www.samajalive.in
Saturday, December 6, 2025
19.1 C
Bhubaneswar

ଯମୁନାପାଲିରେ ବିଶ୍ୱ ଧନ୍ୱନ୍ତରୀ ଦିବସ ପାଳିତ

ଖପ୍ରାଖୋଲ : ଆୟୁର୍ବେଦ ଚିକିତ୍ସା ବେଦର ଏକ ଅଙ୍ଗ। ଏହା ସର୍ବ ପୁରାତନ ଚିକିତ୍ସା। ବିଜ୍ଞାନର ଉପଲବ୍ଧି ସତ୍ତେ୍ୱ ଘର ଚାରି ପାଖରେ ପରିବେଷ୍ଟିତ ଜରିବୁଟିର ଗୁରୁତ୍ୱ ସବୁବେଳେ ରହି ଆସିଛି। ଆୟୁର୍ବେଦ ବିନା ମାନବ ସଭ୍ୟତାର ପରିକଳ୍ପନା କରାଯାଇପାରେ ନାହିଁ। ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଯମୁନାପାଲି ଗ୍ରାମରେ ଧନ୍ୱନ୍ତରୀ ଜୟନ୍ତୀ ଦିବସ ପାଳନ ଅବସରରେ ପାରମ୍ପରିକ ବୈଦ୍ୟ ସମ୍ମିଳନୀରେ ଏହି ମତ ପ୍ରକାଶ ପାଇଛି। ଗନ୍ଧମାର୍ଦ୍ଧନ ବୈଦ୍ୟ ମହାସଂଘର ହରିଶଙ୍କର ଆନୁକୂଲ୍ୟରେ ଆୟୋଜିତ ସମ୍ମିଳନୀରେ ଶତାଧିକ ବୈଦ୍ୟ ଯୋଗ ଦେଇଥିଲେ। ପାରମ୍ପରିକ ଚେରମୂଳୀ ଦିନକୁ ଦିନ ଧ୍ୱଂସ ପାଇବାକୁ ବସିଥିବା ବେଳେ ଏହାକୁ ବଞ୍ଚାଇ ରଖିବାକୁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ସମ୍ପୁର୍ଣ୍ଣ ଭାବେ ଚେରମୂଳୀକୁ କଟା ନଯାଇ ଏହାର ଅଂଶ ବିସ୍ତାର କରିବାକୁ ମତ ପ୍ରକାଶ ପାଇଥିଲା। ବୈଦ୍ୟ ମହାସଂଘର ସଭାପତି କର୍ଣ୍ଣ ମାଝୀ ଓ ସମ୍ପାଦକ ପବିତ୍ର ଭୋଇଙ୍କ ଆବାହକତ୍ୱରେ ଅନୁଷ୍ଠିତ ସମ୍ମିଳନୀର ପ୍ରାରମ୍ଭରେ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଡ.ହରିଭାଇ ଆର୍ଯ୍ୟନ ଯଜ୍ଞ ବ୍ରହ୍ମା ଭାବେ ଯଜ୍ଞ ପରିଚାଳନା ସହ ସଭା ସଂଯୋଜନା କରିଥିଲେ। ଆଞ୍ଚଳିକ ଆର୍ଯ୍ୟ ସମାଜର ବରିଷ୍ଠ କର୍ମକର୍ତ୍ତା ନକୁଳ ସାହୁ, ଦେବାରାଜ ଭୋଇ ଯଜ୍ଞର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଜିଲା ସଂଯୋଜକ ଟେକେନ୍ଦ୍ର ଜାଲ ଯୋଗ ଦେଇ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ସହିତ ସାଙ୍ଗଠାନିକ ଏକତା ରକ୍ଷା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୈଦ୍ୟ ପବିତ୍ର ଭୋଇ, ରୂପାଧର ନାଏକ, ସାଗର ଷାଣ୍ଢ, ନୂଆ ମାଝୀ, ହାତୀରାମ ପୁଞ୍ଜି, ଖଗେଶ୍ୱର ମାଝୀ, ହରିହର କଠାର, ଜୟରାମ ବିଶି, ପ୍ରମୁଖ ବୈଦ୍ୟମାନେ ଏଥିରେ ଯୋଗ ଦେଇଥିଲେ। ଆର୍ସିଡିସିର ବୈକୁଣ୍ଠ ବାଗ ଧନ୍ୟବାଦ ଦେଇଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories