www.samajalive.in
Friday, December 5, 2025
27.1 C
Bhubaneswar

ନିରବରେ ଯୁଦ୍ଧ, ଚିତ୍କାର କରୁଛି ମନ: ଅଶୁଣା ହୋଇଯାଉଛି ଯୁବପିଢ଼ିଙ୍କ ସଂଘର୍ଷ

ଆଜିର ଯୁବପିଢ଼ି ଏପରି ଏକ ଦୁନିଆରେ ବାସ କରନ୍ତି ଯାହା ପୂର୍ବ ଅପେକ୍ଷା ଅଧିକ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ସାମାଜିକ ଗଣମାଧ୍ୟମ, ଶିକ୍ଷାଗତ ଚାପ, ଆର୍ଥିକ ଅସୁରକ୍ଷା, ପରିଚୟ ସଙ୍କଟ ଏବଂ ନିଜକୁ ପ୍ରମାଣ କରିବାର ନିରନ୍ତର ଆବଶ୍ୟକତା ଏପରି ଏକ ପରିବେଶ ସୃଷ୍ଟି କରିଛି ଯେଉଁଠାରେ ଯୁବପିଢ଼ି ପ୍ରତିଦିନ ନିରବ ଯୁଦ୍ଧ ଲଢ଼ୁଛନ୍ତି। ଯଦିଓ ସେମାନେ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନିଜର କୌଶଳ ପ୍ରକଟ କରିପାରନ୍ତି, ହେଲେ ସେମାନେ ଭାବଗତ ଏକାକୀ ଅନୁଭବ କରନ୍ତି। ସେମାନଙ୍କର ମନର ଚିନ୍ତା, ଆତ୍ମସନ୍ଦେହ, ଭବିଷ୍ୟତ ନେଇ ପ୍ରଶ୍ନ ସମାଧାନ ନ ହୋଇ ଆଘାତରେ ପରିପୂର୍ଣ୍ଣ ହୋଇ ଚିତ୍କାର କରୁଛି। ତଥାପି ଯୁବପିଢ଼ି ସମ୍ମୁଖୀନ ହେଉଥିବା ସମସ୍ୟାକୁ ପ୍ରାୟତଃ ସମାଜ ଦ୍ୱାରା ଅଣଦେଖା କରାଯାଇ ଏଡ଼ାଇ ଦିଆଯାଏ। ମାନସିକ ସ୍ବାସ୍ଥ୍ୟ, ବ୍ୟକ୍ତିତ୍ବକୁ ଅନ୍ୟମାନେ ବିଚାର କରିବାର ଭୟ, କିମ୍ବା ସୁରକ୍ଷିତ ସ୍ଥାନର ଅଭାବ କାରଣରୁ ସେମାନଙ୍କୁ ନିରବରେ କଷ୍ଟ ଭୋଗିବାକୁ ବାଧ୍ୟ କରେ। ସାଧନ ଠାରୁ ଅଧିକା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ମାନସିକ ଅବସାଦ, ଆତ୍ମହତ୍ୟା, ନିଶା ସେବନ, ଅସାମାଜିକ କାର୍ଯ୍ୟ କଳାପରେ ନିବୃତ୍ତ ହୋଇଯାଉଛନ୍ତି। ତେବେ ଆସନ୍ତୁ ଜାଣିବା ଆଜିର ଯୁବପିଢ଼ି ସମ୍ମୁଖୀନ ହେଉଥିବା କିଛି ଆହ୍ବାନ ଓ ସମସ୍ୟା ବିଷୟରେ।

ମାନସିକ ଅବସାଦ: 
ଡିପ୍ରେସନ ବା ମାନସିକ ଅବସାଦ। ଏପରି ଏକ ରୋଗ ଯାହା ଆଜିର ଦୁନିଆରେ ଏକ ସାଧାରଣ ରୋଗରେ ପରିଣତ ହୋଇଛି। ଯେଉଁଥିପାଇଁ ଅନେକ ପ୍ରାଣ ମଧ୍ୟ ହରାଉଛନ୍ତି। ତେବେ ଭାରତ ନୁହେଁ ସାରା ବିଶ୍ୱ ଏବେ ରୋଗରେ ଆକ୍ରାନ୍ତ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ୧୫ରୁ ୨୯ ବର୍ଷ ବୟସ୍କ ହେଉଛନ୍ତି ବିଶ୍ବରେ ସର୍ବାଧିକ ଅବସାଦ ଭୋଗୁଥିବା ଗୋଷ୍ଠୀ। ଏହି ବୟସ ଗୋଷ୍ଠୀ ମଧ୍ୟରେ ଆତ୍ମହତ୍ୟା ହେଉଛି ମୃତ୍ୟୁର ଚତୁର୍ଥ ସର୍ବବୃହତ କାରଣ। ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତରେ ପ୍ରତି ୨୦ ଜଣରେ ଜଣେ ବ୍ୟକ୍ତି ଅବସାଦ ଭୋଗି ଥାଆନ୍ତି। ଯୁବକମାନଙ୍କ ମଧ୍ୟରେ ଅବସାଦ ଅଧିକ ଦେଖା ଯାଉଥିଲେ ମଧ୍ୟ ବହୁତ ଲୋକ ଏହାକୁ ଅଣଦେଖା କରିଦେଇ ଥାନ୍ତି।

- Advertisement -
ବିଭିନ୍ନ ମାଧ୍ୟମରୁ ଋଣ
ଦରଦାମ ବୃଦ୍ଧି ସହ ପରିବର୍ତ୍ତିତ ଜୀବନଶୈଳୀ ଖର୍ଚ୍ଚ ବଢ଼ାଇ ଦେଉଛି। ବିଳାସ ପୂର୍ଣ୍ଣ ହେଉବା ଲୋକ ଦେଖାଣିଆ ଜୀବନ ବିତାଇବା ପାଇଁ ଆଜିର ଯୁବପିଢ଼ି ଅଧିକ ଆଗ୍ରହୀ। କ୍ଷମତାଠାରୁ ଅଧିକ ଖର୍ଚ୍ଚ କରିବା ପାଇଁ ସେମାନେ ଟଙ୍କା ରୋଜଗାରର ମାଧ୍ୟମ ଖୋଜି ଥାନ୍ତି। ଏଭଳି ସ୍ଥଳରେ ଅନଲାଇନ ଲୋନ ଆପ ହାବୁଡରେ ପଡି ଥାନ୍ତି। କ୍ଲିକ କରନ୍ତୁ ଲୋନ ପାଆନ୍ତୁ। ଚୁଟକିରେ ଦୂରାନ୍ତୁ ଲୋନ ଚିନ୍ତା… ମୋବାଇଲ ଖେଳାଉ ଖେଳାଉ ଏମିତି କିଛି ଲେଖା ଥିବା ଅନେକ ନୋଟିଫିକେସନ ସେମାନଙ୍କୁ ଆକୃଷ୍ଟ କରିଥାଏ। ସହଜରେ ଲୋନ ପାଇବା ଆଶାରେ ଟ୍ରାପର ଶିକାର ହୋଇଥାନ୍ତି। ବିନା କଷ୍ଟରେ, ବିନା କାଗଜ ପତ୍ରରେ କିମ୍ବା ବ୍ୟାଙ୍କକୁ ଧାଁଦଉଡ ନକରି ମୋବାଇଲ ଆପ ମାଧ୍ୟରେ ଲୋନ ମିଳିଯାଏ। ହେଲେ ପରେ ସୁଧ ଗଣୁ ଥିଲେ ମଧ୍ୟ ମୂଳ ସହଜରେ ଶୁଝିହୁଏ ନାହିଁ। ଆଉ କିଛି ଆପ ଲୋନ ଦେବା ଆଳରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପୂରା ଖାଲି କରିଦେଇଥାନ୍ତି।
ବେକାରୀ: 
ବେକାରୀ ହେଉଛି ଭାରତର ଯୁବପିଢ଼ିଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା। ସର୍ଭେ ରିପୋର୍ଟ ଅନୁଯାୟୀ, ୧୫-୩୪ ବର୍ଷ ବୟସ ବର୍ଗର ପ୍ରାୟ ୩୬% ଭାରତୀୟ ବିଶ୍ୱାସ କରନ୍ତି ଯେ ବେକାରୀ ହେଉଛି ଦେଶର ସବୁଠାରୁ ବଡ଼ ସମସ୍ୟା। ୩୦% ରୁ ଅଧିକ ଭାରତୀୟ ଯୁବକ ଯୁବତୀ ବେକାର ଏବଂ କୌଣସି ଶିକ୍ଷା କିମ୍ବା ତାଲିମରେ ଜଡିତ ନୁହନ୍ତି। ସଂଗଠିତ କ୍ଷେତ୍ରର ପରିପୂର୍ଣ୍ଣତା ସହିତ, ଚାକିରି ଖୋଜିବା କଷ୍ଟକର ହୋଇପଡୁଛି। ଏହି ପ୍ରତିଯୋଗିତାମୂଳକ ପରିବେଶ ଆର୍ଥିକ ସୁରକ୍ଷା ପାଇଁ ଚାକିରି ଖୋଜୁଛନ୍ତି।
ଅଭିଜ୍ଞତା ନାମରେ ଶୋଷଣ: 
ଆଜିର ପ୍ରତିଯୋଗିତାମୂଳକ ଦୁନିଆରେ, ଅଭିଜ୍ଞତା ହାସଲ ନାମରେ ଅନେକ ଯୁବକ ଯୁବତୀ ଶୋଷଣର ଶିକାର ହେଉଛନ୍ତି। ଇଣ୍ଟର୍ନସିପ୍, ବିନା ପାରିଶ୍ରମିକରେ କାମ ଏବଂ କମ୍ ଦରମାରେ ଚାକିରିକୁ ପ୍ରାୟତଃ ଶିଖିବାର ସୁଯୋଗ ଭାବରେ ଯଥାର୍ଥ କରାଯାଏ; କିନ୍ତୁ ବାସ୍ତବରେ, ସେମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ବିନା ନୂତନ ପ୍ରତିଭାର ସୁଯୋଗ ନେବା ପାଇଁ ବ୍ୟବହାର କରାଯାଏ। ଯୁବ କର୍ମୀମାନେ ସେମାନଙ୍କର ସମୟ, ଦକ୍ଷତା ଏବଂ ଶକ୍ତି ଦେବେ ବୋଲି ଆଶା କରାଯାଏ, କିନ୍ତୁ ପ୍ରତିବଦଳରେ ସେମାନେ ବହୁତ କମ୍ କିମ୍ବା କୌଣସି ଆର୍ଥିକ କିମ୍ବା ବୃତ୍ତିଗତ ସହାୟତା ପାଆନ୍ତି ନାହିଁ। ଏହି ଶୋଷଣ ବିଶେଷକରି ଫେଶନ୍, ଷ୍ଟାର୍ଟଅପ୍ ଏବଂ କର୍ପୋରେଟ୍ କ୍ଷେତ୍ର ଭଳି ଶିଳ୍ପରେ ସାଧାରଣ। ଅଭିଜ୍ଞତା ଗୁରୁତ୍ୱପୂର୍ଣ୍ଣ ହେଲେ ମଧ୍ୟ ଏହା ମର୍ଯ୍ୟାଦା ଏବଂ ନ୍ୟାୟର ମୂଲ୍ୟରେ ମିଳିବା ଉଚିତ୍ ନୁହେଁ। ଯୁବପିଢ଼ିଙ୍କୁ ସମ୍ମାନ ମୂଲ୍ୟବାନ ଏବଂ ସେମାନଙ୍କ ଅବଦାନ ପାଇଁ ଉପଯୁକ୍ତ ଦରମା ମିଳିବା ଉଚିତ। ପ୍ରକୃତ ଅଭିଜ୍ଞତା ଅଭିବୃଦ୍ଧି ନିର୍ମାଣ କରେ, ବର୍ଜନ ନୁହେଁ।
ନିଯୁକ୍ତି ଉପରେ ଏଆ‌ଇ ପ୍ରଭାବ: 
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦେଶର ସବୁ ବର୍ଗର ନିଯୁକ୍ତିକୁ ପ୍ରଭାବିତ କରିବା ଆଶଙ୍କା ରହିଛି ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। କୁଶଳୀ, ଅର୍ଦ୍ଧ-କୁଶଳୀ ଓ ଅଣକୁଶଳୀ ଭଳି ସବୁ ବର୍ଗକୁ ଏହି ପ୍ରଯୁକ୍ତି ପ୍ରଭାବିତ କରିପାରେ। ବ୍ୟାପକ ଭାବେ ଏଆଇ ବ୍ୟବହାର ହେଲେ ତାହା ଦେଶର ଦ୍ରୁତ ଅଭିବୃଦ୍ଧି ପଥରେ ପ୍ରତିବନ୍ଧକ ହୋଇପାରେ। ତେବେ ଏଆଇ ପାଖରେ ନୂତନ ନିଯୁକ୍ତି ସୃଷ୍ଟି କରିବାର କ୍ଷମତା ରହିଛି ବୋଲି ମଧ୍ୟ ରିପୋର୍ଟରେ କୁହାଯାଇଛି।
ମେଦ ବହୁଳତା: 
ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବା କାରଣରୁ ଯୁବପିଢ଼ିଙ୍କ ମଧ୍ୟରେ ମେଦବହୁଳତା ବଢ଼ୁଛି। ଏହା ଜନ ସ୍ବାସ୍ଥ୍ୟ ଓ ଅର୍ଥନୀତି ଉପ‌ରେ ଚାପ ସୃଷ୍ଟି କରିଛି। ଭାରତୀୟ ମେଡିକାଲ୍ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ତଥ୍ୟ ଅନୁସାରେ ଭାରତର ୫୬.୪ ପ୍ରତିଶତ ରୋଗର କାରଣ ହେଉଛି ଅସ୍ବାସ୍ଥ୍ୟକର ଆହାର। ସୁଗାର ଓ ଫ୍ୟାଟ୍‌ରେ ପରିପୂର୍ଣ୍ଣ ପ୍ରକ୍ରିୟାକରଣ ଖାଦ୍ୟ ପଦାର୍ଥଗୁଡ଼ିକୁ ବ୍ୟାପକ ମାତ୍ରାରେ ବ୍ୟବହାର କରାଯାଉଥିବା ବେ‌ଳେ ଶାରୀରିକ କାର୍ଯ୍ୟକଳାପ ହ୍ରାସ ପାଇବା, ବିବିଧ ଖାଦ୍ୟର ଅଭାବ କାରଣରୁ ମେଦବହୁଳତା ଭଳି ସମସ୍ୟା ସୃଷ୍ଟି ହୋଇଛି।

 

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories