www.samajalive.in
Monday, December 8, 2025
24.1 C
Bhubaneswar

ଡିଜେଲ ବିକ୍ରୟ କେନ୍ଦ୍ର ଉଦଘାଟିତ

ଆଠଗଡ : ଆଠଗଡ-ଧବଳେଶ୍ୱର ରାସ୍ତାର ଦହିସରା ନିକଟରେ ପ୍ରମିଳା କେଏସକେ ନାମକ ଏକ ଡିଜେଲ ପମ୍ପ ସୋମବାର ଉଦଘାଟିତ ହୋଇଯାଇଛି । ଉକ୍ତ ଇଣ୍ଡିଆନ ଅଏଲ ଫିଲିଙ୍ଗ ଷ୍ଟେସନରେ ଗତ ଜୁଲାଇ ୧୪ ତାରିଖରେ ପେଟ୍ରୋଲ ବିକ୍ରୟ କେନ୍ଦ୍ର ଉଦଘାଟିତ ହୋଇଥିବାବେଳେ ଏବେ ଡିଜେଲ ବିକ୍ରୟ କେନ୍ଦ୍ର ଉଦଘାଟିତ ହୋଇଛି । ଭଲଭୋ ନିର୍ମାଣ ମେସିନର ଓଡିଶା ପାଇଁ ଅଧିକୃତ ବିତରକ ପଲ୍ୟୁଟେକ୍ ଇଞ୍ଜିନିୟରିଙ୍ଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଦିଲ୍ଲୀପ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ଡିଜେଲ ବିକ୍ରୟ କେନ୍ଦ୍ରକୁ ଉଦଘାଟନ କରିଥିଲେ । ପ୍ରମିଳା କେଏସକେ ଫିଲିଙ୍ଗ ଷ୍ଟେସନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅନିଲ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସୁଧିରଞ୍ଜନ ଦାଶ ଓ ପଲ୍ୟୁଟେକ୍ ଇଞ୍ଜିନିୟରିଙ୍ଗର ବିପଣନ ପରିଚାଳକ ରାଜେନ୍ଦ୍ର କୁମାର ମିଶ୍ର ଯୋଗ ଦେଇଥିଲେ । ଶୁଦ୍ଧ ତୈଳ ଯୋଗାଣ ପାଇଁ ସେମାନେ ପ୍ରତିବଦ୍ଧ ବୋଲି ଫିଲିଙ୍ଗ ଷ୍ଟେସନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅନିଲ ମିଶ୍ର ପ୍ରକାଶ କରିଥିଲେ । ଉକ୍ତ ଫିଲିଙ୍ଗ ଷ୍ଟେସନର ମୁଖ୍ଯ ପରିଚାଳକ ସୁଶୀଲ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରୋଜ ମିଶ୍ର, ଅଭିଷେକ ମିଶ୍ର ଓ ଆୟୁଷ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories