www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରଶଂସକଙ୍କ ପାଇଁ ଜୁନିଅର ଏନଟିଆରଙ୍କ ନୂଆବର୍ଷ ଭେଟି

ଡେସ୍କ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଜୁନିଅର ଏନଟିଆର ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦେବରା’କୁ ନେଇ ଚର୍ଚ୍ଚାରେ। ପ୍ରଶଂସକମାନେ ଉତ୍ସାହର ସହ ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି। ଇତି ମଧ୍ୟରେ ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢାଇବା ପାଇଁ ଫିଲ୍ମର ନୂଆ ପୋଷ୍ଟର ସହ ଟିଜର ସମ୍ବନ୍ଧୀୟ ନୂଆ ଖବର ସାମ୍ନାକୁ ଆସିଛି। ନୂଆ ବର୍ଷ ଅବସରରେ ଜୁନିଅର ଏନଟିଆର ପ୍ରଶଂସକଙ୍କୁ ଉଦାହରଣ ସ୍ବରୂପ ‘ଦେବରା’ର ନୂଆ ପୋଷ୍ଟର ଶେୟାର କରି ଟିଜର ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି।

ଜୁନିଅର ଏନଟିଆର ସାମାଜିକ ଗଣମାଧ୍ୟମରେ ନୂଆ ପୋଷ୍ଟର ଶେୟାର କରି କହିଛନ୍ତି ଯେ, ‘ଦେବରା’ର ପ୍ରଥମ ଝଲକ୍‌ ଜାନୁଆରୀ ୮, ୨୦୨୪ରେ ସାମ୍ନାକୁ ଆସିବ। ଏଥିସହ ସେ ନିଜ ପ୍ରଶଂସକମାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ପୋଷ୍ଟରରେ ଅଭିନେତା ସମୁଦ୍ର ମଝିରେ ଏକ ଡଙ୍ଗାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସେ କଳା ପ୍ୟାଣ୍ଟ ଓ ମେରୁନ୍‌ ରଙ୍ଗର ସାର୍ଟ ପିନ୍ଧିଛନ୍ତି। ଏଥିରୁ ଜଣାପଡୁଛି ଯେ, ଜୁନିଅର ଏନଟିଆର ଝଡ଼ର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

- Advertisement -


‘ଦେବରା’ ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ପ୍ରଥମ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର। ଏହି ଫିଲ୍ମ ମାଧ୍ୟମରେ ସେ ପ୍ରଥମ ଥର ପାଇଁ ଜୁନିଅର ଏନଟିଆରଙ୍କ ସହ କାମ କରିବେ। ‘ଆରଆରଆର’ ଭଳି ଏହି ତେଲୁଗୁ ଚଳଚ୍ଚିତ୍ରରେ ଜବରଦସ୍ତ ଆକ୍ସନ ଦୃଶ୍ୟ ରହିବ, ଯାହା ଦର୍ଶକଙ୍କୁ ଚକିତ କରିଦେବ। ରିପୋର୍ଟ ମୁତାବକ, ‘ଦେବରା’ ଏକ ବଡ଼ ବଜେଟ୍‌ ଚଳଚ୍ଚିତ୍ର। ନିର୍ମାତା ଏହାର ଭିଏଫଏକ୍ସରେ ୧୪୦ କୋଟି ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଛି।

‘ଦେବରା’ ଜୁନିଅର ଏନଟିଆରଙ୍କ ୩୦ତମ ଚଳଚ୍ଚିତ୍ର। ସୂଚନା ଅନୁସାରେ, ଅଭିନେତା ଏଥିରେ ଉଭୟ ପିତା ଓ ପୁତ୍ର ଭୂମିକାରେ ନଜର ଆସିବେ। ଏଥିରେ ସୈଫ୍‌ ଅଲୀ ଖାନ ଓ ରାମ୍ୟା କୃଷ୍ଣାଙ୍କ ଭଳି ଅନ୍ୟ କଳାକାର ଅଭିନୟ କରିଛନ୍ତି। କୋରାତାଲା ଶିବାଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଏପ୍ରିଲ ୫ ତାରିଖରେ ମୁକ୍ତିଲାଭ କରିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories