www.samajalive.in
Tuesday, December 9, 2025
15.1 C
Bhubaneswar

ଚାଷ ଜମିରେ ପଶିଲା ବାଇକ : ଜଣେ କାଉଡିଆ ମୃତ, ୨ ଆହତ

ଦେବଗଡ଼ : ଦେବଗଡ଼ ସହରଠାରୁ ୯ କ.ମି ଦୂର ଦେବଗଡ ଥାନା ଅନ୍ତର୍ଗତ କାଲକାଠ ଗ୍ରାମ​ରେ ରବିବାର ସନ୍ଧ୍ୟା​ରେ ଏକ ଚାଷ ଜମି ଭିତରକୁ ବାଇକ ପଶି ଯିବାରୁ ସେଥିରେ ବସିଥିବା ଜଣେ କାଉଡିଆର ମୃତ୍ୟୁ ଘଟିଛି । ବାଇକରେ ବସିଥିବା ଅନ୍ୟ ଦୁଇଜଣ ଆହତ ହୋଇଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁସାରେ ଦେବଗଡ ଥାନା ଅନ୍ତର୍ଗତ ଅଶନନାଳି ଗ୍ରାମର ୩ ଜଣ ଯୁବକ ବୋଲବମ୍ ଯିବା ପାଇଁ ବାଇକ ଯୋଗେ କୁଣ୍ଠେଇଗୋଳା ଥାନା ଅନ୍ତର୍ଗତ  କଟାଶର  ମନ୍ଦିର ଅଭିମୁଖେ ଯାଉଥିଲେ। ତେବେ କାଲକାଠ ଗ୍ରାମ​ ନିକଟରେ ବାଇକ ଚାଳକ ଭାରସାମ୍ୟ ହରାଇବାରୁ ଚାଷ ଜମି ଭିତରକୁ ବାଇକ ପଶିଯାଇଥିଲା । ଫଳରେ ଉତ୍ତମ ଳୁହାର, ରବି ସାମଲ  ଓ ସମୀର ପ୍ରଧାନ ଆହତ ହୋଇଥିଲେ। କିନ୍ତୁ ଗୁରୁତର ଅବସ୍ଥାରେ ଉତ୍ତମକୁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ହେଲେ ଡ଼ାକ୍ତର ସେଠାରେ ତା’କୁ ମୃୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ରବି ସାମଲଙ୍କ ଅବସ୍ଥା ଗୁରୁତର ହେବାକୁ ତାଙ୍କୁ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରୀତ କରାଯାଇଛି। ସମୀର ସାମାନ୍ୟ ଆହତ ହୋଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories