www.samajalive.in
Saturday, December 6, 2025
19.1 C
Bhubaneswar

ନବରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ନବରଙ୍ଗପୁର : ଦୀର୍ଘ ୫୨ ବର୍ଷର ନବରଙ୍ଗପୁର କଲେଜକୁ ସରକାରୀ କଲେଜ ଘୋଷଣା କରିବା ପାଇଁ ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟି ପକ୍ଷରୁ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଲୁମିନି କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲାପାଳ ଡ଼ଃ.କମଳ ଲୋଚନ ମିଶ୍ରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ପ୍ରାୟ ୫୦ ଏକରରୁ ଉର୍ଦ୍ଧ୍ବ ଜମି ସହ ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମି ରହିଥିବା ଏହି ମହାବିଦ୍ୟାଳୟ ସ୍ଥାପନ ହେବାର ୫୨ ବର୍ଷ  ପରେ ମଧ୍ୟ ଏଯାଏଁ ଏହାକୁ ସରକାରୀ କଲେଜ ଭାବେ ଘୋଷଣା କରାଯାଇନାହିଁ । ଏହାକୁ ନେଇ ବିଭିନ୍ନ ସମୟରେ ଛାତ୍ର ଛାତ୍ରୀଙ୍କ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ସରକାରୀ କଲେଜ ଘୋଷଣା ପାଇଁ ସ୍ମାରକପତ୍ର ପ୍ରଦାନ ଓ ଆନ୍ଦୋଳନ ହୋଇଛି । ତେବେ ବର୍ତ୍ତମାନ କଲେଜର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପୁରାତନ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ପାଳନ ହେଉଥିବାବେଳେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ସରକାରୀ କଲେଜ ଘୋଷଣା କରିବା ପାଇଁ ଦାବି ଦୋହରାଇଛନ୍ତି । ଆସନ୍ତା ଡ଼ିସେମ୍ବର ୧୬ରୁ ୧୮ ତିନି ଦିନ ଧରି ସୁବର୍ଣ୍ଣ ଜୟନ୍ତୀ ପାଳନ ହେବାକୁ ଥିବାବେଳେ ସରକାରୀ କଲେଜ ଘୋଷଣା ନିହାତି ଜରୁରୀ ବୋଲି ଅନେକ ପୂରାତନ ଛାତ୍ର ଛାତ୍ରୀ ମାନେ ମନସ୍ଥ କରି ସୁବର୍ଣ୍ଣ ଜୟନ୍ତୀ କମିଟି, ବଣିକ ସଂଘ, ଟ୍ରାକ୍ଟର ସଂଘ, ଠିକାଦାର ସଂଘ ଭଳି ବିଭିନ୍ନ ସଙ୍ଗଠନ ମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କଲେଜକୁ ସରକାରୀ କଲେଜ ଘୋଷଣା କରିବା ପାଇଁ ଦାବି କରାଯାଇଛି । ଏହି ସ୍ମାରକ ପତ୍ରରେ ବଣିକ ସଂଘ ସମ୍ପାଦକ ପି. ଏଲ୍. ମୂର୍ତ୍ତୀ, ସହ ସମ୍ପାଦକ ପି ଭେଙ୍କଟ, ଠିକାଦାର ସଂଘ ସଭାପତି ତଥା ଲାଇନ୍ସ କ୍ଳବ୍ ସଭାପତି ଜଗନ୍ନାଥ ମହାପାତ୍ର, ଟ୍ରାକ୍ଟର ସଂଘ ସଭାପତି କାହ୍ନୁ ଦାସ ଓ ସମ୍ପାଦକ ମନୋଜ ସଗରିଆ ପ୍ରମୁଖ ସ୍ବାକ୍ଷରିତ କରିଥିବା ବେଳେ ଏହି ସ୍ମାରକ ପତ୍ର ପ୍ରଦାନ ଅବସରରେ କମିଟିର ସଭାପତି ଗଣେଶ ଦାଶ, ଉପ ସଭାପତି ପ୍ରଭାକର ପାତ୍ର, ସମ୍ପାଦିକା ସଙ୍ଗୀତା ତ୍ରୀପାଠୀ, ସହ ସମ୍ପାଦକ ଦେବଦାସ ମହାଙ୍କୁଡ, କୋଷ।ଧକ୍ଷା ସ୍ୱର୍ଣ୍ଣ ଲତା ପଟ୍ଟନାୟକ, ସଦସ୍ୟ ସୁରେଶ ମହାନ୍ତି, ଶିବ ଶଙ୍କର ତ୍ରିପାଠୀ, ମନୋଜ ପଟ୍ଟନାୟକ, ରବୀନ୍ଦ୍ର ଶତପଥୀ, ପୁର୍ବତନ ଛାତ୍ର ତଥା ଭିଜନ ନବରଙ୍ଗପୁର ଆବାହକ ବିରେନ୍ଦ୍ର ମୋହନ ନାୟକ, କ୍ରୀଡା କମିଟି ସଦସ୍ୟ ମନୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories