www.samajalive.in
Saturday, December 6, 2025
19.1 C
Bhubaneswar

କରଞ୍ଜମାଳ କୃଷ୍ଣଚନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟରେ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଧାମରା: ଧାମରା ନିକଟସ୍ଥ କରଞ୍ଜମାଳ ପଂଚାୟତରେ ଥିବା କରଞ୍ଜମାଳ କୃଷ୍ଣଚନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ୱର୍ଗତ କୃଷ୍ଣଚନ୍ଦ୍ର ଦାସ ବାବାଜୀଙ୍କ ପ୍ରତିମୂର୍ତି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ସମାଜସେବୀ ତଥାପୂର୍ବତନ ସରପଞ୍ଚ କେଶବ ଚନ୍ଦ୍ର ନାୟକ ଯୋଗ ଦେଇ କରଞ୍ଜମାଳ ପଂଚାୟତରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢୀକରଣ କରିଥିବା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଦାସ ବାବାଜୀଙ୍କ ବିଷୟରେ ବକ୍ତବ୍ୟ ରଖିବା ସହ ଏହି ଅଂଚଳରେ ସେ ପ୍ରାଥମିକ ଶିକ୍ଷା ପାଇଁ ୨ଟି ବିଦ୍ୟାଳୟର ପ୍ରାଣ ପତିଷ୍ଠାତା ଭାବେ ଲୋକାଦୃତ ହୋଇ ପାରିଥିଲେ ବୋଲି କହିଥିଲେ। ଆଜିର ସଭ୍ୟ ସମାଜରେ ବହୁ ଶିକ୍ଷାନୁଷ୍ଠାନ ଗଠି ଉଠିଥିବା ବେଳେ ସେହି ସମୟରେ ଗୋଟିଏ ବିଦ୍ୟାଳୟ ଗଠନ କରି ସେ ସବୁକୁ ପରିଚାଳନା କରିବା କେତେ କଷ୍ଟକର ବ୍ୟାପାର ହେବା ସହ କର ବା ମର ପରିସ୍ଥିତିରେ ସେ କିପରି ପ୍ରଶାସନ ସହ ଲଢେଇ କରି ଏହି ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ, ସେ ବିଷୟରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କରଞ୍ଜମାଳ ପଂଚାୟତର ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ନାୟକ ନିଜର ବକ୍ତବ୍ୟ ରଖିଥିଲେ। ଆଜିର ଏକ ଭବ୍ୟ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷଜ ଅଜୟ କୁମାର ନାୟକ ସଭାପତିତ୍ୱ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ବିମଳାନନ୍ଦ ବ୍ରହ୍ମା, ଅଭିମନ୍ୟୁ ମହାଳିକ, ଜ୍ୟୋସ୍ନାରାଣୀ ପାଢ଼ୀ, ସୁବାଶ ଚନ୍ଦ୍ର ମଲିକ, ମାନିକ ଲାଲ ଦାସ, ଦେବେନ୍ଦ୍ର ଦାସ, ଜୟିରାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଆଜିର ଏହି କାର୍ଯ୍ୟକ୍ରମକୁ କରଞ୍ଜମାଳ କୃଷ୍ଣଚନ୍ଦ୍ର ଓ କରଞ୍ଜମାଳ ପ୍ରାଥମିକ ବିଦ୍ୟାଳୟର ସଭାପତି ଗୌରାଙ୍ଗ ମାଝୀ, ରବୀନ୍ଦ୍ର ନାୟକ, ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। କରଞ୍ଜମାଳ ପଂଚାୟତବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ଶିକ୍ଷକ ବିମଳାନନ୍ଦ ବ୍ରହ୍ମା ଧନ୍ୟବାଦ ଅର୍ପଣ କରିଥିଲେ।

 

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories