www.samajalive.in
Friday, December 12, 2025
17.1 C
Bhubaneswar

୪ ବର୍ଷ ହେଲା ନିଲାମ ହେଉନି ତିନିତର ଘାଟ; ନାହିଁ ସୁରକ୍ଷା ବ୍ୟବସ୍ଥା, ଅସୁରିକ୍ଷିତ ଜଳଯାତ୍ରା

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡି ଓ ତେନ୍ତୁଲିଡିହ ପଞ୍ଚାୟତ ସୀମାକୁ ଲାଗି ରହିଛି ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର ଘାଟ। ଏହି ଘାଟ ଦେଇ ଦୈନିକ ଶହଶହ ଲୋକ ଯାତାୟାତ କରନ୍ତି। ତାହାସହ ଆରଡି ଧାମକୁ ପ୍ରତିଦିନ ସହ ସହ ଶ୍ରଦ୍ଧାଳୁ ଭକ୍ତ ମଧ୍ୟ ଏହି ଘାଟରେ ନଦୀ ପାରି ହୋଇ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି। ଏହି ତିନିତର ଘାଟରେ ଏକ ସେତୁ ନିର୍ମାଣ ପାଇଁ ୩ ବର୍ଷ ତଳେ ମୂଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ ବି ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇନାହିଁ। ଫଳରେ ବ୍ଲକ ଉପରେ ନିର୍ଭର କରୁଥିବା ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁର ୪ଟି ପଞ୍ଚାୟତର ୧୪ଗୋଟି ଗାଁର ଲୋକମାନେ ଘାଟପାର ଉପରେ ନିର୍ଭର କରିଛନ୍ତି। ସେହିଭଳି କେନ୍ଦ୍ରାପଡା, ଚାନ୍ଦବାଲି ଅଞ୍ଚଳରୁ ଅଧିକାଂଶ ଲୋକ ଘାଟ ପାର ହୋଇ ଆଖଣ୍ଡଳମଣି ପୀଠକୁ ଆସିଥାନ୍ତି। ଏଠାରେ ଘାଟ ପାରିର ମାଧ୍ୟମ ହେଉଛି ଭୁଟୁଭୁଟି। ପୂର୍ବରୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଘାଟ ନିଲାମ ନେଉଥିଲେ। ସେମାନଙ୍କ ନିଲାମ ଅର୍ଥରାଶୀ ଉପରୋକ୍ତ ୨ ପଞ୍ଚାୟତ କାର୍ଯ୍ୟାଳୟରେ ୬୦ ଓ ୪୦ ଅନୁପାତରେ ଜମା ହୋଇଥାଏ। ପ୍ରତିବର୍ଷ ଘାଟ ନିଲାମ ହେବାର ନିୟମ ରହିଥିଲେ ବି ଏଠାରେ ୪ ବର୍ଷ ହେଲା ନିଲାମ କାହିଁକି ହେଉନି ତାହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛିି। ୨୦୧୬ ମସିହାରେ ଶେଷଥର ପାଇଁ ଏହି ଘାଟ ନିଲାମ ହୋଇଥିଲା। ଏହି ନିଲାମରେ ଜଣେ ବ୍ୟକ୍ତି ୧୦ ଲକ୍ଷ ୫୦ ହଜାର ପଇଠ କରିଥିଲେ। ପରବର୍ତ୍ତୀ ବର୍ଷମାନଙ୍କରେ ନିଲାମ ପାଇଁ ନୋଟିସ୍‍ ନହେବା କେଉଁ ଭଳି ଭାବରେ ଘାଟପାରି ଚାଲିଛି ତାହାର କିଛି ତଥ୍ୟ ପ୍ରକାଶ ପାଇନାହିଁ। ୨୦୧୭ ମସିହାରେ ବାର୍ଷିକ ସାଢେ ୪ ଲକ୍ଷ ଟଙ୍କା ହିସାବରେ ପ୍ରତି ମାସରେ କିଛି ବ୍ୟକ୍ତି ଜମାକରି ଘାଟ ଚଲାଉଥିବା କୁହାଯାଉଛି। ଘାଟ ନିଲାମ ନହେବା ଦ୍ୱାରା ଲକ୍ଷାଧିକ ଟଙ୍କା ରାଜସ୍ୱ ହାନି ଘଟୁଛି। କିଛି ମୁଷ୍ଟିମେୟ ବ୍ୟକ୍ତି ବ୍ଲକ ପ୍ରଶାସନକୁ ହାତରେ ରଖି ପ୍ରତିବର୍ଷ ଘାଟ ନିଲାମ ନହେବା ପାଇଁ ଚାପ ପକାଉଥିବା କୁହାଯାଉଛି। ଏହି ଘାଟରେ ନଦୀ ପାର ଭଡା ପ୍ରଶାସନ ପକ୍ଷରୁ ସ୍ଥିର ହୁଏନାହିଁ। ଫଳରେ ଘାଟବାଲା ନିଜ ଇଚ୍ଛା ଅନୁସାରେ ଭଡା ସ୍ଥିର କରନ୍ତି। ଭଡା ସମ୍ବନ୍ଧରେ କୌଣସି ସୂଚନା ଫଳକ ମଧ୍ୟ ଏଠାରେ ଲଗାଯାଇ ନାହିଁ। ଭୁଟୁଭୁଟିରେ ଆବଶ୍ୟକ ଠାରୁ ଅଧିକ ଲୋକ ବିପଦଜନକ ଭାବେ ପାର ହେଉଥିଲେ ବି ଏଠାରେ କୌଣସି କଟକଣା ନାହିଁ କିମ୍ବା ସୁରକ୍ଷା ବ୍ୟବସ୍ଥା ମଧ୍ୟ ନାହିଁ।
ତେବେ ବର୍ତ୍ତମାନ ବାଇକ(ଦୁଇ ଚକିଆ ମଟର ଗାଡି) ପାର ପାଇଁ ୨୦ ଟଙ୍କା, ସାଇକେଲ ପାଇଁ ୧୦ ଟଙ୍କା ଓ ଲୋକ ପାର ପାଇଁ ଜଣକ ପିଛା ୫ ଟଙ୍କା ନିଆଯାଉଛି। ଯାହା ଅନ୍ୟ ଘାଟ ଠାରୁ ଅଧିକ। ତେବେ ଏହିଘାଟ ନିଲାମ ନ ହେବା ସର୍ମ୍ପକରେ ସ୍ଥାନୀୟ ଅଞ୍ଚଳର ପୂର୍ବତନ ସରପଞ୍ଚ କିଶୋର ନାୟକ କହନ୍ତି, ପ୍ରତିବର୍ଷ ଘାଟ ନିଲାମ ନ ହେବା ଦୁର୍ଭାଗ୍ୟର ବିଷୟ। ଏହାଦ୍ୱାରା ରାଜସ୍ୱ ହାନି ଘଟିବା ସହ କିଛି ମୁଷ୍ଟିମେୟ ବ୍ୟକ୍ତି ଉପକୃତ ହେଉଛନ୍ତି। ଏପରି ସଂକ୍ରାନ୍ତରେ ଚାନ୍ଦବାଲି ବିଡିଓ ଶ୍ୟାମସୁନ୍ଦର ଟୁଡଙ୍କୁ ପଚାରିବାରୁ ସେ କୁହନ୍ତି, ମୁଁ ବର୍ତ୍ତମାନ ନୂଆକରି ଆସିଛି। ଏପରି ଘଟଣା ବାବଦରେ ଉଭୟ ପଞ୍ଚାୟତର ନିର୍ବାହୀ ଅଧିକାରିଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରକାଶ କରିଥିଲେ। ତାହାସହ ବ୍ଲକ ପକ୍ଷରୁ ୨୦୧୯/୨୦ ବର୍ଷ ପାଇଁ ଜୁଲାଇ ଶେଷ ସପ୍ତାହରେ ତିନିତର ଘାଟ ନିଲାମ ପାଇଁ ସ୍ଥିର କରାଯାଉଥିବା ଶ୍ରୀ ଟୁଡୁ ପ୍ରକାଶ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories