www.samajalive.in
Saturday, December 6, 2025
26.1 C
Bhubaneswar

ଦୀପାବଳିରେ ଘରେ ଏହି ଦ୍ରବ୍ୟ ରଖିବା ଅଶୁଭ ଅଟେ

କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଦୀପାବଳି ପାଳନ କରାଯାଏ। ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। ଏହି ବର୍ଷ ନଭେମ୍ବର ମାସ ୭ତାରିଖ ଦିନ ଦୀପାବଳି ପର୍ବ ପାଳନ କରାଯିବ। ଦୀପାବଳି ପୂର୍ବରୁ ଘରକୁ ଭଲ ଭାବେ ସଫା କରିବା ଉଚିତ। ଘରର ସୁଖ ଓ ସମୃଦ୍ଧି ପାଇଁ ଘରକୁ ସଫା କରାଯାଇଥାଏ। ଏହା କରିବା ଦ୍ବାରା ଘରେ ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ। ମା’ ଲକ୍ଷ୍ମୀଙ୍କ କୃପା ଦ୍ବାରା ଘରେ ଆର୍ଥିକ ସ୍ଥିତି ବୃଦ୍ଧି ପାଇଥାଏ। ଧନ ବୃଦ୍ଧି ହୋଇଥାଏ। କିନ୍ତୁ କିଛି ଏପରି ଦ୍ରବ୍ୟ ରହିଛି ଯାହାକୁ ଘରେ ରଖିବା ଦ୍ବାରା ଅଶୁଭ ଦୃଷ୍ଟି ପଡିଥାଏ। ଆସନ୍ତୁ ଜାଣିବା ଦୀପାବଳିରେ କେଉଁ ଦ୍ରବ୍ୟ ଘରେ ରଖିବା ଉଚିତ ନୁହେଁ..

ଖରାପ ବିଦ୍ୟୁତ ସାମଗ୍ରୀ :

- Advertisement -

ଘରେ ଯଦି କୌଣସି ବିଦ୍ୟୁତ ସାମଗ୍ରୀ ଖରାପ ହୋଇ ପଡିଥାଏ ତେବେ ତାକୁ ସଜାଡି ଦିଅନ୍ତୁ। ସମ୍ପୁର୍ଣ୍ଣ ଖରାପ ହୋଇ ଯାଇଥିଲେ ତାକୁ ଘରୁ କାଢି ଦିଅନ୍ତୁ। ଖରାପ ବିଦ୍ୟୁତ ସାମଗ୍ରୀ ଆପଣଙ୍କ ସ୍ବାସ୍ଥ୍ୟ ଓ ସୌଭାଗ୍ୟରେ ସମସ୍ୟା ସୃଷ୍ଟି କରିଥାଏ।

ଭାଙ୍ଗି ଯାଇଥିବା କାଚ ଦ୍ରବ୍ୟ :

ଘରେ କୌଣସି କାଚର ଦ୍ରବ୍ୟ ରଖିଥିଲେ ତାହା ଭାଙ୍ଗି ଗଲେ ତୁରନ୍ତ ଫୋପାଡି ଦିଅନ୍ତୁ।  ଘରେ କୌଣସି ଭଙ୍ଗା କାଚ ରଖିବା ଅଶୁଭ ଅଟେ। ଯଦି ଆପଣଙ୍କ କବାଟର କାଚ ଭାଙ୍ଗି ଯାଇଥାଏ ତେବେ ତାକୁ ବଦଳାଇ ନୂଆ ଲଗାନ୍ତୁ। ଭଙ୍ଗା କାଚ ଘରେ ରହିଲେ ତାହା ପରିବାରର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ।

ଛାତ ଉପର ସର୍ବଦା ସଫା ରଖନ୍ତୁ :

ଦୀପାବଳିରେ ଛାତ ଉପରକୁ ସଫା ରଖନ୍ତୁ। ଅଳିଆ ଆବର୍ଜନା ଥିଲେ ତାହା ସଫା କରି ଦିଅନ୍ତୁ। ଘରେ ବ୍ୟବହାର କରାଯାଉ ନଥିବା ଦ୍ରବ୍ୟକୁ ବାହାର କରି ଫୋପାଡି ଦିଅନ୍ତୁ।

ଭଙ୍ଗା ମୂର୍ତ୍ତି :

କେବେ ବି ଭୁଲରେ ଘରେ ଭଙ୍ଗା ମୂର୍ତ୍ତି ରଖନ୍ତୁ ନାହିଁ। ଭଙ୍ଗା ମୂର୍ତ୍ତି କିମ୍ବା ଫଟୋ ପୂଜା କରିବା ଅନୁଚିତ। ଏପରି କରିବା ଦ୍ବାରା ଦୁର୍ଭାଗ୍ୟ ଆସିଥାଏ। ତେଣୁ ଦୀପାବଳିରେ ମନେକରି ଏସବୁ ଦିଗ ପ୍ରତି ସଚେତନ ରୁହନ୍ତୁ।

ବନ୍ଦ ଘଣ୍ଟା ରଖନ୍ତୁ ନାହିଁ :

ବାସ୍ତୁ ଅନୁସାରେ ଘଣ୍ଟା ପ୍ରଗତିର ପ୍ରତୀକ ଅଟେ। କିନ୍ତୁ ବନ୍ଦ ଘଣ୍ଟା ଘରେ ରଖିବା ଦ୍ବାରା ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ। ତେଣୁ ଘରେ ଘଣ୍ଟା ବନ୍ଦ ହୋଇ ରହିଥିଲେ ତାକୁ ତୁରନ୍ତ ସଜାଡି ଦିଅନ୍ତୁ।

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories