www.samajalive.in
Monday, December 8, 2025
13.1 C
Bhubaneswar

କଲାମ ଘାଟି ନିକଟରେ ବୋଟ ଦୁର୍ଘଟଣାଗ୍ରସ୍ତ: ୧୨ ମତ୍ସ୍ୟଜୀବୀ ଉଦ୍ଧାର, ଜଣେ ନିଖୋଜ

ଧାମରା: ଧାମରା ନିକଟସ୍ଥ କଲାମ ଘାଟି ନିକଟରେ ଏକ ବୋଟ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡିଯାଇଥିବା ଜଣାଯାଇଛି। ଏହି ବୋଟରେ ଚାଳକଙ୍କ ସହ ଥିବା ୧୩ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୧୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯିବାକୁ ପ୍ରୟାସ ଜାରି ରହିଛି ବୋଲି ତାଳଚୁଆ ମେରାଇନ ଥାନାଧିକାରୀଙ୍କ ନିକଟରୁ ପ୍ରକାଶ।

ଖବରରୁ ପ୍ରକାଶ, ଗତ ୧୫ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ଘାଟରୁ ଉପାସନା-୧ ନାମ ମାଛଧରା ଟ୍ରଲରଟି ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲା। ୧୬ତାରିଖ ଦିନ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବା ସହ ଗଭୀର ସମୁଦ୍ରରେ ବୋଟଟି ବୁଡିଯାଇଥିଲା। ଏହି ଖବର ଅନ୍ୟ ମାଛଧରା ବୋଟରୁ ମିଳିବା ପରେ ବୁଡିଯାଇଥିବା ବୋଟ ଉପାସନା-୧ର ମାଲିକ ଅମଲ ପ୍ରଧାନ ଧାମରା ମେରାଇନ, ତାଳଚୁଆ ମେରାଇନ, ଧାମରା ମତ୍ସ୍ୟଜୀବୀ ସଂଘ ଏବଂ ପାରାଦ୍ୱୀପ ମତ୍ସ୍ୟଜୀବୀ ସଂଘ ସହ ଯୋଗାଯୋଗ କରିଥିଲା। ଧାମରା ମେରାଇନ ଏବଂ ତାଳଚୁଆ ମେରାଇନ ଷ୍ଟାଫ ନିଜ ନିଜର ସ୍ପିଡ୍ ବୋଟ ନେଇ ଖୋଜାଖୋଜି କରିବା ପରେ ୧୨ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ସମୁଦ୍ରର ଜିରୋ ପଏଣ୍ଟରେ(ଗଭୀର ସମୁଦ୍ର)କୁ ଯାଇ ଖୋଜିବା ଏହି ୨ଟି ବୋଟ ପକ୍ଷରେ ସମ୍ଭବ ହୋଇ ପାରିନଥିଲା। ପରେ ପାରାଦ୍ୱୀପ କୋଷ୍ଟଗାର୍ଡ ଜାହାଜ ଆସି ଏହି ବୋଟକୁ ଖୋଜିବା ସହ ଅନ୍ୟ ଜଣେ ମତ୍ସ୍ୟଜିବୀଙ୍କୁ ଉଦ୍ଧାର କରିବା ପାଇଁ ନିଜର ପ୍ରୟାଶ ଜାରୀ ରଖିଛି ବୋଲି ତାଳଚୁଆ ମେରାଇନ ଥାନାଧିକାରୀଙ୍କ ନିକଟରୁ ପ୍ରକାଶ। ଉଦ୍ଧାର ପାଇଥିବା ୧୨ଜଣ ମତ୍ସ୍ୟଜିବୀଙ୍କୁ ତାଳଚୁଆ ଆଣିବାକୁ ମେରାଇନଥାନା ପକ୍ଷରୁ ପ୍ରୟାଶ ଜାରୀ ରହିଛି।

- Advertisement -

ଅନ୍ୟ ପକ୍ଷରେ ଧାମରା ମେରାଇନ ମଧ୍ୟ ଏହି ବୋଟର ଏବଂ ନିଖୋଜ ଥିବା ମତ୍ସ୍ୟଜୀବୀଙ୍କ ଉଦ୍ଧାର ପାଇଁ ଖୋଜାଖୋଜି ଚଳାଇଛି ବୋଲି ଧାମରା ମେରାଇନ ଥାନାଧିକାରୀଙ୍କ ନିକଟରୁ ପ୍ରକାଶ। ଏଠାରେ ଉଲ୍ଲେଖଯୋଗ୍ୟ ମାଛ ଧରିବାକୁ ଯାଉଥିବା ବୋଟରେ ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଲାଇଫ ଜାକେଟ, ଲାଇଫବଏ ଏବଂ ଅନ୍ୟ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ପୂର୍ବାନୁମାନ କରାଯାଉଥିବା ବେଳେ ବୋଟ ଦୁର୍ଘଟଣା ଘଟିଲେ ତୁରନ୍ତ କେଉଁ କେଉଁ ନମ୍ବରକୁ ତୁରନ୍ତ ଫୋନ କଲେ ସୁରକ୍ଷା ମିଳିପାରିବ ସେ ନେଇ କୌଣସି ବୋଟ କର୍ମଚାରୀଙ୍କ ସମ୍ୟକ ଧାରଣା ନଥିବା ମଧ୍ୟ ଜଣାଯାଇଛି। ଯାହା ଫଳରେ ଗଭୀର ସମୁଦ୍ରରେ ଦିନକୁ ଦିନ ଦୁର୍ଘଟଣା ଘଟୁଥିବା ବେଳେ ବୋଟ ମାଲିକମାନେ ପ୍ରଶାସନକୁ ଦାୟୀ କରିବା ସହ ମତ୍ସ୍ୟଜୀବୀଙ୍କ ଜୀବନ ସହ ଖେଳ ଖେଳୁଥିବା ମଧ୍ୟ ଅଭିଯୋଗ ହୋଇଛି। ତୁରନ୍ତ ସରକାର ଏହାର ବିହୀତ ପଦକ୍ଷେପ ନେବା ସହ ମତ୍ସ୍ୟଜୀବୀଙ୍କୁ କିପରି ଏହି ଦୁର୍ଘଟଣାରୁ ତୁରନ୍ତ ରକ୍ଷା କରାଯାଇପାରିବ ସେନେଇ ଟୋଲ ଫ୍ରି ନଂ ଜାରି କରିବା ସହ ସେମାନଙ୍କୁ ତାଲିମ ଦେବା ଜରୁରୀ ହୋଇପଡ଼ିଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories