ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ଲଗାତର ଭାବେ ବୃଦ୍ଧି ପାଉଥିବାରୁ ଦେଖି ରାଜ୍ୟରେ ଲକଡାଉନ୍ ଅବଧିକୁ ଆଉ ସପ୍ତାହେ ବଢ଼ାଇ ଦିଆଯାଇଛି। କରୋନା ସଂକ୍ରମଣ ଦୃଷ୍ଟିରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଦିଲ୍ଲୀରେ ସପ୍ତାହେ ପର୍ଯ୍ୟନ୍ତ ଲକ୍ଡାଉନ୍ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜି ଅପରାହ୍ଣରେ ଟ୍ବିଟ୍ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଟ୍ୱିଟ୍ କରି କହିଛନ୍ତି ଯେ ଦିଲ୍ଲୀରେ ଲକଡାଉନ୍ ଅବଧିକୁ ଆଉ ସପ୍ତାହେ ବଢ଼ାଇ ଦିଆଯାଇଛି। ଏହା ପୂର୍ବରୁ ଏପ୍ରିଲ୍ ୨୫ ତାରିଖରେ ଦିଲ୍ଲୀରେ ଲକଡାଉନକୁ ସପ୍ତାହେ ବଢ଼ା ଯାଇଥିଲା, ଯାହା ସୋମବାର ସକାଳ ୫ଟା ବେଳେ ଶେଷ ହେବ । ଏବେ ରାଜଧାନୀ ଦିଲ୍ଲୀରେ ଲକଡାଉନ୍ ୧୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାପଡ଼ିଛି।
Lockdown in Delhi is being extended by one week
— Arvind Kejriwal (@ArvindKejriwal) May 1, 2021



