ଏୟାରପୋର୍ଟରେ ଛାତ ଭୁଶୁଡିବା ଘଟଣା: ତିନି ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପ୍ରବଳ ବର୍ଷାରେ ଦିଲ୍ଲୀରେ ସ୍ଥିତି ବିଗିଡିଛି । ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ ଅଚାନକ ଭୁଶୁଡିବାରୁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜି ଭୋର ୫ଟା ୩୦ ମିନିଟରେ ଏହି ଅଭାବନୀୟ ଘଟଣା ଘଟିଥିଲା । ଟର୍ମିନାଲ ଛାତ ତଳେ ଏକାଧିକ କାର ଏବେ ବି ଚାପି ହୋଇରହିଛି । ଖବର ପାଇ ଦମକଳବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛନ୍ତି । ଏଥିସହିତ ସିଆଇଏସଏଫ୍‍, ଦିଲ୍ଲୀ ପୁଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

 

Comments are closed.