www.samajalive.in
Monday, December 8, 2025
24.1 C
Bhubaneswar

ଧନତେରାସ୍‍ ରେ ରାଶି ଅନୁଯାୟୀ କିଣନ୍ତୁ ଏହି ଜିନିଷ

ଦୀପାବଳି ମହାପର୍ବର ଶୁଭାରମ୍ଭ ଆଜି ଧନତେରାସ୍‍ ଠାରୁ ଆରମ୍ଭ। ଏହି ଦିନ ମା’ଲକ୍ଷ୍ମୀ ଓ କୁବେର, ଭଗବାନ ଧନୱନ୍ତରୀଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଏ। ଏହି ଦିନ ଭଗବାନ ଧନୱନ୍ତରୀଙ୍କ ଜନ୍ମ ହୋଇଥିଲା ବୋଲି ମାନ୍ୟତା ରହିଛି। ଏହି ଧନତେରାସ୍‍ ଦିନ କିଛି ନା କିଛି ନୂଆ ଜିନିଷ କିଣିବାର ପରମ୍ପରା ରହିଛି। ସୁନା-ଚାନ୍ଦିର ଆଭୂଷଣ, ବିଭିନ୍ନ ଧାତୁର ବାସନ, ଝାଡ଼ୁ ଆଦି ଏହି ଦିନ କିଣିଲେ ଧନର ବୃଦ୍ଧି ଓ ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ଧନତେରାସ୍‍ ରେ ରାଶି ଅନୁଯାୟୀ କେଉଁ ଜିନିଷ କିଣିବେ ….
ମେଷ ରାଶି – ଏହି ରାଶିର ବ୍ୟକ୍ତି ବା ମହିଳା ସୁନାର ଗହଣା, ଟଙ୍କା କିମ୍ବା ତମ୍ବାର ବାସନ କିଣନ୍ତୁ। ପିତ୍ତଳ ମଧ୍ୟ କିଣିପାରିବେ। ଏପରି କରିବା ଦ୍ୱାରା ଧନର ବୃଦ୍ଧି ହୋଇଥାଏ।
ବୃଷ ରାଶି – ଏହି ରାଶିର ବ୍ୟକ୍ତି ବା ମହିଳା ଚାନ୍ଦିର ନିର୍ମିତ ଗହଣା କିମ୍ବା ଚାନ୍ଦିରେ ନିର୍ମିତ ଯେକୌଣସି ଜିନିଷ କିଣନ୍ତୁ।
ମିଥୁନ ରାଶି – ଏହି ରାଶିର ବ୍ୟକ୍ତି ବା ମହିଳା ଶିକ୍ଷା ସମ୍ବନ୍ଧୀୟ ଜିନିଷ ନିଶ୍ଚୟ କିଣନ୍ତୁ। ତମ୍ବାରେ ନିର୍ମିତ ଯେକୌଣସି ଜିନିଷ ମଧ୍ୟ କିଣନ୍ତୁ।
କର୍କଟ ରାଶି – ଏହି ରାଶିର ବ୍ୟକ୍ତି ବା ମହିଳା ଚାନ୍ଦିର ନିର୍ମିତ ଗହଣା କିମ୍ବା ଚାନ୍ଦିରେ ନିର୍ମିତ ଯେକୌଣସି ଜିନିଷ କିଣନ୍ତୁ। ଷ୍ଟିଲ ବାସନ ମଧ୍ୟ କିଣି ପାରିବେ। ମାତ୍ର ନୂଆ ପୋଷାକ କିଣନ୍ତୁ ନାହିଁ।
ସିଂହ ରାଶି – ଏହି ରାଶିର ବ୍ୟକ୍ତି ବା ମହିଳା ଧନତେରାସ୍‍ ରେ ସୁନାର ଗହଣା କିମ୍ବା ଟଙ୍କା କିଣନ୍ତୁ। ଧାର୍ମିକ ପୁସ୍ତକ ମଧ୍ୟ କିଣିବା ଶୁଭଙ୍କର।
କନ୍ୟା ରାଶି – ଏହି ରାଶିର ବ୍ୟକ୍ତି ବା ମହିଳା ଚାନ୍ଦିର ଟଙ୍କା, ନୂଆ ଯାନ ମଧ୍ୟ କିଣିପାରିବେ।
ତୁଳା ରାଶି – ଏହି ରାଶିର ବ୍ୟକ୍ତି ବା ମହିଳା ଚାନ୍ଦିର ବାସନ ଓ ନୂତନ ପୋଷାକ କିଣନ୍ତୁ।
ବିଛା ରାଶି – ଏହି ରାଶିର ବ୍ୟକ୍ତି ବା ମହିଳା ସୁନାର ଗହଣା ଓ ପୂଜା ସାମଗ୍ରୀ ମଧ୍ୟ କିଣିପାରିବେ।
ଧନୁ ରାଶି – ଏହି ରାଶିର ବ୍ୟକ୍ତି ବା ମହିଳା ନୂଆ ଯାନ ଓ ଚାନ୍ଦିର ବାସନ କିଣିବା ଖୁବ ଶୁଭଙ୍କର।
ମକର ରାଶି – ଏହି ରାଶିର ବ୍ୟକ୍ତି ବା ମହିଳା ନୂଆ ଯାନ ଓ ସାଜସଜ୍ଜା ଜିନିଷ କିଣନ୍ତୁ।
କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତି ବା ମହିଳା ଚାନ୍ଦି ଓ ଷ୍ଟିଲର ବାସନ କିଣିବା ଖୁବ ଶୁଭଙ୍କର।
ମୀନ ରାଶି – ଏହି ରାଶିର ବ୍ୟକ୍ତି ବା ମହିଳା ସୁନା ଓ ଚାନ୍ଦିର ଗହଣା କିଣନ୍ତୁ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories