ପ୍ରତିମାସରେ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା
ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବାରୁ ଜନତାଙ୍କୁ ଆକୃଷ୍ଟ କରିବକୁ ସରକାର ବିଭିନ୍ନ ପ୍ରକାର ଘୋଷଣା କରୁଛନ୍ତି । ଏହାରି ଭିତରେ ଦିଲ୍ଲୀ ସରକାର ଏକ ବଡ ଘୋଷଣା କରିଛନ୍ତି । କେଜ୍ରିୱାଲ ସରକାର ପ୍ରତି ମାସରେ ମହିଳାଙ୍କୁ ୧୦୦ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି । ସୋମବାର ବିଧାନସଭାରେ ଅରବିନ୍ଦ କେଜି୍ରୱାଲ ସରକାରଙ୍କ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଆତିଶି ମାର୍ଲେନା ଏହି ଘୋଷଣା କରିଛନ୍ତି । ଆମ ଆଦମୀ ପାର୍ଟି ସରକାର ୧୮ବର୍ଷରୁ ଅଧିକ ମହିଳାଙ୍କୁ ପ୍ରତିମାସରେ ୧୦୦୦ ଟଙ୍କା ଦେବେ । ଏହି ରାଶି ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ଅଧୀନରେ ଦିଆଯିବ ବୋଲି କହିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଦଳମାନେ ଅନେକ ରାଜ୍ୟରେ ମହିଳାଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦିଆଯାଉଥିବା ବେଳେ ଦିଲ୍ଲୀ ସରକାର ମହିଳାଙ୍କ ପାଇଁ ମାସିକ ୧୦୦୦ ଟଙ୍କା ଘୋଷଣା କରିଛନ୍ତି ।
Comments are closed.