www.samajalive.in
Wednesday, December 10, 2025
26.1 C
Bhubaneswar

ଅଟୋକୁ ଅଟକାଇ ନିଆଁ ଲଗାଇଦେଲେ ଯୁବକ

ଦେବଗଡ଼: ସୁଗୁଡା କଲେଜ ଛକରେ ଜଣେ ଯୁବକ ଏକ ଚଳନ୍ତା ଅଟୋ ରିକ୍ସାକୁ ରାସ୍ତାରେ ଅଟକାଇବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଫଳରେ ଅଟୋରିକ୍ସାଟି ସମ୍ପୂର୍ଣ୍ଣ ଭାବେ ପଡିଯିବା ସହ ଏହି ଘଟଣା ସମ୍ପୃକ୍ତ ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ଆଦର୍ଶ ଇ ଥାନା ଅନ୍ତର୍ଗତ ସୁଗୁଡା ଗ୍ରାମର ପ୍ରଶାନ୍ତ ସାହୁ(୩୪) ନାମକ ଜଣେ ଯୁବକଙ୍କର ଆବଶ୍ୟକତା ପଡିବାରୁ ସେ ନିକଟସ୍ଥ ଖୁଂଟିଆପାଲି ଗ୍ରାମର ବିକାଶ ଦୀପ ନାମକ ଜଣେ ଅଟୋ ଚାଳକ/ମାଲିକଙ୍କୁ ଫୋନ କରିଥିଲେ । ମାତ୍ର ବିକାଶ କଲ୍‌ ରିସିଭ ନକରିବାରୁ ପ୍ରଶାନ୍ତ କ୍ରୋଧିତ ହୋଇପଡିଥିଲେ ।

ପରେ ଗତକାଲି ଅପରାହ୍ନ ପ୍ରାୟ ୪ଟା ସମୟରେ ବିକାଶ ଅଟୋରିକ୍ସ ନେଇ ପଥରଖଣି ଆଡକୁ ଯାଉଥିବା ଦେଖି ପ୍ରଶାନ୍ତ ତାଙ୍କର ପିଛା କରିବା ସହ ବୁଢିବିଲ ଗ୍ରାମ ନିକଟସ୍ଥ ସୁଗୁଡା କଲେଜ ଛକ ନିକଟରେ ରାଂଚି-ବିଜୟୱାଡା ରାସ୍ତାରେ ଅଟକାଇ ପାଟି ତୁଣ୍ଡ କରିଥିଲେ । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଯୁକ୍ତିତର୍କ ହେବାପରେ ପ୍ରଶାନ୍ତ ନିକଟସ୍ଥ ସୁଗୁଡା ଗ୍ରାମକୁ ଯାଇ କିଛି ପେଟ୍ରୋଲ ଆଣିବା ସହ ରାସ୍ତା କଡରେ ଠିଆ ହୋଇଥିବା ଉକ୍ତ ଅଟୋରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଫଳରେ ଆଟୋ ରିକ୍ସାଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା । ସୂଚନା ପାଇ ଦେବଗଡ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିଥିଲେ ହେଁ ଏହା ପୂର୍ବରୁ ଅଟୋଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା । ସୂଚନା ପାଇ ଦେବଗଡ ଆଦର୍ଶ ଥାନା ପୁଲିସ ଏକ ମାମଲା ଋଜୁ କରିବା ସହ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

- Advertisement -

 

 

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories