www.samajalive.in
Monday, December 8, 2025
14.1 C
Bhubaneswar

ସାମ୍ବାଦିକଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦବୀ; ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ଅବସରପ୍ରାପ୍ତ ସେନା ଅଧିକାରୀ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟ ସାରା ବିଶ୍ଵରେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ତେବେ ଟ୍ରମ୍ପଙ୍କ ୨ୟ କାର୍ଯ୍ୟକାଳରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ପିଟ୍‌ ହେଗସେଥଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି। ଫକ୍ସ ଖବର ସରବରାହ ସଂସ୍ଥାର ସାମ୍ବାଦିକ ହେଗସେଥଙ୍କୁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ ଦିଆଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଲୋକେ। ଏହାର ପ୍ରତିବାଦ କରିଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ।

ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ କହିଛନ୍ତି, ହେଗସେଥଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରିବାଠାରୁ ଅଧିକ ହାସ୍ୟାସ୍ପଦ କଥା କିଛି ନାହିଁ। ଏଭଳି ଜଣେ ବ୍ୟକ୍ତିଙ୍କୁ ପେଣ୍ଟାଗନ ଦାୟିତ୍ଵ ଦିଆଯାଇଛି, ଯାହାଙ୍କ ପାଖରେ କୌଣସି ଅନୁଭବ ନାହିଁ। ଅନ୍ୟପଟେ ଟ୍ରମ୍ପ ବହୁତ ଯୋଗ୍ୟ ଏବଂ ଅନୁଭବୀ ଲୋକଙ୍କୁ ଅଣଦେଖା କରିଛନ୍ତି, ଯେଉଁମାନେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତିରେ ସରକାର ପାଇଁ ସହାୟକ ହୋଇପାରିଥାଆନ୍ତେ। ତେଣୁ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories