ଦେଓଗାଁ : ଦେଓଗାଁ ଅଞ୍ଚଳରେ ସାର ଚୋରା କାରବାର ବୃଦ୍ଧି ପାଉଥିବାର ଅଭିଯୋଗ ହେବା ପରେ ଗତରାତିରେ ଦେଓଗାଁ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ନୂଆପାଲି ଗାଁରେ ଏକ ପିକଅପ୍ ଗାଡ଼ିକୁ ଧରି ଯାଞ୍ଚ କରିବା ପରେ ଗାଡ଼ିଟିକୁ ଥାନାରେ ଅଟକ ରଖିଛି। ସାର ଥିବା ଘରକୁ ସିଲ କରିଥିବା ଜଣାପଡିଛି। ଏନେଇ ପୁଲିସ ସାର ଆଣିଥିବାର କାଗଜ ପତ୍ର ମାଗିବାରୁ ଚାଳକ କୌଣସି କାଗଜ ପତ୍ର ଦେଖାଇ ପାରିନଥିବାରୁ ଗାଡ଼ିଟି ଅଟକ ରହିଛି। ଏହି ସାର ଗାଡ଼ିଟି ତୁଷୁରା ଥାନାର ବଡ଼ ଗୋ ମୁଣ୍ଡା ଗାଁର ଜୈନିକ ବ୍ୟବସାୟୀଙ୍କ ଠାରୁ ରାତିରେ ସାର ଆସିଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି। ତେବେ ୨୫ ବସ୍ତା ସାର ଥିବା ବ୍ୟବସାୟୀଙ୍କ ଗୋଦାମ ଘରକୁ ସିଲ୍ କରିଛି ପୁଲିସ। କୃଷି ବିଭାଗ ତଦନ୍ତ ରିପୋର୍ଟ ଦେବା ପରେ ପରବର୍ତ୍ତୀ ପନ୍ଥା ଗ୍ରହଣ କରାଯିବ ବୋଲି ଦେଓଗାଁ ପୁଲିସ ପକ୍ଷରୁ ସୂଚନା ମିଳିଛି।
ଦେଖନ୍ତୁ ଛାତିଥରା ଭିଡିଓ ; ବାପା ଫୋନ୍ ଦେଖିବା ବେଳେ ଶିଶୁ ଉପରେ ମାଡିଗଲା କାର୍..
ଦେଖନ୍ତୁ ଛାତିଥରା ଭିଡିଓ ; ବାପା ଫୋନ୍ ଦେଖିବା ବେଳେ ଶିଶୁ ଉପରେ ମାଡିଗଲା କାର୍..



