www.samajalive.in
Monday, December 8, 2025
13.1 C
Bhubaneswar

ବଜ୍ରାଘାତରେ ମହିଳା ମୃତ

ଦେବଗଡ:  ରିଆମାଳ ଥାନା ଅନ୍ତର୍ଗତ ସାନ ଡଙ୍ଗାଘାଟ ଗ୍ରାମରେ ରବିବାର ଅପରାହ୍ନ ସମୟରେ ବଜ୍ରାଘାତରେ ଜଣେ ମହିଳାଙ୍କର  ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ରିଆମାଳ ବ୍ଲକ କଣ୍ଟାବାହାଳ ପଂଚାୟତ ଅନ୍ତର୍ଗତ କୁଲୁଥଗୁଡା ଗ୍ରାମର ଗୁରୁଆ ମୁଣ୍ଡାଙ୍କ ସ୍ତ୍ରୀ କୁନି ମୁଣ୍ଡା (୨୭)ଗତ ୪ ଦିନ ପୂର୍ବେ ସାନଡଙ୍ଗାଘାଟ ଗ୍ରାମ ସ୍ଥିତ ନିଜ ବାପଘରକୁ ଆସିଥିଲେ। ଆଜି ସେ ଧାନ ରୋଇବା ପାଇଁ ନିଜର ପୈତୃକ ଚାଷଜମିକୁ ଯାଇ ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ଝିପିଝିପି ବର୍ଷା ହେବା ସମୟରେ ସେ ସାନ ଡଙ୍ଗାଘାଟ ଗ୍ରାମର ବୁଲବୁଲି ଦେହୁରୀ ନାମ୍ନୀ ଅନ୍ୟଜଣେ ମହିଳାଙ୍କ ସହ ଘରକୁ (ବାପ ଘରକୁ)ଫେରୁଥିବା ସମୟରେ ହଠାତ ପଜ୍ରପାତ ଘଟିଥିଲା। ଏହାର ପ୍ରଭାବରେ ଉଭୟେ ଅଚେତ ହୋଇ ରାସ୍‍ତା ଉପରେ ପଡିଯାଇଥିଲେ। କିଛି ସମୟପରେ ବୁଲବୁକିଙ୍କର ଚେତା ଫେରିବାରୁ ସେ କୁନିଙ୍କ ବାପଘର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ବାପଘର ଲୋକେ ତାଙ୍କୁ ଗୁରୁତର ଅବସ୍ତାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ଅଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତବ ଘୋଷଣା କରିଥିଲେ। ସୂଚନା ପଇ ଦେବଗଡ ଥାନା ପୁଲିସ ମୃତଦେହ ଜବତ କରିବାସହ ଏକ ଅପମୃତ୍ୟୂ ମାମଲା ଋଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆସନ୍ତା କାଲି ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ଆହତ ହୋଇଥିବା ବୁଲବୁଲି ଏବେ ସୁସ୍ଥ ଥିବା ଜଣାପଡିଛି।

Hot this week

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

Related Articles

Popular Categories