ଜୟପୁର : ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ଟି-୨୦ରେ ରବିବାର ପ୍ରଥମ ପୁରୁଷ ଭାରତୀୟ କ୍ରକେଟର ଭାବେ ଟ୍ବେଣ୍ଟି-୨୦ରେ ହ୍ୟାଟ୍ରିକ ୱିକେଟ ନେଇଥିବା ଦୀପକ ଚହର ମଙ୍ଗଳବାର ପୁଣି ଥରେ ହ୍ୟାଟ୍ରିକ ନେଇଥିବା ଜଣାପଡିଛି। ମଙ୍ଗଳବାର ଖୋଳାଯାଇଥିବା ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ସେ ରାଜସ୍ଥାନ ପକ୍ଷରୁ ପ୍ରତିନିଧିତ୍ୱ କରି ଏହି କିର୍ତ୍ତିମାନ ପୁଣିଥରେ ନିଜ ନାମରେ କରିବାରେ ସକ୍ଷମ ହୋଇଛନ୍ତି।
ଉଲ୍ଲେଖ ଯୋଗ୍ୟ, ରବିବାର ବାଂଲାଦେଶ ବିପକ୍ଷରେ ଚହର ୩.୨ ଓଭରରେ ମାତ୍ର ୭ ରନ୍ ଦେଇ ୬ଟି ୱିକେଟ ନେଇଥିଲେ। ପୁଣି ଚହର ତାଙ୍କର ଶେଷ ୩ଟି ବଲ୍ରେ କ୍ରମାଗତ ୩ଟି ୱିକେଟ ନେଇ ପ୍ରଥମ ଭାରତୀୟ ଭାବେ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ହାଟ୍ରିକ୍ ଅର୍ଜନ କରିଥିଲେ। ଚହରଙ୍କ ଏହି ବୋଲିଂ ସଫଳତା ଯୋଗୁଁ ଭାରତ ବାଂଲାଦେଶ ବିପକ୍ଷରେ ରବିବାର ଅନ୍ତିମ ମ୍ୟାଚ୍ ଜିତିବା ସହ ୨-୧ରେ ସିରିଜ୍ ହାତେଇ ଥିଲା।



