www.samajalive.in
Sunday, December 7, 2025
14.1 C
Bhubaneswar

ଅଳ୍ପକେ ବର୍ତ୍ତିଲେ ବିଧାୟିକାଙ୍କ ପ୍ରତିନିଧି, ୧୦ଫୁଟ ତଳକୁ ଖସିଲା କାର

ସୁନ୍ଦରଗଡ଼: ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବର୍ତ୍ତନକେଲାର ଅନୀତି ଦୂରରେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ସଦର ବିଧାୟିକାଙ୍କ ପ୍ରତିନିଧି। ସେ ଚଳାଉଥିବା କାରଟି ରାସ୍ତାରୁ ପ୍ରାୟ ୧୦ଫୁଟ ତଳକୁ ବୁଦାକୁ ଖସି ପଡ଼ିଥିଲେ ମଧ୍ୟ ପ୍ରତିନିଧି ସାମାନ୍ୟ ଆହତ ହୋଇଥିବାର ଜଣାପଡ଼ିଛି। ମିଳିଥିବା ସୂତ୍ରରୁ ପ୍ରକାଶ, ସଦର ବିଧାୟିକାଙ୍କ ପ୍ରତିନିଧି ବିମଲ ପଟେଲ ସୁନ୍ଦରଗଡ଼ରୁ ନିଜ ଘର ସୁର୍ଗୁଡ଼ାକୁ କାର ନଂ- ଓଡି-୦୨ବିଏଫ-୧୧୨୪ ରେ ଯାଉଥିବା ବେଳେ ଏକ କୋଇଲା ବୋଝେଇ ଟ୍ରକ ବିପରୀତ ଦିଗରୁ ବେପରବାୟ ଢଙ୍ଗରେ ଗାଡ଼ି ଚାଳନା କରି କାର ଆଡ଼କୁ ମାଡ଼ି ଆସୁଥିବା ବେଳେ ନିଜକୁ ରକ୍ଷା କରିବା ପାଇଁ ଶ୍ରୀ ପଟେଲ କାରକୁ ବାଧ୍ୟ ହୋଇ ରାସ୍ତା ତଳକୁ ଓହ୍ଲାଇବା ପାଇଁ ଚେଷ୍ଟା କରିଥିଲେ ହେଲେ କାରଟି ସିଧା ରାସ୍ତାରୁ ୧୦ଫୁଟ ତଳକୁ ଏକ ପୋଖରୀ ଭିତରକୁ ପଶିଯାଇଥିଲା। ଭାଗ୍ୟବଶତଃ ଶ୍ରୀ ପଟେଲ ସାମାନ୍ୟ ଆହତ ହୋଇଥିଲେ।

ଏ ଘଟଣା ଦେଖି ଶତାଧିକ ସ୍ଥାନୀୟ ଲୋକ ସେଠାରେ ରୁଣ୍ଡ ହେବା ସହ ଶ୍ରୀ ପଟେଲ ଓ କାରକୁ ଉଦ୍ଧାର କରିବା ପାଇଁ ପ୍ରୟାସ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବାରମ୍ବାର ଏହି ରାସ୍ତାରେ ସଡ଼କ ଦୁର୍ଘଟଣା ଘଟି ଏକାଧିକ ଧନଜୀବନ ନଷ୍ଟ ହୋଇଥିଲେ ହିଁ ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଲୋକେ ଚର୍ଚ୍ଚା କରୁଥିବା ବେଳେ ସଦର ବିଧାୟିକା କୁସୁମ ଟେଟେ ଏହି ରାସ୍ତା ଦେଇ ଚଳାଚଳ କରୁଥିବା ଯାନବାହନର ତୀବ୍ର ଗତି ଉପରେ ଅଙ୍କୁଶ ଲଗାଇବା ପାଇଁ ଦାବି କରିବା ସହ ତୁରନ୍ତ ରାସ୍ତା ନିର୍ମାଣ କାମକୁ ଆଗେଇ ନେବା ପାଇଁ ରାସ୍ତା ଓ କୋଠାବାଡ଼ି ବିଭାଜନର ନିର୍ବାହୀ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories