ଅଯୋଧ୍ୟା ରାମ ମନ୍ଦୀର ପ୍ରାଣ ପ୍ରତିଷ୍ଠା ପାଇଁ ବ୍ଲକ୍ ସ୍ତରୀୟ ବୈଠକ

ଦେଓଗାଁ: ଉତ୍ତର ପ୍ରଦେଶ ର ଅଯୋଧ୍ୟା ରେ ଆରମ୍ଭ ହେବାକୁ ଯାଉଥିବା ଭବ୍ୟ ଶ୍ରୀରାମ ମନ୍ଦିର ର ଉଦ୍ଘାଟନ ପାଇଁ ଦେଓଗାଁ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦୀର ପରିସରରେ ଆଜି ଦେଓଗାଁ ବ୍ଲକ ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ଆଗାମି ଜାନୁୟାରୀ ୨୨ ତାରିଖ ଉଦ୍ଘାଟନ ହେବାକୁ ଯାଉଥିବା ଅଯୋଧ୍ୟା ରାମ ମନ୍ଦିର ଉପରେ ବିଧିବଦ୍ଧ ଭାବେ ଆଲୋଚନା ହୋଇଥଲା।

prayash

ଏହି ବୈଠକରେ ରାମମନ୍ଦିର ଭୂମି ପ୍ରତିଷ୍ଠା ଉତ୍ସବ ର ଦେଓଗାଁ ବ୍ଲକ ପାଳକ ହିସାବରେ କଲିଷ୍ଠ ପ୍ରଧାନ, ଦେଓଗାଁ ବ୍ଲକ୍ ସଂଯୋଜକ ସୌମ୍ୟ ରଞ୍ଜନ ପୁରୋହିତ, ସହ ସଂଯୋଜକ ମୋହନ୍ ସାମଲ, ଜଗଦୀଶ ପ୍ରଧାନ, ଡ଼ା. ଶଶିଭୂଷଣ ସାହୁ, କୁନାଲ ଥନାପତି, ସରୋଜ୍ ନାୟକଙ୍କ ସହିତ ଦେଓଗାଁ ବ୍ଲକ ର ୨୬ ଗୋଟି ପଞ୍ଚାୟତ ରୁ 70 ରୁ ଅଧିକ ରାମ ଭକ୍ତ ଯୋଗଦାନ କରିଥିଲେ ଓ ଅତିଥି ସେବା ରେ ଦେଓଗାଁ ବ୍ଲକ ସରସ୍ଵତୀ ଶିଶୁ ମନ୍ଦୀରର ସମସ୍ତ ଗୁରୁଜୀ ଗୁରୁମା ସହାୟକ ହୋଇଥିଲେ।

Comments are closed.