www.samajalive.in
Friday, December 12, 2025
14.1 C
Bhubaneswar

ପଥର ଖାଦାନରେ ବୁଡ଼ି ଡିପ୍ଲୋମା ଛାତ୍ରଙ୍କ ମୃତ୍ୟୁ

ଗୋପାଳପୁର : ଗୋଳନ୍ଥରା ଥାନା ଅଧୀନ ପାଲୁର ହିଲସ  ନିକଟରେ ଥିବା ପଥର ଖାଦାନରେ ଗାଧୋଇବାକୁ ଯାଇ ଜଣେ ଡିପ୍ଲୋମା ପଢୁଆ ନାବଳକର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ନାବାଳକ ଜଣଙ୍କ କଟକର  ଡି. ଭାନୁ ପ୍ରକାଶ ବୋଲି ପୁଲିସ ସୂଚନା ଦେଇଛି । ମୃତକ ଭାନୁ ପ୍ରକାଶ ବିଶାଖାପାଟଣାର ବେହେରା କଲେଜରେ ଇଲେକ୍ଟ୍ରିକାଲ  ଡିପ୍ଲୋମାର ୨ୟ ବର୍ଷରେ ପଢ଼ୁଥିବାବେଳେ ଗତ ୭ ତାରିଖରେ ଦଶହରା ଛୁଟିରେ ଏହି ଥାନା ଅନ୍ତର୍ଗତ ପାଲୁର ଗାଁରେ ରହୁଥିବା ସହପାଠୀ ପି. ତ୍ରିପତିଙ୍କ ଘରକୁ ଆସିଥିଲେ । ଆଜି ଭାନୁ ପ୍ରକାଶ, ତ୍ରିପତି ଓ ଅନ୍ୟ ଜଣେ ସାଙ୍ଗ ସାଇ ପ୍ରମୁଖ ମିଶି ପାଲୁର ହିଲସ ସନ୍ନିକଟ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ନିକଟରେ ଥିବା ଏକ ପଥର ଖାଦାନକୁ ଗାଧୋଇବା ପାଇଁ ଯାଇଥିଲେ । ସମସ୍ତେ ଗାଧଉଥିବାବେଳେ ଭାନୁ ପ୍ରକାଶ ପାଣିର  ଗଭୀରକୁ ଚାଲି ଯାଇ ବୁଡ଼ି ଯାଇଥିଲା। ତ୍ରିପତି ଓ ସାଇ ଗାଁକୁ ଯାଇ ଘଟଣା ସମ୍ପର୍କରେ ଖବର ଦେଇଥିଲେ । ଗ୍ରାମବାସୀ ଭାନୁକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ପୁଲିସ ଶବ ଜବତ କରି ୪୫/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories