ବଲିଉଡ୍ ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ୍ ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ଶୁକ୍ରବାର ଭୋରରୁ ଉଭୟ ଅମୃତସର ସ୍ଥିତ ଶ୍ରୀ ହରମନ୍ଦିର ସାହିବ (ଗୋଲ୍ଡେନ୍ ଟେମ୍ପଲ)ରେ ପହଞ୍ଚି ନତ ମସ୍ତକ କରିଛନ୍ତି। ଯାହାର ଫଟୋ ଭାଇରାଲ ହୋଇଛି।

ଦୀପିକା ପାଦୁକୋନ୍ ସାଲୁୱାର ସୁଟରେ ନଜର ଆସିଥିଲେ। ଏହା ସହ ମଥାରେ ମୋଟା ଆକାରର ସିନ୍ଦୁର ଲଗାଇ ଥିବା ବେଳେ ଓଢଣା ଦେଇଥିବା ଫଟୋରେ ଦେଖିବାକୁ ମିଳିଛି।

ସେହିପରି ରଣବୀର ଜ୍ୟାକେଟ୍ ସହ କୁର୍ତ୍ତା ପାଇଜାମା ପିନ୍ଧିଥିଲେ। ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଉଭୟଙ୍କ ସହ ନଜର ଆସିଥିଲେ। ଏହା ପୂର୍ବରୁ ସେମାନେ ତିରୁପତି ବାଲାଜୀଙ୍କ ଦରବାରରେ ପହଞ୍ଚି ଆଶୀର୍ବାଦ ଭିକ୍ଷା କରିଥିଲେ।
ପ୍ରକାଶ ଥାଉ ଯେ, ଗତ ବର୍ଷ ନଭେମ୍ବର ୧୪ରେ ରଣବୀର ଏବଂ ଦୀପିକା ଇଟାଲୀରେ ବିବାହ ବନ୍ଧନରେ ଆବନ୍ଧ ହୋଇଥିଲେ। ଉଭୟ କୋଙ୍କଣୀ ଏବଂ ସିନ୍ଧୀ ରୀତିନୀତି ଅନୁଯାୟୀ ବିବାହ କରିଥିଲେ।




