www.samajalive.in
Saturday, December 6, 2025
26.1 C
Bhubaneswar

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ତଥ୍ୟ ଉପରେ ବିଶ୍ଵାସ କରନ୍ତୁନି: ଡିଜିପି

କଟକ: କଟକରେ ୩୬ଘଣ୍ଟା ପାଇଁ କର୍ଫ୍ୟୁ ଜାରି ହୋଇଛି । ଶାନ୍ତି ଶୃଙ୍ଖଳା ଲାଗି ସହରରେ ୬୦ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଗତକାଲି ରାତି ୧୦ଟାରୁ ୩୬ ଘଣ୍ଟା ପାଇଁ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି। ତେବେ ଅସାମାଜିକ ବ୍ୟକ୍ତି ମାନଙ୍କୁ ଡିଜିପି ଓ୍ବାଇ ବି ଖୁରାନିଆ କଡା ଚେତାବନୀ ଦେଇଛନ୍ତି। ଆଇନ୍ ଶୃଙ୍ଖଳା ବଜାୟ ରଖିବାକୁ ପୁଲିସ୍ ଡିଜି ଅପିଲ୍ କରିଛନ୍ତି। କଟକ ଭାଇଚାରାର ସହର , ଏଠି ସବୁ ପର୍ବ ସମସ୍ତେ ମିଳିମିଶି ପାଳନ କରନ୍ତି। ସବୁ କଟକବାସୀଙ୍କୁ ଆଇନ୍ ଶୃଙ୍ଖଳା ବଜାୟ ରଖିବାକୁ ଅପିଲ କରିଛନ୍ତି। ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଓଡିଶା ପୁଲିସ୍‌ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ତଥ୍ୟ ଉପରେ ବିଶ୍ଵାସ କରନ୍ତୁ ନାହିଁ। ପୁଲିସ୍‌ ଓ୍ବେବସାଇଟରେ ଥିବା ତଥ୍ୟ ଉପରେ ହିଁ କେବଳ ବିଶ୍ଵାସ କରନ୍ତୁ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories