www.samajalive.in
Saturday, December 13, 2025
26.1 C
Bhubaneswar

ଉତ୍ତରାଖଣ୍ଡ ହିମସ୍ଖଳନ: ବିପର୍ଯ୍ୟୟ ପଛରେ ନିଖୋଜ ରେଡିଓଆକ୍ଟିଭ ଉପକରଣ

ଡେରାଡୁନ: ଉତ୍ତରାଖଣ୍ଡରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ବିଭିନ୍ନ କାରଣ ଦର୍ଶାଯାଉଛି। ଏହି କ୍ରମରେ ରବିବାର ପ୍ରାକୃତିକ ବିପର୍ଯ୍ୟୟର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଚମେଲି ଜିଲାର ରେଣୀ ଗ୍ରାମର ବାସିନ୍ଦା ଭିନ୍ନ କାରଣ ଦର୍ଶାଇଛନ୍ତି। ଗାଁ ଲୋକେ କହିଛନ୍ତି ଯେ ରେଡିଓଆକ୍ଟିଭ ଡିଭାଇସ୍ (ଉପକରଣ)ରୁ ସୃଷ୍ଟି ହେଉଥିବା ଉତ୍ତାପ ଯୋଗୁଁ ଏହି ହିମସ୍ଖଳନ ହୋଇଛି। ୧୯୬୫ରେ ଚୀନ ସେନାର ଗତିବିଧି ଉପରେ ଗୁପ୍ତ ନଜର ରଖିବା ଲାଗି ସିଆଇଏ ଓ ଆଇବି ପକ୍ଷରୁ ନନ୍ଦାଦେବୀ ପାହାଡ ଉପରେ ଆଣବିକ ଶକ୍ତି ସମ୍ପନ୍ନ ଅନୁଧ୍ୟାନକାରୀ ଯନ୍ତ୍ରାଂଶ ଲଗାଯିବାକୁ ଯୋଜନା କରାଯାଇଥିଲା। କାଞ୍ଚନଜଙ୍ଗା ପରେ ନନ୍ଦାଦେବୀ ଭାରତର ଦ୍ବିତୀୟ ସର୍ବୋଚ୍ଚ ପର୍ବତଶିଖର। ଡିଭାଇସ୍‌କୁ ସ୍ଥାପନ କରିବା ପାଇଁ ପର୍ବତାରୋହୀମାନେ ନନ୍ଦାଦେବୀ ପାହାଡର ଶିଖରକୁ ଯାଇଥିଲେ। ଖରାପ ପାଗ ଯୋଗୁଁ ପର୍ବତାରୋହୀମାନେ ଏହି ରେଡିଓଆକ୍ଟିଭ ଡିଭାଇସ୍‌କୁ ସ୍ଥାପନ କରିବାରେ ବିଫଳ ହୋଇଥିଲେ। ଶେଷରେ ସେମାନେ ଉକ୍ତ ଡିଭାଇସ୍‌କୁ ସେଠାରେ ଛାଡି ଚାଲିଆସିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ଡିଭାଇସ୍‌କୁ ଆଣିବା ଲାଗି ସେମାନେ ଯାଇଥିଲେ; ମାତ୍ର ତାକୁ ଖୋଜି ପାଇପାରି ନଥିଲେ। ଏହି ଡିଭାଇସ୍‌ର ଜୀବନ ଅବଧି ୧୦୦ବର୍ଷ ଥିଲା। ଏହି ଡିଭାଇସ୍‌ଟି ଏଠାରେ ଏବେ ରହିଥିବାରୁ ଏଥିରୁ ବାହାରୁଥିବା ଉତ୍ତାପ ଯୋଗୁଁ ହିମସ୍ଖଳନ ହୋଇଛି।

ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ ମଧ୍ୟ ୨୦୧୮ରେ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ ରେଡିଓଆକ୍ଟିଭ ଡିଭାଇସ୍ ଯୋଗୁଁ ନନ୍ଦାଦେବୀ ରେଞ୍ଜର ବରଫ ତରଳୁଛି। ଏହି ପ୍ରସଙ୍ଗରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଥିଲେ। ଏବେ ରେଣୀ ଗ୍ରାମର ଲୋକମାନେ ଉକ୍ତ ଡିଭାଇସ୍‌କୁ ଖୋଜି ବାହାର କରିବା ଲାଗି ସରକାରଙ୍କ ନିକଟରେ ନିବେଦନ କରିଛନ୍ତି। ଏହି ଡିଭାଇସ୍‌ ଯୋଗୁଁ ଆଗାମୀ ଦିନରେ ଏପରି ଆହୁରି ବିପର୍ଯ୍ୟୟ ଘଟିବାର ଆଶଙ୍କା ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories