www.samajalive.in
Thursday, December 11, 2025
13.1 C
Bhubaneswar

ସାମ୍ବାଦିକଙ୍କୁ କରୋନା ଟିକା ପ୍ରଦାନ ସହ ରାଜ୍ୟ ଓ ଜାତୀୟ ରାଜପଥରେ ଟୋଲ୍ ଟିକସ ଛାଡ଼ ଦାବି

ସମ୍ବଲପୁର : ଆଜି ରେଙ୍ଗାଲି ବ୍ଲକ ସପ୍‌ନେ ସେତୁ ଠାରେ ଓଡିଶା ସାମ୍ବାଦିକ ସଂଘ ସମ୍ବଲପୁର ଜ଼ିଲ୍ଲା ଶାଖାର ଚଳିତ ବର୍ଷର ପ୍ରଥମ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ଜ଼ିଲ୍ଲା ସଭାପତି ହିମାଂଶୁ ଶେଖର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକ ରେ ଆଗାମୀ କାର୍ଯ୍ୟପନ୍ଥା ଉପରେ ବିଷଦ ଭାବରେ ଆଲୋଚନା ହୋଇଥିଲା ଓ ବୈଠକରେ ଭାରତୀୟ ପେଷାଦାର ସାମ୍ବାଦିକ ସଂଘ ର ଜାତୀୟ ପରିଷଦ ସଦସ୍ୟ ବୁଦ୍ଧ ଦେବ ମହାପାତ୍ର, ସୁବାସ ନାୟକ ଏବଂ  ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ର ପ୍ରାକ୍ତନ  ଜ଼ିଲ୍ଲା ସାଧାରଣ ସମ୍ପାଦକ ଡ଼. ରାଜାରାମ ଷଡ଼ଙ୍ଗୀ  ଓଡିଶା ସାମ୍ବାଦିକ ସଂଘ ର ସଦସ୍ୟତା ଗ୍ରହଣ ପୂର୍ବକ ସ୍ୱାଗତ କରାଯାଇଥିଲା ଓ ବୈଠକ ରେ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବରିଷ୍ଠ ସଭ୍ୟ ରମାକାନ୍ତ ବିଶ୍ୱାଳ, ସାଧବ ପ୍ରଧାନ, ମନୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା  ସମ୍ପାଦକ ସରୋଜ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି  ସଭାରେ ଜିଲ୍ଲା ଉପ ସଭାପତି  ସୁକାନ୍ତ କର, ଶିଶିର ସାହୁ, ପ୍ରଦୀପ ନାୟକ, ସନ୍ତୋଷ ସାହୁ, ସହ ସମ୍ପାଦକ ନରେଶ ମାହାନା, ଅମଲେନ୍ଦୁ ନାୟକ, ବାଦ ଶାହା ଜୁସମନ ରଣା,  ସତ୍ୟ ପ୍ରିୟ ମହାପାତ୍ର, କୋଷାଧ୍ୟକ୍ଷ ସୁଶାନ୍ତ ମହାପାତ୍ର, କାର୍ଯ୍ୟକାରୀ କମିଟି ସଭ୍ୟ ସଞ୍ଜୟ ପାଗୋଡା, ଉପେନ୍ଦ୍ର ନାରାୟଣ ପଣ୍ଡା, ଡ଼. ରାଜାରାମ ଷଡ଼ଙ୍ଗୀ ନବୀନ ଦାଶ, ଅଂକିତ ସାହୁ, ହରି ମିଶ୍ର, ସଭ୍ୟ ସୁବ୍ରତ ପାଢ଼ୀ, ଦେବାଶିଷ ବେହେରା, ଆଦିତ ପଣ୍ଡା, ସଞ୍ଜିବ ପାଣିଗ୍ରାହୀ  ପ୍ରମୁଖ  ଯୋଗଦେଇ ନିଜର ସୁଚିନ୍ତିତ ମତାମତ  ପ୍ରଦାନ କରିଥିଲେ। ବୈଠକ ରେ କରୋନା ଯୋଦ୍ଧା ସାମ୍ବାଦିକଙ୍କୁ କରୋନା ଟିକା ପ୍ରଦାନ କରିବା,  ଚଳିତ ବିଧାନସଭା ଅଧିବେଶନରେ ସାମ୍ବାଦିକ ମାନଙ୍କ ସକାଶେ “ସାମ୍ବାଦିକ ସୁରକ୍ଷା ଆଇନ ” ବିଲ୍ ମଞ୍ଜୁରୀ କରିବା, କରୋନାରେ ଆକ୍ରାନ୍ତ ହୋଇ ଥିବା ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା, କର୍ତ୍ତବ୍ୟ ରତ ସାମ୍ବାଦିକଙ୍କୁ ଆକ୍ରମଣ  ପାଇଁ କଠୋର ଦଣ୍ଡ ବିଧାନ ଆଇନ ପ୍ରଣୟନ କରିବା, ୬୦ ବର୍ଷ ରୁ ଉର୍ଦ୍ଧ୍ବ ସାମ୍ବାଦିକଙ୍କୁ ରାଜ୍ୟ ସରକାର ପେନସନ୍ ବୀମା ଭୁକ୍ତ କରିବା, ଏକ୍ରିଡ଼ିଏସନ୍ ନିୟମ ପରିବର୍ତ୍ତନ କରିବା, ଯାତାୟତ ସମୟରେ ରିହାତି ଦେବା, ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଏକ ପୂର୍ଣ୍ଣାଙ୍ଗ ତାଲିକା ସଂଗ୍ରହ ପୂର୍ବକ ରାଜ୍ୟ ଗେଜେଟରେ ପ୍ରକାଶ କରିବା ସହ ରାଜ୍ୟ ରାଜପଥ ଓ ରାଜପଥରେ ସାମ୍ବାଦିକଙ୍କୁ ଟୋଲ ଟ୍ୟାକ୍ସ ଛାଡ୍  ଆଦି ଦାବି କରାଯାଇଛି। ସଭା ପ୍ରାରମ୍ଭ ରେ ମା’ ସମଲେଶ୍ୱରୀ ଠାରେ ଦୀପ ପ୍ରଜ୍ୱଳନ  ଏବଂ ଓଡିଶା ସାମ୍ବାଦିକ ସଂଘ ର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ପ୍ରଭାତ ଦାଶଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଏବଂ କରୋନା ଯୋଦ୍ଧା ମୃତ ସାମ୍ବାଦିକଙ୍କ ବିୟୋଗରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ସଭା ଶେଷରେ ସଂଘର ଉପ-ସଭାପତି ସୁକାନ୍ତ କର ଧନ୍ୟବାଦ ଜ୍ଞାପନ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories