www.samajalive.in
Saturday, December 6, 2025
26.1 C
Bhubaneswar

ବାଉଁଶ ଖସିପଡ଼ିବାରୁ ଟାଟାବିଏସ୍‍ଏଲ୍‍ ଠିକା ସଂସ୍ଥାର ସିକ୍ୟୁରିଟି ଅଫିସରଙ୍କ ମୃତ୍ୟୁ

ଢେଙ୍କାନାଳ : ଓଡାପଡା ବ୍ଲକ କଣ୍ଟାବଣିଆଁ ଠାରେ ଟାଟା ବିଏସଏଲର ପାଚେରୀ ପଲସ୍ତରା କାର୍ଯ୍ୟରେ ବନ୍ଧାହୋଇଥିବା ବାଉଁଶ ଭାଡ଼ା ଖସିପଡ଼ିବାରୁ ଠିକା ସଂସ୍ଥାର ସିକ୍ୟୁରିଟି ଅଫିସରଙ୍କ ମୃତ୍ୟୁ ଘଟିଛି। କ୍ଷତିପୂରଣ ଦାବି କରି ମୃତକଙ୍କ ପରିବାରବର୍ଗ କାରଖାନା ସମ୍ମୁଖରେ ଧାରଣା ଦେଛନ୍ତି।

ଟାଟା ବିଏସଏଲ କାରଖାନାର ସରପା ଠାରୁ ଏନଏଚ୍‍କୁ ଲମ୍ବିଥିବା ରାସ୍ତା ପାର୍ଶ୍ବରେ କମ୍ପାନୀର ଥିବା ପାଚେରୀର ମରାମତି କାର୍ଯ୍ୟ ବିରାଜ କନଷ୍ଟ୍ରକସନ ଠିକା ସଂସ୍ଥା ଦ୍ୱାରା କରାଯାଉଥିଲା। ମାତ୍ର ପାଚେରୀ ନିର୍ମାଣ ପାଇଁ ତୃଟୀପୂର୍ଣ୍ଣ ଭାବେ ବାଉଁଶ ଭାଡା ବନ୍ଧା ଯାଇଥିଲା। ଲକି ମିନେରାଲ ଠିକା ସଂସ୍ଥାରେ କାର୍ଯ୍ୟରତ ସେଫ୍ଟି ଅଫିସର ସୁଧାଂଶୁ ଶେଖର ସାମଲ ସେହି ରାସ୍ତାରେ ବାଇକ୍‍ ଯୋଗେ ଯାଉଥିବାବେଳେ ଏହି ବାଉଁଶ ଭାଡ଼ା ତାଙ୍କ ଉପରେ ଖସିପଡ଼ିଥିଲା। ଗୁରୁତର ଆହତ ଅବସ୍ଥାରେ ସୁଧାଂଶୁଙ୍କୁ ଚିକତ୍ସା ନିମନ୍ତେ ଅନୁଗୁଳ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସୁଧାଂଶୁଙ୍କ ଘର ବାଲିମୀ ଥାନା ଗୁରିଲୋ ଅଞ୍ଚଳରେ। ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ମୃତକଙ୍କ ପରିବାର ପକ୍ଷରୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀରେ କାରଖାନା ଫାଟକ ସମ୍ମୁଖରେ ମୃତକଙ୍କ ଶବକୁ ରଖି ଧାରଣା ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଶେଷରେ କାରଖାନା କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପରେ ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବାସହ ପରିବାରର ଜଣଙ୍କୁ ଉକ୍ତ ଠିକାସଂସ୍ଥା ଜରିଆରେ ନିଯୁକ୍ତି ଦିଆଯିବ। ଏହାଛଡ଼ା ଶ୍ରମ ଆଇନ୍‍ ଅନୁସାରେ ଅନ୍ୟ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories