www.samajalive.in
Saturday, December 13, 2025
21.1 C
Bhubaneswar

ଦେବାଶିଷ, ସୁଶ୍ରୀ ପାଇବେ ସହିଦ୍‌ ସ୍ପୋର୍ଟିଂ କ୍ରିକେଟର ଅଫ ଦି ଇୟର ପୁରସ୍କାର

କଟକ: ଓଡ଼ିଶା‌ କ୍ରୀଡ଼ା ଜଗତର ସବୁଠାରୁ ପୁରୁଣା ଓ ନିୟମିତ ପ୍ରଦାନ କରାଯାଉଥିବା ବାର୍ଷିକ କ୍ରୀଡ଼ା ପୁରସ୍କାର ସହିଦ୍‌ ସ୍ପୋର୍ଟିଂ ମାରୁତି ଇଷ୍ଟେଟ୍‌ ଇଣ୍ଡିଆ କ୍ରିକେଟର ଅଫ ଦି ଇୟର ପୁରସ୍କାର ୨୦୧୯-୨୦ ବର୍ଷ ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଗତ ସିଜିନରେ ସଫଳତା ଅର୍ଜନ କରିଥିବା ବ୍ୟାଟ୍‌ସମ୍ୟାନ ଦେବାଶିଷ ସାମନ୍ତରାୟ ଏବଂ ସୁଶ୍ରୀ ଦିବ୍ୟଦର୍ଶନୀଙ୍କୁ ମନୋନୟନ କମିଟି ଯଥାକ୍ରମେ ପୁରୁଷ ଓ ମହିଳା କ୍ରିକେଟ ଅଫ ଦି ଇୟର ପୁରସ୍କାର ପାଇଁ ମନୋନୀତ କରିଛନ୍ତି।

୨୦୧୯-୨୦ ରଣଜୀ ସିଜିନରେ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ଦେବାଶିଷ ୮ଟି ମ୍ୟାଚ୍‌ର ୧୨ଟି ଇନିଂସରେ ୫୩.୫୦ ହାରରେ ୫୩୫ ରନ୍‌ କରିଥିଲେ। ଏହି ସଫଳତା ଲାଗି ତାଙ୍କୁ ୨୮ତମ କ୍ରିକେଟର ଅଫ ଦି ଇୟର ପୁରସ୍କାର ଲାଗି ମନୋନୀତ କରାଯାଇଛି। ଗତ ସିଜିନରେ ଅଲ୍‌ରାଉଣ୍ଡର ସୁଶ୍ରୀ ଜାତୀୟସ୍ତରର ଦିନିକିଆ ପ୍ରତିଯୋଗିତାରେ ୮ଟି ମ୍ୟାଚରୁ ୨୦୪ ରନ୍‌ କରିବା ସହିତ ୧୬ଟି ୱିକେଟ ନେଇଥିଲେ। ସିନିୟର ମହିଳା ଟ୍ବେଣ୍ଟି୨୦ ଚ୍ୟାଲେଞ୍ଜର ଟ୍ରଫିରେ ଇଣ୍ଡିଆ ବି ପକ୍ଷରୁ ଖେଳି ୭ଟି ୱିକେଟ ନେଇଥିଲେ। ଏମର୍ଜିଂ ଏସିଆ କପ୍‌, ଏମର୍ଜିଂ ଇଣ୍ଡିଆ ଟିମ୍‌ ସହ ବାଂଲାଦେଶ ଗସ୍ତ ଏବଂ ଚତୁଃରାଷ୍ଟ୍ରୀୟ ଏମର୍ଜିଂ ଟ୍ବେଣ୍ଟି୨୦ ସଫଳତା ହାସଲ କରିଥିଲେ। ଏହାଛଡ଼ା ମହିଳା ଟ୍ବେଣ୍ଟି୨୦ ଚ୍ୟାଲେଞ୍ଜର୍ସରେ ଭେଲୋସିଟି ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ।

- Advertisement -

ସୁଶ୍ରୀ ୨ୟ ଥର ଏହି ପୁରସ୍କାର ପାଇବେ। ପୂର୍ବରୁ ୨୦୧୭-୧୮ରେ ସେ ଏହି ପୁରସ୍କାର ପାଇଥିଲେ। ମନୋନୀତ ଦୁଇ ପ୍ରତିଭାଧାରୀ କ୍ରିକେଟରଙ୍କୁ ପୁରସ୍କାର ଆକାରରେ ୩୧ ହଜାର ଟଙ୍କାର ଚେକ୍‌, ପ୍ରଶସ୍ତି ପତ୍ର ଓ ଟ୍ରଫି ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ ବୋଲି ସହିଦ୍‌ ସ୍ପୋର୍ଟିଂ କ୍ଳବର ସମ୍ପାଦକ ପଙ୍କଜ ପଟ୍ଟନାୟକ ପ୍ରକାଶ କରିଛନ୍ତି। ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସୁଶାନ୍ତ ମହାନ୍ତି, ସନାତନ ପାଣି, ସୁରେଶ ସ୍ବାଇଁ, ସମୀକ୍ଷା ପଟ୍ଟନାୟକ, ସଞ୍ଜୀବ ବିଶ୍ବାଳ, ତପନ ସ୍ବାଇଁ, ହିମାଂଶୁ ପତି ମିଶ୍ର, ସମୀର ରାଉତ, ନିରଞ୍ଜନ ରେଡ୍ଡି, ଉମାକାନ୍ତ ମିଶ୍ର, ଶକ୍ତି ପ୍ରସାଦ ନନ୍ଦ, ସମ୍ବିତ ମହାପାତ୍ର ତଥା ଏହି ପୁରସ୍କାର ପ୍ରାୟୋଜକ ମାରୁତି ଇଷ୍ଟେଟ୍‌ର ପରିଚାଳନା ନିର୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ ଏବଂ ସହିଦ୍‌ ସ୍ପୋର୍ଟିଂ କ୍ଳବର ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କୁ ନେଇ ଗଠିତ ମନୋନୟନ କମିଟି ଭର୍ଚୁଆଲ ଆଲୋଚନାରେ ଦୁଇ ଖେଳାଳିଙ୍କୁ ୨୦୧୯-୨୦ ସିିଜିନ୍‌ ପାଇଁ ମନୋନୀତ କରିଥିଲେ। ସୂଚନାଯୋଗ୍ୟ; ରାଜ୍ୟର କ୍ରିକେଟ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସହିଦ୍‌ ସ୍ପୋର୍ଟିଂ କ୍ଳବ୍‌ ବାର୍ଷିକ କ୍ରିକେଟ ପୁରସ୍କାର ୧୯୯୨-୯୩ ସିଜିନରୁ ଆରମ୍ଭ ହୋଇଥିଲା। ପ୍ରଥମ ବର୍ଷ ଉକ୍ତ ପୁରସ୍କାର ରଞ୍ଜୀବ ବିଶ୍ବାଳ ପାଇଥିବାବେଳ ୨୦୧୮-୧୯ରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଏହି ପୁରସ୍କାର ହାସଲ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories