www.samajalive.in
Thursday, December 11, 2025
15.1 C
Bhubaneswar

ସହିଦଙ୍କ ସମ୍ପର୍କୀୟଙ୍କୁ ତଣ୍ଟିଆ ମାରିବା ପଡିଲା ମହଙ୍ଗା; ବିଧାୟକଙ୍କ ଗିରଫ ଦାବି କଲା କଂଗ୍ରେସ

ଭୁବନେଶ୍ୱର/କଟକ: ସହିଦଙ୍କ ସମ୍ପର୍କୀୟଙ୍କୁ ଧକ୍କା ମାରିବା ଏବଂ ତଣ୍ଟିଆ ମାରିବା ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପାଇଁ ମହଙ୍ଗା ପଡିଛି । ପାକିସ୍ତାନ ଗଣମାଧ୍ୟମରେ ଏହା ପ୍ରସାର ହେବା ପରେ ବିଧାୟକଙ୍କ ଅଡୁଆ ଆହୁରି ବଢିଯାଇଛି । ସଦିଦଙ୍କ ସମ୍ପର୍କୀୟଙ୍କୁ ଅସମ୍ମାନ କରିବା ପ୍ରତିବାଦରେ କଂଗ୍ରେସ ଦଳ ବିଧାୟକଙ୍କ ଗିରଫ ଦାବି କରିଛି । କଟକ ନଗର କଂଗ୍ରେସ ମହିଳା ମୋର୍ଚ୍ଚା ଶୁକ୍ରବାର ବାଦାମବାଡ଼ି ଥାନାରେ ଦେବାଶିଷଙ୍କ ନାମରେ ଲିଖିତ ଅଭିଯୋଗ କରିଥିବା ବେଳେ କଂଗ୍ରେସ ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ ବିରୋଧରେ ଗର୍ଜିଛନ୍ତି । ବିଧାୟକ ଦେବାଶିଷ ସାମନ୍ତରାୟ ଦେଶକୁ ସାରା ବିଶ୍ୱରେ ଲଜ୍ଜିତ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ । ଦେବାଶିଷଙ୍କୁ ଅତିଶୀଘ୍ର ଦଳରୁ ବହିଷ୍କାର କରାଯାଉ ବୋଲି କଂଗ୍ରେସ ନେତା ପଞ୍ଚାନାନ କାନୁନଗୋ ସମ୍ମିଳନୀରେ କହିଛନ୍ତି ।

ସୂଚନାଯୋଗ୍ୟ, ପୁଲୱାମା ବିସ୍ଫୋରଣରେ ଓଡିଶାର ଦୁଇଜଣ ଯବାନ ସହିଦ ହୋଇଥିଲେ । ସହିଦ ମନୋଜ ବେହେରାଙ୍କ ଶେଷକୃତ୍ୟ ସମୟରେ ବିଜୁ ଜନତା ଦଳର ବିଧାୟକ ଦେବାଶିଷ ସାମନ୍ତରାୟ ସହିଦଙ୍କ ଦାଦାଙ୍କୁ ଧକ୍କା ମାରିବା ସହ ତଣ୍ଟିଆ ମରିଥିବା ଏକ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓଟି ଲୋକଲୋଚନକୁ ଆସିବା ପରେ ବିଧାୟକ କ୍ଷମା ପ୍ରର୍ଥନା କରିବା ସହ ଏହାକୁ ରାଜନୀତି ନ କରାଯାଉ ବୋଲି କହିଥିଲେ । ଏହି ଭିଡିଓକୁ ପାକିସ୍ତାନ ଗଣମାଧ୍ୟମରେ ମଧ୍ୟ ପ୍ରସାରଣ କରିଥିଲା । ଯେଉଁଥିରେ ଭାରତୀୟ ନେତା ଏବଂ ଜନତାଙ୍କ ସହିଦଙ୍କ ପ୍ରତି କେତେ ଭଲ ପାଇବା ରହିଛି ତାହାର ଏହା ବାସ୍ତବ ଚିତ୍ର ବୋଲି କୁହାଯାଇଥିଲା ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories