www.samajalive.in
Friday, December 5, 2025
27.1 C
Bhubaneswar

କୃଷି କାର୍ଯ୍ୟରେ ବ୍ୟବହାର କରନି ସାର

ଭୁବନେଶ୍ବର : କୃଷି କାର୍ଯ୍ୟରେ ସାର ବ୍ୟବହାର ନ କରିବାକୁ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି ଯେ, ବିଦେଶରେ ବିନା ସାର ବ୍ୟବହାର କରି ଉତ୍ପାଦିତ ହେଉଥିବା ଫସଲର ଅଧିକ ଚାହିଦା ରହିଛି। ଚାଷୀ ଆୟ ଅଧିକ ବଢ଼ାଇବା ପାଇଁ ଆମକୁ କମ୍‌ ସାର ବ୍ୟବହାର ଉପରେ ଦୃଷ୍ଟି ଦେବାକୁ ପଡ଼ିବ। ଆମେ ୮୦୦ ଟଙ୍କା ଇନ୍‌ପୁଟ ସହାୟତା ଦେବା ଆରମ୍ଭ କରିବା ପରେ ଚାଷୀ ଉତ୍ପାଦନ ବଢ଼ାଇବାକୁ ଅଧିକ ସାର ଦାବି କରୁଛନ୍ତି। ତେବେ ଜୈବିକ ପ୍ରଣାଳୀରେ ଚାଷ କଲେ ଉତ୍ପାଦନରେ ବ୍ୟବଧାନ ୨ରୁ ୩% ରହିପାରେ। ସାର ବ୍ୟବହାର ଦ୍ୱାରା ମାଟିର ଉର୍ବରତା କମିଯାଉଛି। ଚାଷୀମାନେ ସାରର ପ୍ରୟୋଗ କମ୍ କରିବା ଉଚିତ୍। ଜୈବିକ ଚାଷ ଉପରେ ଚାଷୀ ଗୁରୁତ୍ବ ଦିଅନ୍ତୁ। ସାର ଅଭାବ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖାଯାଇଥିଲା। ଏହାପରେ କେନ୍ଦ୍ର ସରକାର କିଛି ସାର ପଠାଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories