www.samajalive.in
Monday, December 8, 2025
13.1 C
Bhubaneswar

ଭ୍ରମଣ ପ୍ରେମୀଙ୍କୁ ଭିନ୍ନ ସ୍ମୃତି ପ୍ରଦାନ କରେ ଦିଲ୍ଲୀର ନିକଟରେ ଥିବା ଏହି ସ୍ଥାନ

ଶୀତ ଦିନର ଆରମ୍ଭ ହେବା ମାତ୍ରେ ଲୋକେ ନିଜ ଭ୍ରମଣ ଯୋଜନାରେ ବହୁ ସ୍ଥାନକୁ ସାମିଲ କରିଥାଆନ୍ତି। କେଉଁମାନଙ୍କୁ ଶାନ୍ତ ତ କେଉଁ ମାନଙ୍କୁ ହୋହାଲା ପରିବେଶ ବେଶ ପସନ୍ଦ। ଏପରି କିଛି ଭ୍ରମଣ ପ୍ରେମୀ ଅଛନ୍ତି, ଯେଉଁମାନଙ୍କୁ ପ୍ରାକୃତିକ ପରିବେଶ ପସନ୍ଦ। ଆପଣ ଯଦି ଏହି ତାଲିକାରେ ଅଛନ୍ତି ତେବେ ଦିଲ୍ଲୀର ନିକଟରେ ଥିବା କିଛି ସ୍ୱତନ୍ତ୍ର ସ୍ଥାନ ବିଷୟରେ ଜାଣନ୍ତୁ। ବିଶେଷ କରି ପାହାଡ଼ିଆ ଅଞ୍ଚଳରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ସଭିଁଙ୍କୁ ବେଶ ଆକର୍ଷିତ କରିଥାଏ। ଶୀତଦିନେ ପାହାଡ଼ିଆ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ମାନଙ୍କର ସୌନ୍ଦର୍ଯ୍ୟ ଅଧିକ ବଢିଯାଏ।
ପଙ୍ଗୋଟ
ଏଠାରେ ସ୍ନୋ ଫଲର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ। ନୈନିତାଲରୁ ପଙ୍ଗୋଟରେ ପହଞ୍ଚିବା ପାଇଁ ଏକ ଘଣ୍ଟା ସମୟ ଲାଗିଥାଏ। ଏଠାରେ ଦିନରେ ଆପଣ ଜଙ୍ଗଲରେ ବୁଲିବା ସହ ସଫାରୀର ମଜା ନେଇପାରିବେ।
ଲାନ୍ସଡ଼ାଉନ – 
ଦିଲ୍ଲୀର ସବୁଠାରୁ ନିକଟରେ ଥିବା ହିଲ ଷ୍ଟେସନ ହେଉଛି ଲାନ୍ସଡ଼ାଉନ। ଏଠାରେ ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ପାଇବେ। ଏହାସହ ଆପଣ ଟିପ ଏନ ଟାପ, ତାଡ଼କେଶ୍ୱର ମହାଦେବ ଓ ଚର୍ଚ୍ଚ ପଏଣ୍ଟ ପରି ଦର୍ଶନୀୟ ସ୍ଥାନ ମଧ୍ୟ ଏଠାରେ ରହିଛି।
ମୋରନୀ ହିଲ – 
ଏହି ସ୍ଥାନ ଦେଖିବାକୁ ଖୁବ ସୁନ୍ଦର। ହରିୟାଣାର ପଞ୍ଚକୁଲାରେ ଥିବା ଏହି ସ୍ଥାନରେ ଆପଣ ଆଡ଼ଭେନଚର ମଧ୍ୟ ମଜା ପାଇପାରିବେ। ବିଭିନ୍ନ ପ୍ରକାରର ପକ୍ଷୀ ସହ ଏଠାରେ ଐତିହାସିକ ପୋର୍ଟ ମଧ୍ୟ ଦେଖିପାରିବେ।
ନହାନ – 
ହିମାଚଳ ପ୍ରଦେଶରେ ନହାନ ସହର ରହିଛି। ଏଠାରେ ପର୍ଯ୍ୟଟକଙ୍କ ବେଶ ଭିଡ଼ ଦେଖାଯାଏ। ଏଠାକୁ ଆସିବା ପରେ ପ୍ରକୃତିର କୋଳରେ ରହିବା ପରି ମନେ ହେବ। ପାହାଡ଼ ପର୍ବତ ସହ ସୁକୈତି ଫାର୍ସିଲ ପାର୍କରେ ମଧ୍ୟ ବୁଲିପାରିବେ। ଏହା ବ୍ୟତୀତ ମନ୍ଦିର ଓ ରାନୀ ତାଲ ମଧ୍ୟ ବୁଲିପାରିବେ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories