www.samajalive.in
Saturday, December 6, 2025
26.1 C
Bhubaneswar

ଅଲକେମିଷ୍ଟ ଏଭିଏସନର ପ୍ରଶିକ୍ଷଣ ଲାଇସେନ୍ସ ବାତିଲ କଲା ଡିଜିସିଏ

ସମାଜ ଡିଜିଟାଲ ଡେସ୍କ: ବିମାନ ଚାଳନା ପ୍ରଶିକ୍ଷଣ ଦେଉଥିବା ଅଲକେମିଷ୍ଟ ଏଭିଏସନର ଲାଇସେନ୍ସ ବାତିଲ ହୋଇଛି। ଝାଡ଼ଖଣ୍ଡରେ ଗତ ଅଗଷ୍ଟ ୨୦ ତାରିଖରେ ପ୍ରଶିକ୍ଷଣ ପାଇଁ ଉଦ୍ଦିଷ୍ଟ ଏକ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିବା ପରେ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ(ଡିଜିସିଏ) ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିମାନ ପ୍ରଶିକ୍ଷଣ ସଂଗଠନ(ଏଫଟିଓ) ଭାବେ ଅଲକେମିଷ୍ଟ ଏଭିଏସନ ପ୍ରାଇଭେଟ ଲିମିଟେଡ୍‌କୁ ଦିଆଯାଇଥିବା ଅନୁମତି ରଦ୍ଦ କରାଯାଉଛି ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି।

ଗତ ଅଗଷ୍ଟ ୨୦ରେ ସଂସ୍ଥାର ଏକ ଟ୍ରେନି ଏୟାରକ୍ରାଫ୍ଟ (ପ୍ରଶିକ୍ଷଣ ପାଇଁ ଉଦ୍ଦିଷ୍ଟ ବିମାନ) ଜାମଶେଦପୁର ସୋନାରି ବିମାନବନ୍ଦର ଅଞ୍ଚଳରେ ଉଡ଼ାଣ କରୁଥିଲା। ଏଥିରେ ଜଣେ ଶିକ୍ଷାନବିସ ପାଇଲଟ ଏବଂ ଜଣେ ପ୍ରଶିକ୍ଷକ ଥିଲେ। କିନ୍ତୁ ଉଡ଼ାଣ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଡିଜିସିଏ ପକ୍ଷରୁ ଏହି ଘଟଣାର ତଦନ୍ତ ସମୟରେ ସଂସ୍ଥା ଅନେକ ନିୟମ ଖିଲାପ କରୁଥିବା ସାମ୍ନାକୁ ଆସିଥିଲା।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories