www.samajalive.in
Wednesday, December 10, 2025
26.1 C
Bhubaneswar

ଲୁହାପଥର ବୋଝେଇ ଟ୍ରକର ଧୂଳି ଧୂଆଁରେ ବ୍ୟତିବ୍ୟସ୍ତ ଧାମରାବାସୀ; ରାସ୍ତାରୋକ ଚେତାବନୀ

ଧାମରା: ଧାମରା ଅଞ୍ଚଳବାସୀ ଧୂଳି ଧୂଆଁରେ ଅସ୍ତବ୍ୟସ୍ତ,ଏହାକୁ ଆଉ ସହି ହେଉନାହିଁ। ତେଣୁ ଏହାକୁ ନେଇ ଆଗାମୀ ଦିନରେ ରାସ୍ତାରୋକ କରିବାକୁ ଚେତାବନୀ ଦେଇଛନ୍ତି ଅଂଚଳବାସୀ। ପ୍ରାପ୍ତ ଖବରରୁ ଜଣାଯାଇଛି, ଧାମରା ବନ୍ଦରକୁ ଦୈନିକ ୧ହଜାରରୁ ଊର୍ଦ୍ଧ୍ବ ଟ୍ରକ, ଟିପ୍ପରଗୁଡିକ କେନ୍ଦୁଝର ମାଇନ୍ସରୁ ଲୁହା ପଥର ବୋଝେଇ କରି ଧାମରା ବନ୍ଦରକୁ ଆସୁଛନ୍ତି। ଏହି ଲୁହା ପଥର ବୋଝେଇ ଟ୍ରକଗୁଡିକ କରଣପଲ୍ଲୀ ପଂଚାୟତରୁ ଆରମ୍ଭ ହୋଇ ଦୋସିଙ୍ଗା ଏବଂ ଧାମରା ପଂଚାୟତ ପର୍ଯ୍ୟନ୍ତ ଦୀର୍ଘ ୨୦ କି.ମି. ରାସ୍ତାରେ ଅଟକି ରହୁଛି। ଏହି ଟ୍ରକଗୁଡିକ ଲମ୍ବା ଲାଇନ ହୋଇ ରହୁଥିବା ବେଳେ ଅନ୍ୟ ପଟରେ ଥିବା ରାସ୍ତାଟି ସଂପୂର୍ଣ୍ଣ ସଂକୁଚିତ ହୋଇ ଯାଉଛି। ଫଳରେ ୧୫ଫୁଟ ରାସ୍ତାରେ ଯାତାୟତ ଲାଗି ରହୁଛି। ଏହା ଫଳରେ ଏହି ରାସ୍ତାରେ ଯାତାୟତ କରୁଥିବା ଅଂଚଳବାସୀ ଏବଂ ବିଦ୍ୟାଳୟକୁ ଯାତାୟତ କରୁଥିବା ଛାତ୍ରଛାତ୍ରୀ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଏହି ରାସ୍ତାରେ ସବୁ ସମୟରେ ଧୂଳି ଉଡୁଥିବା ବେଳେ କିଏ ଏହି ରାସ୍ତାରେ ପାଣି ସିଞ୍ଚନ କରିବ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ପଟ ରାସ୍ତାରେ ଟ୍ରକ ଟିପ୍ପରଗୁଡିକର ଲମ୍ବା ଲାଇନ ଅନ୍ୟ ପଟରେ ଥିବା ରାସ୍ତାଟି ସଂପୂର୍ଣ୍ଣ ଯାତାୟତ ଅନୁପଯୋଗୀ ହୋଇପଡ଼ିଛି। ଏହି ଟ୍ରକ ଏବଂ ଟିପ୍ପର ଚାଳକ ଏବଂ ହେଲପରମାନେ ସାଧାରଣ ରାସ୍ତାରେ ଶୌଚ ହେଉଥିବା ବେଳେ ରାସ୍ତା ନିକଟରେ ରହୁଥିବା ସାଧାରଣ ଜନତା ଏହି ଗନ୍ଧରେ ନିଜ ଘରେ ମଧ୍ୟ ରହିପାରୁ ନାହାନ୍ତି। ଦୀର୍ଘ ୨୦. କି.ମି ରାସ୍ତାରେ ଶୌଚ ହେବା ପାଇଁ ଶୌଚାଳୟଟିଏ ନଥିବାକୁ ରାସ୍ତାରେ ଶୌଚ କଥା ପ୍ରଶାସନ ପାଖରେ ଅଭିଯୋଗ ହେବା ପରେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛ।

ଏହି ଗୋଟିଏ ପଟ ରାସ୍ତାରେ ଟ୍ରକ ଟିପ୍ପରଗୁଡିକ ଓଭରଟେକ କରୁଥିବା ବେଳେ ଦୈନିକ କରଣପଲ୍ଲୀ ପଂଚାୟତଠାରୁ ଧାମରା ପଂଚାୟତ ମଧ୍ୟରେ ରାସ୍ତା ଦୁର୍ଘଟଣା ଘଟୁଛି। ଏହି ଟ୍ରକ ଟିପ୍ପରଗୁଡିକୁ ଗୋଟିଏ ଲାଇନରେ ଆସିବାକୁ ନିୟମ ଥିବା ବେଳେ ଏହି ନୟମ ଉଲ୍ଲଂଘନକାରୀଙ୍କୁ କିଏ ଶାସନ କରିବ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ପଡ଼ିଛି। ଗୋଟିଏ ପଟରେ ଧାମରା ବନ୍ଦର ପ୍ରଶାସନ ନିଜର ୨କି.ମି ରାସ୍ତାରେ ଏହି ଚାଳକମାନଙ୍କୁ ୨୦କି.ମି. ସ୍ପିଡରେ ଯିବାକୁ ନିଜର ନିରାପତ୍ତା ଅଧିକାରୀ ମାନେ କହୁଥିବା ବେଳେ ଦୋସିଙ୍ଗା, ଜାଗୁଳା, ଧାମରା, କଇଥଖୋଲା, କରଞ୍ଜମାଳ ଏବଂ କରଣପଲ୍ଲୀ ପଂଚାୟତ ଦେଇ ଯାଇଥିବା ରାଜପଥରେ କିଏ ସାଧାରଣ ପଥଚାରୀଙ୍କୁ ସୁରକ୍ଷା ଦେବ ଏବଂ ସାଧାରଣ ଜନତାଙ୍କୁ ଦୁର୍ଘଟଣାରୁ ରକ୍ଷା କରିବ ସେ ନେଇ ଅଂଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଏହି ଟ୍ରକ ଟିପ୍ପର ଚାଳକଙ୍କୁ ପୁଲିସ ପ୍ରଶାସନ କରିବା କଥା ଅଂଚଳବାସୀ କହୁଥିବା ବେଳେ ଏହି ୬ଟି ଅଂଚଳରେ ୩ଟି ପୁଲିସ ଥାନା ଥିବା ବେଳେ ଆବଶ୍ୟକ ସଂଖ୍ୟାରେ ଷ୍ଟାଫ ମଧ୍ୟ ସରକାରଙ୍କ ଗୃହ ବିଭାଗ ନିଯୁକ୍ତି ଦେଉନାହିଁ ଫଳରେ ସାଧାରଣ ଜନତାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ହୋଇପଡ଼ିଛି। ତୁରନ୍ତ ଏହି ୬ଟି ପଂଚାୟତର ଅଧିବାସୀଙ୍କ ନିରାପତା ଏବଂ ଟ୍ରକ ଟିପ୍ପର ଚାଳକମାନଙ୍କ ଦ୍ରୁତ ଗତିକୁ ନେଇ ଅଂଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଲେଣି। ଏଥିସହ ଏହି ବିଷୟରେ ଅଂଚଳବାସୀ ପୁଲିସ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ପୁଲିସ ପ୍ରଶାସନ ଆବଶ୍ୟକ ସଂଖ୍ୟାରେ ଷ୍ଟାଫ ନାହାନ୍ତି ବୋଲି କହି କଥାକୁ ଟାଳି ଦେଉଥିବା ବେଳେ ଏହା ପ୍ରଶାସନ ପ୍ରତି ଏକ ଚ୍ୟାଲେଞ୍ଜ ହୋଇପଡ଼ିଛି। ଗୋଟିଏ ପଟରେ ଧାମରା ବନ୍ଦର ଅନ୍ୟପକ୍ଷରେ ୬ ପଂଚାୟତର ୬୦ହଜାର ଅଂଚଳବାସୀଙ୍କ ସୁରକ୍ଷା, କେଉଁଟା ଆଗ ଗୁରୁତ୍ୱପୂର୍ଣ୍ଣ ତାହା ପୁଲିସ ପ୍ରଶାସନ ଠିକ୍ କରିବ ଅଥବା ଭଦ୍ରକ ଜିଲ୍ଲାପାଳ ଠିକ୍ ପଦକ୍ଷେପ ନେବେ ତାହା ସମୟ ହିଁ କହିବ। ନଚେତ କେଉଁ ସମୟରେ ଏହା କାହା ପାଇଁ ମହଙ୍ଗା ସାବ୍ୟସ୍ତ ହେବ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇପଡ଼ିଛି।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories