www.samajalive.in
Friday, December 5, 2025
27.1 C
Bhubaneswar

ଦିଲ୍ଲୀ ବିଶ୍ବର ୯ମ ବ୍ୟସ୍ତ ବହୁଳ ବିମାନ ବନ୍ଦର

ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ବିଶ୍ବର ୯ମ ବ୍ୟସ୍ତବହୁଳ ବିମାନ ବନ୍ଦରଭାବେ ମାନ୍ୟତାଲାଭ କରିଛି। ଏୟାରପୋର୍ଟ କାଉନସିଲ ଇଣ୍ଟରନ୍ୟାସନାଲ (ଏସିଆଇ) ପକ୍ଷରୁ ବିଶ୍ବର ୨୦ଟି ବିମାନ ବନ୍ଦରକୁ ସର୍ଭେରେ ସାମିଲ କରାଯାଇଥିଲା। ଗତବର୍ଷ ୭,୭୮,୨୦,୮୩୪ ଯାତ୍ରୀ ଦିଲ୍ଲୀ ବିମାନ ବନ୍ଦର ଦେଇ ଯାତାୟାତ କରିଛନ୍ତି। ୨୦୨୪ରେ ଏହି ବିମାନ ବନ୍ଦରରେ ୪,୭୭,୫୦୯ ଥର ବିମାନର ଉଡାଣ ଓ ଅବତରଣ ହୋଇଥିଲା। ୨୦୨୩ରେ ଦିଲ୍ଲୀ ତାଲିକାର ୧୦ମ ସ୍ଥାନରେ ଥିବାବେଳେ ୨୦୨୪ରେ ଏହା ଗୋଟିଏ ପାହ୍ୟା ଉପରକୁ ଉଠିଛି। ଆମେରିକାର ଆଟଲାଣ୍ଟା ବିମାନ ବନ୍ଦର ସବୁଠାରୁ ବ୍ୟସ୍ତବହୁଳ ବୋଲି ରିପୋର୍ଟରୁ ଜଣାପଡିଛି। ୨୦୨୪ରେ ୧୦,୮୦,୬୭,୭୬୬ ଯାତ୍ରୀ ଏହି ବିମାନ ବନ୍ଦର ଦେଇ ଯାତାୟାତ କରିଛନ୍ତି। ଏହାବ୍ୟତୀତ ୨୦୨୪ରେ ଏହି ବିମାନ ବନ୍ଦରରେ ୭,୯୬,୨୨୪ ଥର ବିମାନର ଉଡାଣ ଓ ଅବତରଣ ହୋଇଥିଲା। ଏହାପଛକୁ ଦୁବାଇ (୯,୨୩,୩୧,୫୦୬) ଓ ଆମେରିକାର ଡଲାସ୍‌ ବିମାନ ବନ୍ଦର (୮,୭୮,୧୭,୮୬୪) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ଜାପାନର ହାନେଡା, ଲଣ୍ଡନର ହିଥ୍ରୋ, ଆମେରିକାର ଡେନ୍‌ଭର, ତୁର୍କୀର ଇସ୍ତାନବୁଲ, ଆମେରିକାର ସିକାଗୋ ଯଥାକ୍ରମେ ୪ର୍ଥରୁ ୮ମ ସ୍ଥାନରେ ଥିବାବେଳେ ଚୀନ୍‌ର ସାଂଘାଇ ୧୦ମ ସ୍ଥାନ ଅଧିକାର କରିଛି। କୋଭଇଡ୍‌ ପରେ ବିଶ୍ବରେ ବିମାନ ଯାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୧୭୦ ରାଷ୍ଟ୍ରର ୮୩୦ଟି ଏୟାରଲାଇନ୍ସ ଏସିଆଇର ସଦସ୍ୟ ରହିଛନ୍ତି।

Hot this week

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

Related Articles

Popular Categories