www.samajalive.in
Saturday, December 13, 2025
26.1 C
Bhubaneswar

ଡିଆଇଜିଙ୍କ ସ୍ୱାଭିମାନ ଅଂଚଳ ଗସ୍ତ, ଲୋକଙ୍କ ସୁରକ୍ଷା ଓ ଶାନ୍ତି ପ୍ରତିଷ୍ଠାକୁ ପ୍ରାଥମିକତା

ମାଲକାନଗିରି:  ଅଶାନ୍ତ ସ୍ବାଭିମାନ ଅଞ୍ଚଳରେ ଆଜି ପହଞ୍ଚିଛନ୍ତି  ଦକ୍ଷିଣାଂଚଳ ଡିଆଇଜି ସଫିନ୍‍ ଅହମଦ୍‍ । ଗଣତନ୍ତ୍ର ବିରୋଧୀ ତତ୍ୱକୁ ସରକାର କେବେ ବରଦାସ୍ତ କରିବେ ନାହିାଁ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ରା ଗଣତନ୍ତ୍ର ବିରୋଧୀଙ୍କ ପାଇଂ ଏଠାରେ ସ୍ଥାନ ନାହିାଁ ଗଣତାନ୍ତ୍ରିକ ପଦ୍ଧତିରେ ଅଂଚଳର ବିକାଶ କରିବା ସହ ସ୍ଥାନୀୟ ଅଂଚଳର ଆଦିବାସୀଙ୍କୁ ସୁର କ୍ଷା ଦେବାପାଇଁ ପୁଲିସ ପ୍ରତିଶୃତିବଦ୍ଧ ବୋଲି ଶ୍ରୀ ଅହମଦ ପ୍ରକାଶ କରିଛନ୍ତିା

ଗତ ଦୁଇଦିନ ଧରି ସେ ମାଲକାନଗିରି ଜିଲ୍ଲାର ମହୁପଦର, କର୍ତନପାଲ୍ଲୀ, ପ୍ରଭୃତି ମାଓ ଅଂଚଳ ଗସ୍ତ କଲାପରେ। ଆଜି  ସ୍ୱାଭିମାନ ଅଂଚଳର ନକ୍ସଲ ଗଡ କୁହା ଯାଉଥିବା ଗୁରାସେତୁ ଠାରେ ସେ ପହଞ୍ଚିଥିଲେ ।  ଏହି ସବୁ ଅଂଚଳର ବିକାଶ କାର୍ଯ୍ୟକୁ ତରାନ୍ୱିତ କରିବାରେ ଜବାନମାନେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ବିକାଶ କାର୍ଯ୍ୟରେ ସାଲିସ କରା ଯିବନାହିଁ ବୋଲି ପ୍ରକାଶ କରିଛନ୍ତିା ବିଶେଷ କରି ଗତ କିଛି ଦିନ ଧରି ଏହି ଅଂଚଳ ଅଶାନ୍ତ ହୋଇ ପଡିଥିବା ବେଳେ ମାଓବାଦୀଙ୍କ ବିରୁଦ୍ଧରେ ଜଡାମ୍ବ, ଗୁରାସେତୁ ଅଂଚଳରେ ଆଦିବାସୀ ମାନେ ମେଳି କରି ନକ୍ସଲଙ୍କୁ ବିରୋଧ କରିଥିବା ଦେଖା ଦେଇଥିଲ।। ତେବେ ପୁଲିସକୁ ଟାର୍ଗେଟ କରି ମାଓବାଦୀ ମାନେ ବିଭିନ୍ନ ସ୍ଥାନରେ ଲାଣ୍ଡମାଇନ ରଖିବା ସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଗଛିତ କରି ରଖିଥିବା ବେଳେ ପୁଲିସ ପକ୍ଷରୁ ଗତ ଏକ ସପ୍ତାହ ମଧ୍ୟରେ ଅସ୍ତଶସ୍ତ୍ର ଉଦ୍ଧାର କରା ଯାଇଥିଲ।।

- Advertisement -

ଏଥିରେ କ୍ଷୁବ୍ଧ ମାଓବାଦୀ ମାନେ ଖଜୁରିଗୁଡା ଗ୍ରାମର ଦାସ ଖେମୁଡୁ ନାମକ ବ୍ୟକ୍ତିଙ୍କୁ ହତ୍ୟା କରିବା ସହ ଦୁଇଜଣଙ୍କୁ ନିର୍ଧୁମ ମାଡ ମାରିଥିଲୋ ସେହି ଘଟଣା ପରେ ସ୍ଥାନୀୟ ଅଂଚଳବାସୀ  ମାଓବାଦୀଙ୍କ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କରି ଦେଇଥିଲୋ ଆଗାମୀ ଦିନରେ ଏଥିନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ପୁଲିସ ପାଇଁ ଏହା ଏକ ଚିନ୍ତାର କାରଣ ପାଲଟିଛିା ତେଣୁ ଡିଆଇଜି ଏହି ଅଂଚଳ ଗସ୍ତ କରି ସ୍ଥାନୀୟ ଅଂଚଳବାସୀଙ୍କ ସହ ଆଲୋଚନା କରି ଥିଲେ ଏବଂ ପୁଲିସକୁ ସହ ଯୋଗ କରିବା ସହ ଅଂଚଳରେ ବିକାଶ କାର୍ଯ୍ୟ କିପରି ତରାନ୍ୱିତ ହେବ ବିଶେଷ କରି ରାସ୍ତା, ବିଦ୍ୟାଳୟ ନିର୍ମାଣ, ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ପାଇଁ ଡାକ୍ତର ନିଯୁକ୍ତି ଭଳି କାର୍ଯ୍ୟ ଆଗାମୀ ଦିନରେ ଜାରି ରହିବ ବୋଲି ସେ କହିବା ସହ ଗୋରାସେତୁ ଓ ଜଡାମ୍ବ ପ୍ରଭୃତି ଅଂଚଳରେ ଯେଉଁ ମାଓବାଦୀଙ୍କ ସ୍ମାରକୀ ରହିଛି ତାହା ନଷ୍ଟ କରା ଯିବ ନାହିଁ କାରଣ ଏହି ସବୁ ସ୍ମାରକୀକୁ ଆଗାମୀ ପିଢି ଦେଖିବେ ଏବଂ ଇତିହାସକୁ ମନେ ପକାଇବ ବୋଲି ସେ କହିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories