚଳରେ ରହୁଥିବା ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହିପରି କଠିନ ସମୟରେ ସରକାର ଓ ପ୍ରଶାସନ ସହିତ ତାଳଦେଇ ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଙ୍କ ପାଇଁ ଠିଆ ହେଉଛନ୍ତି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ। ଏହିପରି ଭାବେ ୟୁରୋପିୟାନ ୟୁନିୟନ ଓ ଅକ୍ସଫାମ୍‍ ଇଣ୍ଡିଆର ସହାୟତାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତର ବଣପାହାଡ ଘେରା ଦୁର୍ଗମ ପଟାଙ୍ଗପଦରରେ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ବିଶ୍ୱନାଥପୁର ଆଞ୍ଚଳିକ ଉନ୍ନୟନ ସମିତି ପହଞ୍ଚିବା ସହ ଅସହାୟଙ୍କୁ ବଢାଇଛି ସହାୟତାର ହାତ।

ବିଶ୍ୱନାଥପୁର ଆଞ୍ଚଳିକ ଉନ୍ନୟନ ସମିତିର ସଂପାଦିକା ଫୁଲମେ ମାଝୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଫକୀରମୋହନ ମାଝୀ, ସମ୍ମାନିତ ଅତିଥି ଭାବେ ଲାଞ୍ଜି ସରପଞ୍ଚ ବିଷ୍ଣୁଚରଣ ଭୋଇ, ଯୁବଲେଖକ ତଥା ସମାଜସେବୀ ସୁଶୀଲ କୁମାର ବାଗ ପ୍ରମୁଖ ଯୋଗଦେଇ ପଟାଙ୍ଗପଦର ଗାଁର ୧୨ଟି ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ଲାଞ୍ଜି ପଞ୍ଚାୟତ ଦଳମ୍ବା ଗାଁରୁ ଏହି ଗାଁକୁ ଜଙ୍ଗଲ ଭିତରେ ଚାଲିଚାଲି ଯିବା ସହ ଲୋକଙ୍କୁ ମହାମାରୀ କରୋନା ସଂପର୍କରେ ସଚେତନ କରିବା ସହ ମ୍ୟାଲେରିଆ, ଡାଇରିଆ ସଂପର୍କରେ ମଧ୍ୟ ସଚେତନ କରାଯାଇଥିଲା। କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ଉନ୍ନୟନର କାର୍ୟ୍ୟକର୍ତ୍ତା ଲିଙ୍ଗରାଜ ମାଝୀ ଓ ବେବିନା ମାଝୀ।

- Advertisement -

ସ୍ୱେଚ୍ଛାସେବୀ ଜୟରାମ ତାଣ୍ଡି, ରାଜୀବ ମାଝୀ, ସୁରେଶ ସଂଗ୍ରାମ, ଗଣେଶ ମାଝୀ, ତରୁଣ ମାଝୀ, ରଚୟିତା ରଣା, ଲିଭୋଲିଂ ଫାଉଣ୍ଡେସନର ଶ୍ରମିକମିତ୍ର ଚିତ୍ର ମାଝୀ ପ୍ରମୁଖ ରିଲିଫ ବଣ୍ଟନରେ ସହଯୋଗ କରିଥିଲେ। ପୂର୍ବରୁ ପ୍ରାୟ ସପ୍ତାହେ ହେଲା ୟୁରୋପିୟାନ ୟୁନିୟନ ଓ ଅକ୍ସଫାମ୍‍ ଇଣ୍ଡିଆର ସହାୟତାରେ ଉନ୍ନୟନ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ବ୍ଲକର ଗୋବର୍ଦ୍ଧନପୁର, ପୋଖରୀବନ୍ଧ, କାନକୁଟ୍ରୁ , ବେଡାଗଁ, ବନ୍ଧପାରି ଓ କୁମଖାଲ ଆଦି ଦୁର୍ଗମ ଅଞ୍ଚଳର ୧୭୦ଟି ପରିବାରଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ସେହିପରି ବିଭିନ୍ନ ଗାଁର ଅତ୍ୟନ୍ତ ଅସହାୟ ପରିବାର ଓ ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories