www.samajalive.in
Wednesday, December 10, 2025
18.1 C
Bhubaneswar

ରକ୍ଷକ ଆଜି ଭକ୍ଷକ ସାଜିଛି: ଧର୍ମେନ୍ଦ୍ର

ଭୁବନେଶ୍ୱର : ଶ୍ରୀମନ୍ଦିରରେ ନାବାଳିକାଙ୍କ ସହ ହୋଇଥିବା ଅସଦାଚରଣ ମାମଲାକୁ କଡାଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ରକ୍ଷକ ଏବେ ଭକ୍ଷକ ସାଜିଛନ୍ତି। ପ୍ରଜାତନ୍ତ୍ରରେ ଏପରି କଥା ବହୁତ ନିନ୍ଦନୀୟ। ଓଡିଶାରେ ଶାସନ ଦାୟିତ୍ୱ ଆଜି କଳାପାହଡମାନଙ୍କ ହାତକୁ ଚାଲିଯାଇଛି। ଲୋକେ ଏଥର ସେମାନଙ୍କୁ ବାହର କରିବେ। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ରାଜ୍ୟରେ ଏକ ସ୍ୱେଚ୍ଛାଚାରୀ, ସମ୍ବେଦନହୀନ ସରକାର ଚାଲିଛି। ଏହାକୁ ବଦଳାଇବାକୁ ପଡିବ। ବିଶେଷକରି ପିପିଲିର ପୀଡିତା ବେବିନା ବଳାତ୍କାର ମାମଲାରେ ୨ ଦିନ ତଳେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଯେପରି ଗଣମାଧ୍ୟମକୁ ବକ୍ତବ୍ୟ ଦେଲେ ତାହା ନିଲର୍ଜତା ଓ ଅହଂକାରର ମନ୍ତବ୍ୟ। ଜଣେ ଦଳିତ ଝିଅକୁ ନ୍ୟାୟ ମିଳିଲା ନାହିଁ। ବଳାତ୍କାର କରିଥିବା ଲୋକ ଶାସକଦଳର ଓ ମନ୍ତ୍ରୀଙ୍କ ପାଖଲୋକ। ମନ୍ତ୍ରୀଙ୍କ ଘରୁ ଅପରାଧୀ ମିଳିଲେ। ଏହି ଘଟଣାରେ ଜଣେ ପୁଲିସ ଅଧିକାରୀ ନିଲମ୍ବିତ ହେଲେ। କ୍ରାଇମବ୍ରାଞ୍ଚ ଯୋଜନା କରି ଶାସକ ଦଳ ଲୋକଙ୍କୁ ଖସାଇ ଦେଲା ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories