www.samajalive.in
Saturday, December 6, 2025
26.1 C
Bhubaneswar

ସହରରେ ଟ୍ରାଫିକ ସମସ୍ୟା – ବାଇପାସ ରାସ୍ତା ଦାବି

କଳାହାଣ୍ଡି: ରାଜରାସ୍ତାରେ ବୁଲା ଗାଈଗୋରୁ ଓ କୁକୁରଙ୍କ ଚଳପ୍ରଚଳ ଫଳରେ ଭବାନୀପାଟଣାରେ ଅନେକ ଦୁର୍ଘଟଣା ଘଟୁଛି। ଏଥିସହ ବାଇପାସ ରାସ୍ତା ନଥିବାରୁ ଭାରିଯାନ ମଧ୍ୟ ସହର ମଧ୍ୟ ଦେଇ ଯିବା ଆସିବା କରୁଛି। ତେଣୁ ଟ୍ରାଫିକ ସମସ୍ୟା ସ୍ଥାନୀୟ ବାସିନ୍ଦାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଜିଲ୍ଲାର ସଦର ମହକୁମା ଭବାନୀପାଟଣାର ଜନସଂଖ୍ୟା ପ୍ରାୟ ଡେଢ ଲକ୍ଷ। ସବୁ ସରକାରୀ ବେସରକାରୀ କାର୍ୟାଳୟଠାରୁ ଆରମ୍ଭ କରି ବ୍ୟବସାୟ ତଥା ଶିକ୍ଷାନୁଷ୍ଠାନ ଭବାନୀପାଟଣା ଜିଲ୍ଲାମୁଖ୍ୟାଳୟ ଉପରେ ନିର୍ଭରଶୀଳ। ହେଲେ ସହରର ଟ୍ରାଫିକ ସମସ୍ୟା ଏବେ ଲୋକଙ୍କୁ ଚିନ୍ତାରେ ପକାଇଦେଇଛି। ସହରର ଜେଲ ଛକ ରାସ୍ତା ୨ ବର୍ଷ ତଳେ ପ୍ରଶସ୍ତିକରଣ କରାଯାଇଛି ତଥାପି ରାସ୍ତାରେ ଯାନବାହାନ ଚଳାଚଳରେ ଅସୁବିଧା ସୃଷ୍ଟି ହେଉଛି । କାରଣ ରାସ୍ତାରେ ବୁଲା ଗାଈ ଗୋରୁଙ୍କ ସହ ବୁଲା କୁକୁରଙ୍କ ଗହଳି ଦେଖିବାକୁ ମିଳୁଛି।

ପରିବହନ ବିଭାଗର ସର୍ଭେ ଅନୁଯାୟୀ ସହରକୁ ପ୍ରତି ଘଣ୍ଟାରେ ୭୦୦ଟି ଛୋଟ ବଡ ଯାନବାହାନ ପ୍ରବେଶ କରିଥାଏ। ତେବେ ବାଇପାସ ରାସ୍ତା ନଥିବାରୁ ଭାରିଯାନ ମଧ୍ୟ ସହର ମଧ୍ୟ ଦେଇ ଯିବା ଆସିବା କରୁଛି। ଫଳରେ ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ପୌର ବିଭାଗ ପକ୍ଷରୁ ମଧ୍ୟ ବୁଲା ଗୋରୁ ଗାଈକୁ କାଞ୍ଜିଗୃହରେ ରଖାଯାଉ ନାହିଁ।

- Advertisement -

ସୂଚନାଥାଉକି, ଏହି ସମସ୍ୟା କେବେଳ ଯେ ଜେଲ ଛକରେ ତାହା ନୁହେଁ ସହରର ଘୋଡାଘାଟ, ଷ୍ଟାଚ୍ୟୁ ଛକ, ମାଣିଙ୍କେଶ୍ବରୀ ଛକ ଓ କଲେଜ ଛକ ଭଳି ପ୍ରମୁଖ ଛକରେ ଏହି ସମସ୍ୟା ସୃଷ୍ଟି ହେଉଛି। ତେବେ ଏନେଇ ବାଏପାସ ରୋଡ ନିତାନ୍ତ ଆବଶ୍ୟକ ହୋଇପଡିଛି। ଅନ୍ୟପଟେ ବାଇପାସ ନିର୍ମାଣ କାମ ମନ୍ଥରଗତିରେ ଚାଲୁଥିବା ସହରବାସୀ ଅଭିଯୋଗ କରିଛନ୍ତି। ଏନେଇ ସରକାର ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହୋଇଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories