www.samajalive.in
Monday, December 8, 2025
24.1 C
Bhubaneswar

ଚାଇନିଜ ଖାଦ୍ୟ ପ୍ରତି ବଢୁଛି ଆଦର

ଭୁବନେଶ୍ୱର: ଚାଇନିଜ ଖାଦ୍ୟର ସ୍ୱାଦ ପାରମ୍ପରିକ ଭାରତୀୟ ଖାଦ୍ୟ ଠାରୁ ଭିନ୍ନ ହୋଇଥିବା ଏବଂ ଏହାର ପ୍ରସ୍ତୁତି ସହଜ, ସରଳ ହୋଇଥିବା କାରଣରୁ ସଂପ୍ରତି ଭାରତରେ ଚାଇନିଜ ଖାଦ୍ୟର ଚାହିଦା ବୃଦ୍ଧିପାଇବାରେ ଲାଗିଛି। ନିକଟରେ କରାଯାଇଥିବା ଏକ ସର୍ଭେ ଅନୁଯାୟୀ ଚାଇନିଜ ଖାଦ୍ୟ ଭାରତରେ ଦ୍ୱିତୀୟ ସର୍ବାଧିକ ଲୋକପ୍ରିୟ ଖାଦ୍ୟ ତାଲିକାରେ ସ୍ଥାନପାଇଛି, ଯାହାର ବଜାର ଅଂଶ ୧୫% ରହିଛି। ଗ୍ରାହକଙ୍କ ମଧ୍ୟରେ ଏହାର ବର୍ଦ୍ଧିତ ଲୋକପ୍ରିୟତା, ଗ୍ରହଣୀୟତା ଏବଂ ସ୍ୱାଚ୍ଛନ୍ଦ୍ୟକୁ ଦୃଷ୍ଟିରେ ରଖି ଭାରତର ଅନ୍ୟତମ ଅଗ୍ରଣୀ ପ୍ରକ୍ରୟାକୃତ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ନିଲନ୍ସ ନିଜର ଚାଇନିଜ ଉତ୍ପାଦ ବର୍ଗକୁ ସୁଦୃଢ କରିଛି। କମ୍ପାନୀ ନିକଟରେ ସସେସ୍‍, ଚଟନି ଏବଂ ମସଲା ଆଦି ନୂଆ ଯୁଗର ବହୁବିଧ ଉତ୍ପାଦ ଯୋଗ କରିଛି। ଏହାର ଉତ୍ପାଦବର୍ଗ ମଧ୍ୟରେ ରେଡ ଆଣ୍ଡ ଗ୍ରିନ ଚିଲି ସସ୍‍, ସୋୟା ସସ, ଭିନେଗାର, ସେଚୁଆନ ଚଟନି, ମାଞ୍ଚୁରିଆନ ମସଲା, ଚିକେନ ୬୫ ମସଲା ଏବଂ ଚୋମିନ ମସଲା ଆଦି ଅନ୍ୟତମ।
ଏହି ଉତ୍ପାଦ ବର୍ଗ ସମ୍ପର୍କରେ ମତଦେଇ ନିଲନ୍ସର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଦୀପକ ସାଂଘଭୀ କହିଛନ୍ତି, ଉପଭୋକ୍ତାଙ୍କର ଆହରଣ ଶୈଳୀରେ ପରିବର୍ତ୍ତନ ଘଟିବା ଏବଂ ଜନସାଧାରଣ ଘରେ ଥିବା ସମୟରେ ସେମାନଙ୍କର ଖାଦ୍ୟାଭ୍ୟାସକୁ ନେଇ ଅଧିକ ପରୀକ୍ଷା ନିରୀକ୍ଷା କରୁଥିବା ସମୟରେ ଆଗାମୀ ବର୍ଷଗୁଡିକରେ ଚାଇନିଜ ଖାଦ୍ୟ ସାମଗ୍ରୀ ବଜାରରେ ଆଧିପତ୍ୟ ଜାହିର କରିବା ଆଶା କରାଯାଉଛି। ଚାଇନିଜ ପ୍ୟାକେଜଡ ଖାଦ୍ୟ ବର୍ଗର ମୋଟାମୋଟି ବଜାର ପ୍ରାୟ ୮୦୦ କୋଟି ଟଙ୍କା ଏବଂ ସେଥିମଧ୍ୟରେ ସସେସ୍‍ ଓ ମସଲା ବ୍ୟବସାୟ ମିଳିତ ଭାବରେ ବାର୍ଷିକ ୧୫% ପୌନଃପୁନିକ ହାରରେ ବୃଦ୍ଧି ଘଟୁଛି। ଉପଭୋକ୍ତା ଦୃଷ୍ଟିକୋଣରୁ ଏହା ପିଲାଙ୍କ ମଧ୍ୟରେ ବିଶେଷ ପ୍ରିୟଭାଜନ ହୋଇଥିବା ମନେ ହେଉଛି ଏବଂ ଏହିସବୁ ଉତ୍ପାଦ, ବିଶେଷକରି ସେଚୁଆନ ଚଟନି, ମାଞ୍ଚୁରିଆନ, ଚୋମିନ ମସଲା ଆଦି ଖରିଦ କରିବା ନିଷ୍ପତ୍ତିକୁ ପ୍ରଭାବିତ କରିବାରେ ସେମାନେ ମୁଖ୍ୟ ଭୂମିକା ନେଉଛନ୍ତି। ଏହି ଉତ୍ପାଦଗୁଡିକ ସହିତ ସମ୍ପ୍ରତି ଜଣେ ଗୃହିଣୀ ଅଥବା ଘର ରାନ୍ଧୁଣିଆ ସେମାନଙ୍କର ମନପସନ୍ଦର ଚାଇନିଜ ଖାଦ୍ୟ ନିଜ ଘରେ ଆରାମରେ ଥାଇ ସହଜରେ ପ୍ରସ୍ତୁତ କରିପାରିବେ। ତାହାକୁ ଦୃଷ୍ଟିରେ ରଖି କମ୍ପାନୀ ଉତ୍ପାଦଗୁଡିକ ପ୍ରସ୍ତୁତି ସମୟରେ ନିର୍ମାଣଗତ ମାନକକୁ ଉଚ୍ଚ ସ୍ତରରେ ଓ କଡାକଡି ଭାବରେ ଅନୁପାଳନକୁ ସୁନିଶ୍ଚିତ କରୁଛି ଉତ୍ପାଦଗୁଡିକର ତାଜାପଣକୁ ଦୀର୍ଘ ସମୟ ବଜାୟ ରଖିବାକୁ ଖାଦ୍ୟମାନର ବହୁସ୍ତରୀୟ ପ୍ୟାକେଜିଂ ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories