www.samajalive.in
Saturday, December 13, 2025
21.1 C
Bhubaneswar

ଭଦ୍ରକ ଜିଲା ବନ୍ୟପ୍ରାଣୀ ବିଭାଗରେ ସରିଲା କୁମ୍ଭୀର ଗଣନା : କୁମ୍ଭୀର ସଂଖ୍ୟା ୫୦କୁ ବୃଦ୍ଧି

ଧାମରା :  ଭଦ୍ରକ ଜିଲା ବନଖଣ୍ଡ(ବନ୍ୟପ୍ରାଣୀ) ବିଭାଗରେ ଶୁକ୍ରବାର କୁମ୍ଭୀର ଗଣନା ଶେଷ ହୋଇଛି। ତିନିଦିନ ବ୍ୟାପୀ ଚାଲିଥିବା କୁମ୍ଭୀର ଗଣନାରେ ସମୁଦାୟ କୁମ୍ଭୀରଙ୍କ ସଂଖ୍ୟା ୫୦ବୋଲି ଚାନ୍ଦବାଲି ରେଞ୍ଜରଙ୍କ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ,  ଏହି କୁମ୍ଭୀର ଗଣନା ପାଇଁ ୨ଟି ଟିମ କାର୍ଯ୍ୟରତ ଥିଲେ। ଗୋଟିଏ ଟିମରେ ଧାମରା ବନପାଳ ଗଦାଧର ବିଶ୍ୱାଲ, ସନ୍ତୋଷ କୁମାର ମାଝୀ,ସୁଶୀଲ କୁମାର ସିଂ ସାମିଲ ହୋଇଥିବା ବେଳେ ଅନ୍ୟ ଏକ ଟିମରେ ଭଦ୍ରକ ଡିଏଫଓ ପୂର୍ଣ୍ଣୀମା ପାଣ୍ଡିଆନ, ଚାନ୍ଦବାଲି ରେଞର ସୁବାଶ ନାୟକ, ଚାନ୍ଦବାଲି ବନପାଳ ସୁଚିଶ୍ମିତା ମହାନ୍ତି ଏବଂ ରମେଶ ଚନ୍ଦ୍ର ହେମ୍ବ୍ରମ ସାମିଲ ଥିଲେ। ଧାମରା ଟିମ ଧାମରା ଠାରୁ ଆରମ୍ଭ କରି ବାଂଶଡା, ପଞ୍ଚୁଟିକ୍ରି, ବ୍ରହ୍ମଟିକ୍ରି, ଚରଦିଆ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରିଥିଲେ। ଏହି ଟିମ ମନ୍ତେଇ ନଦୀରେ ୧୨ଟି ବଡ କୁମ୍ଭୀର, ଧାମରା ନଦୀରେ ୧୧ଟି ବଡ ଏବଂ ୧୭ଟି ଛୋଟ କୁମ୍ଭୀର ଗଣନା କରିଥିବା ବେଳେ ନେଢୁଆଳୀ ନିକଟରେ ଥିବା ନଦୀରେ ୨ଟି ବଡ କୁମ୍ଭୀର ଥିବା ଗଣନା କରିଥିଲେ। ଚାନ୍ଦବାଲି ଟିମ ବୈତରଣୀ ନଦୀରେ ୫ଟି ଏବଂ ସାଳନ୍ଦୀ ନଦୀରେ ୩ଟି କୁମ୍ଭୀର ଥିବା ଦେଖିବାକୁ ପାଇଥିଲେ। ଚାନ୍ଦବାଲି ରେଞ୍ଜ ଅଧିନରେ ସମୁଦାୟ ୫୦ଟି କୁମ୍ଭୀର ଥିବା ଏହି ଗଣନାରୁ ଜଣାଯାଇଛି। ଏହି କୁମ୍ଭୀର ଗଣନା ପାଇଁ ଗତ ୨୯ ତାରିଖରେ ଡାଙ୍ଗମାଳ ଠାରେ ଥିବା କୁମ୍ବୀର ପ୍ରଜନନ କେନ୍ଦ୍ର ଠାରେ ଏକ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ କିପରି ଏବଂ କେଉଁ ସମୟରେ କୁମ୍ଭୀର ମାନଙ୍କୁ ସହଜରେ ଗଣନା କରାଯାଇ ପାରିବ ସେ ବିଷୟରେ ଶିକ୍ଷା ଦିଆଯାଇଥିଲା। ଧାମରା ବନପାଳ ଗଦାଧର ବିଶ୍ୱାଳଙ୍କ ମତରେ ବଡ କୁମ୍ଭୀର ଗୁଡିକ ଦିନରେ ନଦୀ ପଠା ମାନଙ୍କରେ ଶୋଇ ରହୁଥିବା ବେଳେ ଛୋଟ କୁମ୍ଭୀର ଗୁଡିକ ରାତ୍ରିବେଳା ନଦୀ ପଠାରେ ଶୋଇ ରହିଥାନ୍ତି ଫଳରେ ଦିନ ଏବଂ ରାତ୍ରି ବେଳା ତାଙ୍କ ଟିମ ଏହି କୁମ୍ଭୀର ଗଣନା କାର୍ଯ୍ୟରେ ସାମିଲ ଥିଲେ।

- Advertisement -

ତଥ୍ୟାନୁଯାୟୀ, ଭଦ୍ରକ ଡିଏଫଓ ଅଧିନସ୍ଥ ଚାନ୍ଦବାଲି ରେଞ୍ଜ ଅଧିନରେ ୨୦୧୭-୧୮ ବର୍ଷରେ ୧୫ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ୨୦୧୮-୧୯ରେ ୩୫ଟି ଏବଂ ଚଳିତ ବର୍ଷ ଏହି ସମସ୍ତ ନଦୀ ମାନଙ୍କରୁ ୫୦ଟି କୁମ୍ଭୀର ଥିବା ଗଣନା କରାଯାଇଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories