www.samajalive.in
Monday, December 8, 2025
16.1 C
Bhubaneswar

ମେକ୍ସିକୋରେ ୭.୦ ତିବ୍ରତାର ଭୂକମ୍ପ ଝଟକା ; ସୁନାମି ନେଇ ସତର୍କ ସୂଚନା ଜାରି

ମେକ୍ସିକୋ : ମେକ୍ସିକୋ ସହରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୂକମ୍ପରର ଝଟକା ଅନୁଭବ ହୋଇଛି। ଭୂକମ୍ପର ଝଟକା ଜୋର ଥିବାରୁ ଦକ୍ଷିଣ ମେକ୍ସିକୋ ସହରର ଅଧିକାଂଶ କୋଠା ଘର ଦୋହଲିବା ଭଳି ଦେଖାଯାଇଥିଲା। ଏହାରେ ସମସ୍ତ ସ୍ଥାନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣର ସୂଚନାନୁଯାୟୀ, ଗ୍ୟୁରେରୋ ଠାରୁ ୧୧ କିଲୋମିଟର ଦୂରରେ ଥିବା ଆକାପୁଲକୋରେ ୭.୦ ତିବ୍ରତାରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଅଧିକ ତିବ୍ରତାରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା କାରଣରୁ ସେହି ସମୟରେ ଲୋକେ ପ୍ରଥମେ ନିଜ ଘରୁ ବାହାରକୁ ବାହାରି ଆସିଥିଲେ। ୭.୦ ତିବ୍ରତା ଝଟକା ଅନୁଭବ ହେବା ପରେ ମେକ୍ସିକୋରେ ସୁନାମିର ବିପଦ ସୃଷ୍ଟି ହେବାର ସମ୍ଭବାନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ଏହି ଭୂକମ୍ପରେ ଅଧିକ କ୍ଷୟକ୍ଷତି ହୋଇନଥିବା ବେଳେ କିଛି ସ୍ଥାନରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି ବୋଲି ଜଣାପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories